Below header

ବୟସ୍କ ମହିଳାମାନେ ବସ୍‌ରେ କରିବେ ମାଗଣା ଯାତ୍ରା, ରାଜ୍ୟ ସରକାର କଲେ ଘୋଷଣା: ଜାଣନ୍ତୁ କେଉଁଠି

ମହିଳାମାନଙ୍କ ପାଇଁ ସରକାର ଦେଉଛନ୍ତି ବଡ ଉପହାର। ଏଣିକି ମହିଳାମାନେ ମାଗଣାରେ ବସ୍‌ରେ ଯାତ୍ରା କରିପାରିବେ ବୋଲି ଉତ୍ତରପ୍ରଦେଶ ସରକାର ଘୋଷଣା କରିଛନ୍ତି। ଦ୍ୱିତୀୟ ଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବା ପରେ ଯୋଗୀ ଆଦିତ୍ୟନାଥ ଏହି ଘୋଷଣା କରିଛନ୍ତି । ୟୁପିର ରୋଡୱେଜ ବସଗୁଡ଼ିକରେ ୬୦ ବର୍ଷରୁ ଅଧିକ ବୟସ୍କ ଶ୍ରେଣୀର ମହିଳାମାନେ ଏହି ସୁବିଧା ଉଠାଇ ପାରିବେ ବୋଲି କୁହାଯାଇଛି ।

ବରିଷ୍ଠ ନାଗରିକ ମହିଳାଙ୍କୁ ମାଗଣାରେ ବସ ଯାତ୍ରା ପାଇଁ ପୂର୍ବରୁ ବିଜେପି ଘୋଷଣା କରିଥିଲା । ନିର୍ବାଚନ ଜିତିବା ପରେ ସରକାର ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିଛନ୍ତି । ଖୁବଶୀଘ୍ର ୬୦ ବର୍ଷରୁ ଅଧିକ ବୟସର ମହିଳାମାନେ ରୋଡୱେ ବସରେ ବିନା ଶୁଳ୍କରେ ଯାତ୍ରା କରିପାରିବେ । ଏହି ଯୋଜନାରେ ସରକାର ବାର୍ଷିକ ପାଖାପାଖି ୨୬୪ କୋଟି ଖର୍ଚ୍ଚ କରିବେ । ଦେଶର ଦ୍ୱିତୀୟ ରାଜ୍ୟ ଭାବେ ୟୁପିରେ ମହିଳାଙ୍କୁ ଫ୍ରି ବସ୍‌ସେବା ଯୋଗାଇ ଦିଆଯାଇଛି । ପୂର୍ବରୁ ରାଜଧାନୀ ଦିଲ୍ଲୀରେ ମଧ୍ୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ ଏପରି ଯୋଜନା ଲାଗୁ କରିଥିଲେ ।

କିନ୍ତୁ କେଉଁ ତାରିଖରୁ ଏହି ବସ୍‌ ଚାଲିବ, ତାହା ସରକାର ଘୋଷଣା କରିନାହାନ୍ତି। ଖୁବଶୀଘ୍ର ଏହି ଯୋଜନା ଆରମ୍ଭ ହେବ ବୋଲି କୁହାଯାଉଛି। ୟୁପିର ସମସ୍ତ ସହରରେ ଏହି ଯୋଜନା ଲାଗୁ ହେବ।

ଗତବର୍ଷ ପୂର୍ବରୁ ରାକ୍ଷୀ ସମୟରେ ୟୁପି ସରକାର ମହିଳାମାନଙ୍କୁ ବସ୍‌ରେ ଯାତ୍ରା କରିବାର ସୁଯୋଗ ଦେଇଥିଲେ। ଦିଲ୍ଲୀ, ମେରଠ, ଆଗ୍ରା, ସାହାରନପୁର, ବରେଲୀ, ଲକେ୍ଷ୍ନୗ, କାନପୁର, ପ୍ରୟାଗରାଜ, ଗୋରଖପୁର ଏବଂ ବାରଣାସୀ ଆଦି ସହରରେ ଅତିରିକ୍ତ ବସ ସେବା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।

 

Also Read : ଭାରତକୁ ସହାୟତା ମାଗିଲେ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ସନଥ ଜୟସୁରିଆ, ମୋଦିଙ୍କୁ ଜଣାଇଲେ ଧନ୍ୟବାଦ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.