ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ ଗିରଫ

ଭଞ୍ଜନଗର(କେନ୍ୟୁଜ୍): ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। କାର୍ତ୍ତିକେଶ୍ୱର ଓ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ଠାରୁ ରେକର୍ଡ ୨କୋଟି ୫୦ହଜାର ଟଙ୍କା ନଗଦ ଜବତ କରାଯାଇଛି। ୪୮ ଘଣ୍ଟାର ମାରାଥନ ରେଡ୍‌ ପରେ ଗିରଫ କରାଯାଇଛି।

ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ। ଓଡ଼ିଶା ଭିଜିଲାନ୍ସ ଇତିହାସରେ ରେକର୍ଡ କ୍ୟାସ୍‌ ଜବତ କରାଯାଇଛି। ଏତେ ପରିମାଣର ଟଙ୍କା ଥିଲା କି ଗଣିବା ପାଇଁ ମେସିନ୍‌ ବ୍ୟବହାର କରାଯାଇଥିଲା। ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ କାର୍ତ୍ତିକେଶ୍ୱର ରାଉଳଙ୍କ ଘରେ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ । ଭୁବନେଶ୍ୱରରେ ଦୁଇଟି ଫ୍ଲାଟ ଓ ଅନ୍ୟ ଏକ ଦୁଇ ମହଲା ଘର ରହିଛି । ବ୍ୟାଙ୍କ ଓ ବୀମା ରାଶିରେ ୩୭ ଲକ୍ଷ ୨୩ ହଜାର ଟଙ୍କା ରହିଛି । କାର୍ତ୍ତିକେଶ୍ୱରଙ୍କର ରହିଛି ୭ଟି ପ୍ଲଟ୍‌ । ସେଥିରୁ ଭୁବନେଶ୍ୱର ପ୍ରାଇମ୍‌ ଲୋକେସନରେ ଦୁଇଟି ପ୍ଲଟ ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.