Below header

ରେଲୱ କ୍ୟାଣ୍ଟିନରେ ଆପଣଙ୍କ ପାଇଁ କିପରି ପ୍ରସ୍ତୁତ ହେଉଛି ଖାଦ୍ୟ ? ଏଣିକି ଘରେ ବସି ଦେଖିପାରିବେ ଲାଇଭ୍ ଭିଡିଓ

ଟ୍ରେନରେ ମିଳୁଥିବା ନିମ୍ନ ମାନର ଖାଦ୍ୟକୁ ନେଇ ସବୁବେଳେ ଚିନ୍ତିତ ଯାତ୍ରୀ । ଏନେଇ IRCTC ନିକଟରେ ଲଗାତାର ଅଭିଯୋଗ ବଢୁଛି । ହେଲେ ଏଣିକି ଆଉ ରହିବନି ଆପଣଙ୍କ ଚିନ୍ତା । ଯାତ୍ରୀଙ୍କ ଏହି ଟେନସନ ଦୂର କରିବାକୁ ଏକ ନୂଆ ସେବା ଆରମ୍ଭ କରିଛି ଭାରତୀୟ ରେଳବାଇ । ଯାହା ମାଧ୍ୟମରେ ଆପଣ ଟ୍ରେନରେ ମିଳୁଥିବା ଖାଦ୍ୟର ମାନ ଯାଂଚ କରିପାରିବେ । ଏପରିକି ଆପଣ ଘରେ ବସି ଲାଇଭ୍ ଦେଖିପାରିବେ IRCTC ର କିଚେନରେ କେମିତି ପ୍ରସ୍ତୁତ ହେଉଛି ଖାଦ୍ୟ । ଜାଣନ୍ତୁ ପୁରା ପ୍ରକ୍ରିୟା ।

– ସର୍ବପ୍ରଥମେ ଆପଣଙ୍କୁ https://www.irctc.co.in/nget/train-search ଯିବାକୁ ପଡିବ ।

– ଏହା ପରେ ହୋମ ପେଜରେ ଆପଣଙ୍କୁ ଗ୍ୟାଲେରୀ ର ଏକ ବିକଳ୍ପ ମିଳିବ । ଏହା ଉପରେ କ୍ଲିକ୍ କରନ୍ତୁ ।

– ଏହାକୁ କ୍ଲିକ୍ କରିବା ପରେ ଆପଣଙ୍କ ସାମ୍ନାରେ ଏକ ନୂଆ ପେଜ୍ ଖୋଲିବ । ଏହି ପେଜରେ ଆପଣଙ୍କୁ ଭିଡିଓର ବିକଳ୍ପ ବାଛିବାକୁ ପଡିବ । ଏହି ବିକଳ୍ପକୁ ଚୟନ କରିବା ପରେ ସେଠାରେ ଆପଣଙ୍କୁ ‘Click Here For Live Streaming of IRCTC Kitchens – Pilot’  ବିକଳ୍ପ ମିଳିବ । ଏହାକୁ କ୍ଲିକ୍ କରନ୍ତୁ ।

– ଯେମିତି ଏହାକୁ କ୍ଲିକ୍ କରିବେ ଆପଣଙ୍କ ସାମ୍ନାରେ ଏକ ଭିଡିଓ ପ୍ୟାନେଲ୍ ଖୋଲିଯିବ । ଏଠାରେ ଆପଣଙ୍କୁ ଅନେକ ଭିଡିଓ ଦେଖାଯିବ । ଏଠାରେ ଆପଣ ନିକଟବର୍ତ୍ତୀ ଏରିଆ କିମ୍ବା ଆପଣଙ୍କ ସହ ସମ୍ବନ୍ଧିତ ଏରିଆରେ ଯାଉଥିବା ଟ୍ରେନର କିଚେନକୁ ଚୟନ କରିପାରିବେ ।

ଏବେ ଆପଣ କିଚେନର ପରିସ୍କାର , ପରିଚ୍ଛନ ଏବଂ କିପରି ଖାଦ୍ୟ ପ୍ରସ୍ତୁତ ହେଉଛି ଲାଇଭ୍ ଦେଖିପାରିବେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.