ପୁତ୍ର ସନ୍ତାନ ଜନ୍ମ ଦେଲେ ସହିଦଙ୍କ ପତ୍ନୀ, କହିଲେ ‘ଇଏ ନେବ ପାକିସ୍ତାନ ଠାରୁ ପ୍ରତିଶୋଧ’

ଜମ୍ମୁ-କାଶ୍ମୀରରେ ପାକିସ୍ତାନ ଆକ୍ରମଣରେ ସହିଦ ହୋଇଥିଲେ ଯବାନ ରାଜେଶ ଯାଦବ। ଏହି ଦୁଃଖଦ ମୁହୁର୍ତ୍ତ ଭିତରେ ତାଙ୍କ ଘର ସେତେବେଳେ ଖୁସିରେ ଝୁମି ଉଠିଲା ଯେତେବେଳେ ତାଙ୍କ ବିଧବା ପତ୍ନୀ ଶ୍ବେତା ଯାଦବ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ପୁତ୍ରକୁ ଜନ୍ମ ଦେଲା ପରେ ଶ୍ବେତା କହିଲେ ଯେ ସେ ପୁଅକୁ ସେନାରେ ପଠାଇବେ ଏବଂ ସେ ପାକିସ୍ତାନ ଠାରୁ ନିଜର ବାପାଙ୍କ ମୃତ୍ୟୁର ପ୍ରତିଶୋଧ ନେବ।

ଉତ୍ତର ପ୍ରଦେଶ ଏଟା ନିବାସୀ ଯବାନ ରାଜେଶ ଯାଦବ ୫ ଡିସେମ୍ବର ୨୦୧୮ରେ ପାକିସ୍ତାନଙ୍କ ସିମାରେ ଆତଙ୍କୀଙ୍କ ସହିତ ଯୁଦ୍ଧ କରୁଥିବାବେଳେ ସହିଦ ହୋଇଯାଇଥିଲେ। ସେହି ସମୟରେ ତାଙ୍କ ପତ୍ନୀ ଶ୍ବେତା ଗର୍ଭବତୀ ଥିଲେ।

rajesh-yadav-wifeଶ୍ବେତା ଏତେ ଦୁଃଖରେ ଏକ ସୁସ୍ଥ ପିଲାକୁ ଜନ୍ମ ଦେଇଛନ୍ତି। ପୁଅକୁ ଦେଖି ଶ୍ବେତା ବହୁତ ଖୁସି ଅଛନ୍ତି କାରଣ ପୁଅକୁ ବଡ କରି ସେନାରେ ଛାଡିବେ।

ନିଶ୍ଚୟ ପଢ଼ନ୍ତୁ : ଜନ୍ମତାରିଖର ପରଦିନ ହିଁ ସହିଦ ହୋଇଗଲେ ଏହି ଜବାନ, ପୁଅ କହିଲା ଶତୃଙ୍କ ଠାରୁ ପ୍ରତିଶୋଧ ନେବାପରେ ହିଁ ପାଳନ କରିବି ମୋ…

ଶ୍ବେତାଙ୍କୁ ସ୍ବାମୀଙ୍କ ସହିଦ ହେବାର ବହୁତ ଦୁଃଖ ରହିଛି। କିନ୍ତୁ ଏବେ ବି ଦେଶ ଭକ୍ତିର ଉତ୍କଣ୍ଠା ତାଙ୍କ ଭିତରେ ରହିଛି ଏବଂ ନିଜ ପୁଅକୁ ସେନାରେ ପଠାଇବା କଥା ସେ କହିଛନ୍ତି।

martyred-kidସହିଦଙ୍କ ବାପାଙ୍କ କହିବାନୁଯାୟୀ ମୁଁ ଦେଶ ପାଇଁ ମୋ ପୁଅକୁ ହାରାଇଛି। କିନ୍ତୁ ନାତି ରୂପରେ ମୋ ପୁଅ ପୁଣି ଆସିଛି। ଏବେ ସେ ତାକୁ ନିଜ ପୁଅ ଠାରୁ ଅଧିକ ଭଲ ଭାବରେ ପାଳିବେ ଏବଂ ତାକୁ ସୈନିକ କରାଇବେ।

ଜଣାଇବାକୁ ଚାହିଁବୁ ଯେ ରାଜେଶ ତାଙ୍କ ମା-ବାପାଙ୍କର ଏକମାତ୍ର ସନ୍ତାନ ଥିଲେ। ତାଙ୍କର ସହିଦ ହେବାରେ ପୂରା ପରିବାର ଗର୍ବ ଅନୁଭବ କରୁଥିଲା। ଏବେ ତାଙ୍କ ପରିବାର ଚାହିଁଛି ଯେ ସେନାମନେ ପାକିସ୍ତାନକୁ ଉଚିତ ଶିକ୍ଷା ଦେଉ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.