Below header

ବୋଲ ମାନୁନି ଯୋଗୀଙ୍କ ତୁଣ୍ଡ ! ୭୨ଘଣ୍ଟା ବ୍ୟାନ ପରେ ବି ଦେଲେ ପୁଣି ଏମିତି ବିବାଦୀୟ ବୟାନ

ଆଦର୍ଶ ଆଚରଣ ବିଧି ଉଲଂଘନ ମାମଲାରେ ନିର୍ବାଚନ କମିଶନଙ୍କ ତରଫରୁ ଯୋଗୀ ଆଦିତ୍ୟ ନାଥଙ୍କୁ ୭୨ ଘଣ୍ଟା ବ୍ୟାନ ହେବା ପରେ ଆଜି ପୁଣି ଏକ ବିବିଦୀୟ ବୟାନ ଦେଇ ଚର୍ଚ୍ଚାର ଘେରକୁ ଚାଲିଆସିଛନ୍ତି । ଉତ୍ତର ପ୍ରଦେଶର ସମ୍ଭଲରେ ଏକ ଜନସଭାକୁ ସମ୍ବୋଧିତ କରିବା ବେଳେ ଯୋଗୀ କହିଥିଲେ ‘ବାବର ର ଛୁଆ ହାତରେ ଦେଶକୁ ଦବାକୁ ଚାହୁଁଛନ୍ତି କି’ ? ଏହା ଛଡା ଯୋଗୀ ଆଦିତ୍ୟନାଥ ଅକ୍ଷିଳେଶ ସରକାରରେ ମନ୍ଦିରର ଅବସ୍ଥା ଶୋଚନୀୟ ହୋଇପଡିଥିବା କଥା ମଧ୍ୟ କହିଥିଲେ । ଯାହାକୁ ନେଇ ତେଜିଛି ରାଜନୀତି ।

ପୁର୍ବରୁ ଏକ ଜନସଭାକୁ ସମ୍ବୋଧିତ କରିବାକୁ ଯାଇ ଯୋଗୀ କହିଥିଲେ ‘ତୁମ ସହିତ ଅଲ୍ଲି ଅଛନ୍ତି ତ ଆମ ସହିତ ବଜରଙ୍ଗବଲୀ ଅଛନ୍ତି ’। ଯେଉଁଥିପାଇଁ ନିର୍ବାଚନ କମିଶନ ଏହାକୁ ଆଚର ସଂହିତା ଉଲଂଘନ ଅଭିଯୋଗରେ ଯୋଗୀ ଆଦିତ୍ୟନାଥଙ୍କୁ ୭୨ ଘଣ୍ଟା ବ୍ୟାନ କରିଥିଲେ । ଯେତେବେଳେ ୭୨ ଘଣ୍ଟା ପୁର୍ଣ୍ଣ ହୋଇଥିଲା, ସେତେବେଳେ  ଏକ ଜନସଭାରେ ପୁଣି ବିବିଦୀୟ ବୟାନ ଦେଇଥିଲେ ଯୋଗୀ ଆଦିତ୍ୟନାଥ । ନିଜ ଭାଷଣରେ ଯୋଗୀ ବିରୋଧୀଙ୍କ ଉପରେ ଟାର୍ଗେଟ କରି ସପା ଓ ବସପାର ପରିବାରବାଦ ପାର୍ଟି ବୋଲି କହିଥିଲେ । ଯୋଗୀ ଏହା ମଧ୍ୟ କହିଥିଲେ ଜନତା ବଜରଙ୍ଗବାଲୀଙ୍କ ବିରୋଧୀ ମାନଙ୍କୁ ନିଶ୍ଚିତ ହରେଇବେ  ବୋଲି କହିଥିଲେ । ଏହି ବୟାନ ପରେ ରାଜନୈତିକ ପାଣିପାଗ ବେଶ ସରଗରମ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.