ମହିଳା ବାହୁବଳୀ ଦେଖାଇଲେ ଦମ୍‌, ପ୍ଲେନ ଗେଟ୍‌ ବନ୍ଦ କରିବାର ଭିଡିଓ ହେଲା ଭାଇରାଲ୍‌

ନୂଆଦିଲ୍ଲୀ: ଫିଲ୍ମ ବାହୁବଳୀର ସେହି ସିନ୍‌ ତ ଆପଣମାନଙ୍କର ମନେଥିବ, ଯେଉଁଥିରେ ମାହିଷ୍ମତି ନିଜର ନାତିକୁ କୋଳରୁ ଦୁଇ ହାତରେ ଉଠାଇ ନେଇଥିଲେ। ସେହିଭଳି କିଛି ସିନ୍‌ ରିକ୍ରିଏଟ୍‌ କରିଛନ୍ତି ଜଣେ ମହିଳା। ଏଥିରେ ଫରକ କେବଳ ଏତିକି ମହିଳା ଜଣଙ୍କ ହାତରେ ଛୁଆ ବଦଳରେ ପ୍ଲେନର କବାଟ ରହିଛି। ଯାହାର ଭିଡିଓ ଭାଇରାଲ ହେବା ପରେ ଲୋକଙ୍କୁ ଖୁବ୍‌ ପସନ୍ଦ ଆସିଛି।