ଏହି ରତ୍ନକୁ ଧାରଣ କଲେ ଡିପ୍ରେସନରୁ ମିଳିଥାଏ ମୁକ୍ତି, ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଫଳପ୍ରଦ

ଗ୍ରହମାନଙ୍କର ଅଶୁଭ ପ୍ରଭାବ କମ କରିବା ପାଇଁ ଏବଂ ଶୁଭ ପ୍ରଭାବ ବଢ଼ାଇବା ପାଇଁ ରତ୍ନ ଶାସ୍ତ୍ରରେ କେତେକ ରତ୍ନ ବିଷୟରେ କୁହାଯାଇଛି | ରତ୍ନ ବ୍ୟକ୍ତିକୁ ସଫଳତାର ରାସ୍ତା ଦେଖାଇ ଥାଏ | ଏମିତି ଅନେକ ରତ୍ନ ବିଷୟରେ କୁହାଯାଇଛି ଯାହା କୁଣ୍ଡଳୀରେ ଦୁର୍ବଳ ଗ୍ରହକୁ ଶକ୍ତିଶାଳୀ କରିଥାଏ | ସେହିପରି ଏକ ପ୍ରଭାବଶୀଳ ରତ୍ନ ହେଉଛି ମୋତି | ମୋତି ଚନ୍ଦ୍ର ଗ୍ରହର ପ୍ରତିନିଧିତ୍ବ କରିଥାନ୍ତି | ଚନ୍ଦ୍ର ମନ କାରକ ଗ୍ରହ ହୋଇଥିବାରୁ ମୋତି ବହୁତ ସାହାଯ୍ୟ କରିଥାଏ |

ମୋତି ଧାରଣ କରିବାର ଲାଭ –

ରତ୍ନ ଶାସ୍ତ୍ର ଅନୁସାରେ ମୋତି ଗୋଲ ଏବଂ ଧଳା ରଙ୍ଗର ହୋଇଥାଏ | ସବୁଠାରୁ ଭଲ ମୋତି ଦକ୍ଷିଣ ସାଗରରୁ ମିଳିଥାଏ | ମୋତିର ସମ୍ବନ୍ଧ ଚନ୍ଦ୍ରମା ସହିତ ହୋଇଥାଏ | କର୍କଟ ଏବଂ ସିଂହ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହା ବିଶେଷ ଭାବରେ ଶୁଭ ଫଳଦାୟ |ହୋଇଥାଏ | ଜ୍ୟୋତିଷ ଶାସ୍ତ୍ରର ମାନ୍ୟତା ଅନୁସାରେ ଚନ୍ଦ୍ରମା ଆମର ମସ୍ତିସ୍କ ଏବଂ ମନ ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଇଥାଏ | ଏଥିପାଇଁ ମନକୁ ଶାନ୍ତ କରିବା ,ଦିମାକକୁ ସ୍ଥିର କରିବା ପାଇଁ ମୋତି ଧାରଣ କରିବାକୁ ଉପଦେଶ ଦିଆଯାଇଥାଏ |ଖାଲି ଏତିକି ନୁହେଁ ,କୁହାଯାଏ ମୋତି ଧାରଣ କଲେ ବ୍ୟକ୍ତି ଡିପ୍ରେସନରୁ ବାହାରି ଆସିଥାଏ |

ଏ ଲୋକ ଧାରଣ କରି ପାରନ୍ତି ମୋତି –

ଚନ୍ଦ୍ରମା ମହାଦଶା ପଡ଼ିଥିଲେ ମୋତି ଧାରଣ କରାଯାଇଥାଏ | ରାହୁ ବା କେତୁ ଯୋଗ ହୋଇଥିଲେ ମଧ୍ୟ ମୋତି ଧାରଣ କରିବାକୁ ଉପଦେଶ ଦିଆଯାଇଥାଏ |ପାପ ଗ୍ରହ ଦୃଷ୍ଟିରେ ଚନ୍ଦ୍ର କିମ୍ବା ଦୁର୍ବଳ ଚନ୍ଦ୍ର କିମ୍ବା ସୂର୍ଯ୍ୟଙ୍କ ସହ ଚନ୍ଦ୍ରମା ଯୁକ୍ତ ଥିଲେ ମୋତି ପିନ୍ଧାଯାଇଥାଏ |ଚନ୍ଦ୍ରମା 6,8 ଓ 12 ଘରେ ଥିଲେ ମଧ୍ୟ ମୋତି ଧାରଣ କରିବାକୁ ଉପଦେଶ ଦିଆଯାଇଥାଏ |

କେମିତି ଏବଂ କେତେବେଳେ ଧାରଣ କରିବେ ମୋତି –

ମୋତି ରୁପା ମୁଦିରେ ଧାରଣ କରାଯାଇଥାଏ | ମୋତି ଶୁକ୍ଳ ପକ୍ଷ ସୋମବାର ରାତିରେ ହାତର ସବୁଠାରୁ ଛୋଟ ଆଙ୍ଗୁଳି ବା କନିଷ୍ଠା ଆଙ୍ଗୁଳିରେ ପିନ୍ଧନ୍ତୁ | କେତେକ ଜ୍ୟୋତିଷ ଏହାକୁ ପୂର୍ଣିମା ଦିନ ବି ଧାରଣ କରିବାକୁ କହିଥାନ୍ତି | ମୋତି ରତ୍ନକୁ ପିନ୍ଧିବା ପୂର୍ବରୁ ଗଙ୍ଗା ଜଳରେ ଧୋଇ ନିଅନ୍ତୁ | ତାପରେ ଏହାକୁ ଶିବଙ୍କୁ ଅର୍ପଣ କରିବା ପରେ ପିନ୍ଧନ୍ତୁ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.