ମୋବାଇଲ୍‌ ନେଲା ଜୀବନ, ମୃତ୍ୟୁ ପୂର୍ବରୁ ପତ୍ନୀଙ୍କୁ ଭିଡିଓ କଲ୍‌ କଲେ ଯୁବକ ଆଉ କହିଲେ . . . .

ବିହାର : ପାଟନା ବେଗୁସରାୟର ୨୮ ନମ୍ବର ରାଜପଥ ଉପରେ ଜଣେ ଯୁବକ କାନରେ ଇୟର ଫୋନ ଲଗାଇ ବାଇକ ଚଳାଉଥିବା ବେଳେ ଟ୍ରକ ସହ ଧକ୍କା ହେଇଥିଲେ । ଯେତେବେଳେ ସେ ତଳେ ପଡିଯାଇଥିଲେ ସେତେବେଳେ ଟ୍ରକର ଚକାରେ ତାଙ୍କ ଗୋଟିଏ ଗୋଡ କଟିଯାଇଥିଲ । ଏହା ପରେ ସେହି ଯୁବକ ଜଣକ ଦୁର୍ଘଟଣା ସ୍ଥଳରୁ ନିଜ ସ୍ତ୍ରୀଙ୍କୁ ଭିଡିଓ କଲ କରି ନିଜର ଅବସ୍ଥା ଦେଖାଇବା ପରେ ଶେଷ ନିଶ୍ବସ ତ୍ୟାଗ କରିଥିଲେ ।

ପ୍ରତ୍ୟକ୍ଷଦର୍ଶିଙ୍କ କହିବା ମୁତାବକ ଯୁବକ ଜଣଙ୍କ କାନରେ ଇୟର ଫୋନ ଲଗାଇଥିଲେ ଯାହା ଫଳରେ ଟ୍ରକର ହର୍ଣ୍ଣ ଶୁଣିପାରିନଥିଲେ। ଘଟଣା ପରେ ବେହୋସ ହୋଇଥିବା ଯୁବକକୁ ପୋଲିସ ବେଗୁସରାୟ ଡାକ୍ତରଖାନାକୁ ନେଇଥିଲା ହେଲେ ସେଠାରେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରିଲା ନାହିଁ ।

ଶଳାର ଶ୍ରାଦ୍ଧକର୍ମକୁ ଯାଉଥିଲେ ଯୁବକ

ଯୁବକଙ୍କ ନାମ ରାଜାରାମ ପଣ୍ଡିତ । ରାଜାରାମ ନିଜ ଶଳାର ଶ୍ରାଦ୍ଧକର୍ମରେ ଯୋଗ ଦେବାକୁ ଶଶୁରଘର ଯାଉଥିଲେ। ରାଜାରାମଙ୍କ ତିନି ବର୍ଷ ପୂର୍ବେ ବିବାହ ହୋଇଥିଲା ଓ ତାଙ୍କର ଏକ ସାତ ମାସର ଝିଅ ଅଛି ବୋଲି ଶଶୁର ଘର ଲୋକଙ୍କ ପକ୍ଷରୁ ସୁଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.