କଲମ୍ବିଆ: ସୁନା ଖଣି ଧସି ୧୦ ଶ୍ରମିକଙ୍କ ମୃତ୍ୟୁ

କଲମ୍ବିଆର ଲୋଙ୍ଗଟୁଆରେ ସୁନା ଖଣି ଧସି ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନେକ ଲୋକଙ୍କ ପତ୍ତା ମିଳି ପାରିନାହିଁ। ସେଠାକାର ରାଜ୍ୟପାଳ କହିଛନ୍ତି ଯେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ଅଧିକାଂଶ ଲୋକ ହେଉଛନ୍ତି ସୁନା ଖଣିରେ କାମ କରୁଥିବା ଶ୍ରମିକ। ଏଭଳି ଅଭାବନୀୟ ଘଟଣା ପରେ ରାଜ୍ୟପାଳ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। କଲମ୍ବିଆ ଡିଜାଷ୍ଟର ଅଥରିଟିଙ୍କ ମୁତାବକ, ଦେଶରେ ୧୬ ମାର୍ଚ୍ଚରୁ ଏ ପର୍ଯ୍ୟନ୍ତ ହୋଇଥିବା ଭୂସ୍ଖଳନରେ ପାଖାପାଖି ୬,୦୦୦ରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.