୧୪ ବର୍ଷ ଜେଲରେ ସଜ୍ଜା କାଟିବା ପରେ ବଦଳିଲା ଭାଗ୍ୟ, ହତ୍ୟାକାରୀରୁ ଡାକ୍ତର ବନିଲେ ଯୁବକ
ଭାଗ୍ୟ କେତେବେଳେ କାହାକୁ କେଉଁ ପରିସ୍ଥିତିରେ ପକାଏ ତାହା କେହି ଜାଣନ୍ତି ନାହିଁ। ଗୋଟିଏ ସମୟରେ ଭାଗ୍ୟ ଭଲ ଥିଲେ ସବୁ ଭଲ ହେଉଥିବା ବେଳେ ପୁଣି ଅନ୍ୟ ଏକ ମୁହୂର୍ତ୍ତରେ ଭାଗ୍ୟ ଖରାପ ଥିଲେ ହେବା କାମ ବି ହୁଏ ନାହିଁ। ବର୍ତ୍ତମାନ ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଣେ କଏଦୀଙ୍କ କ୍ଷେତ୍ରରେ। କାଲି ଯିଏ ଜୀବନ ନେବା ଅଭିଯୋଗରେ ଜେଲରେ ସଜ୍ଜା କାଟୁଥିଲା ଆଜି ସିଏ ଅନ୍ୟକୁ ଦେଉଛି ଜୀବନ। ଜଣେ କଏଦୀ ଭାବେ ଜେଲରେ ସଜ୍ଜା କାଟୁଥିବା ସୁଭାଷ ଏବେ ଡାକ୍ତର ଭାବେ ରୋଗୀଙ୍କ ସେବା କରୁଥିବା ଦେଖିବାକୁ ମିଳିଛି।
ରିପୋର୍ଟ ମୁତାବକ, ସୁଭାଷ କର୍ଣ୍ଣାଟକ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତାରେ ଡିପ୍ଲୋମା ଓ ଏମ୍ଏ ମଧ୍ୟ କରିଛନ୍ତି। ସେ କହିଛନ୍ତି ଯେ ୨୦୧୬ ମସିହାରେ ଉତ୍ତମ ଆଚରଣ ଯୋଗୁ ତାଙ୍କୁ ଜେଲରୁ ମୁକ୍ତି ମିଳିଥିଲା। ୨୦୧୯ରେ ସେ ଏମ୍ବିବିଏସ୍ ଶେଷ କରିଥିଲେ ଓ ଏବେ ଇଣ୍ଟର୍ଣ୍ଣସିପ୍ ଶେଷ କରିଛନ୍ତି ବୋଲି କହିଛନ୍ତି।
Kalaburagi:Subhash Patil who was convicted for 14yrs, realises his dream of becoming a doctor,says,I joined MBBS in’97,but in ’02 I was jailed in a murder case.I worked at jail’s OPD;After release in 2016 for good conduct,completed MBBS in ’19, today I’ve completed 1yr internship pic.twitter.com/fE5kNleymY
— ANI (@ANI) February 15, 2020
ସୂଚନାଯୋଗ୍ୟ ଯେ ସୁଭାଷ କଲବାବୁର୍ଗୀର ଏମ୍ଆର ମେଡିକାଲ କଲେଜରେ ତୃତୀୟ ବର୍ଷର ଛାତ୍ର ଥିବା ବେଳେ ପଦ୍ମାବତୀ ନାମ୍ନୀ ଜଣେ ବିବାହିତ ମହିଳାଙ୍କୁ ଭଲ ପାଇବସିଥିଲେ। ଏନେଇ ମହିଳାଙ୍କ ସ୍ୱାମୀ ଅଶୋକଙ୍କୁ ଜଣାପଡ଼ିବା ପରେ ସେ ସୁଭାଷକୁ ମାରିବାକୁ ଆସିଥିଲେ। ଏହି ସମୟରେ ସୁଭାଷ ହିଁ ଓଲଟା ଅଶୋକଙ୍କ ଜୀବନ ନେଇଯାଇଥିଲେ। ଏହି ହତ୍ୟା ମାମଲାରେ ପୋଲିସ ଉଭୟ ସୁଭାଷ ଓ ପଦ୍ମାବତୀଙ୍କୁ ଗିରଫ କରିଥିଲା। ହତ୍ୟା ଅଭିଯୋଗରେ ଉଭୟଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା।
ପ୍ରେମ ଯୋଗୁ ସୁଭାଷଙ୍କୁ ସିନା ଜେଲ ଯିବାକୁ ପଡ଼ିଥିଲା କିନ୍ତୁ ତାଙ୍କ ମନରୁ ଲିଭିନଥିଲା ଡାକ୍ତର ହେବା ନିଶା। ସଜ୍ଜା କାଟିବା ବେଳେ ବି ସେ ନିଜ ପଢ଼ା ଜାରି ରଖିଥିଲେ। ଜେଲରେ ଓପିଡିରେ ସେ ରୋଗୀଙ୍କ ଚିକିତ୍ସା କରିବା ଆରମ୍ଭ କରିଥିଲେ। ଇତି ମଧ୍ୟରେ ସେ ସାମ୍ବାଦିକତା ପଢ଼ା ମଧ୍ୟ ସାରିଥିଲେ। ୨୦୧୬ ମସିହାରେ ସ୍ୱାଧୀତନା ଦିବସରେ ଉତ୍ତମ ଆଚରଣ ପାଇଁ ସୁଭାଷଙ୍କୁ ଜେଲରୁ ମୁକ୍ତି ମିଳିଥିଲା। ୨୦୧୯ରେ ସେ ପଢ଼ା ଶେଷ କରିବା ପରେ ମେଡିକାଲରେ ଇଣ୍ଟର୍ଣ୍ଣସିପ୍ କରିବା ଆରମ୍ଭ କରିଥିଲେ। ଏବେ ତାଙ୍କ ଇଣ୍ଟର୍ଣ୍ଣସିପ୍ ମଧ୍ୟ ଶେଷ ହୋଇଥିବା କହିଛନ୍ତି ସୁଭାଷ। ତେବେ ଜେଲ ଯିବା ପରେ ତାଙ୍କ ସ୍ୱପ୍ନ କେବେ ପୂରଣ ହେବ ବୋଲି ସେ ଚିନ୍ତା ବି କରିନଥିଲେ। କିନ୍ତୁ ଅଦମ୍ୟ ଇଚ୍ଛା ଶକ୍ତି ଓ ପଢ଼ିବା ମନୋବୃତ୍ତି ଯୋଗୁ ଏହି ସଫଳତା ପାଇଥିବା କହିଛନ୍ତି ସୁଭାଷ।