ତେଲ ଆଉ ମଦରେ ଯୁବକ ବନାଇଲେ ଏମିତି ମସଲ୍ସ, ଦେଖିଲେ ଚମକି ପଡ଼ିବେ ଆପଣ!

ଆପଣ ଅନେକ ବଡି ବିଲ୍ଡରଙ୍କୁ ଦେଖିଥିବେ। ସେମାନଙ୍କ ମଧ୍ୟରୁ କିଏ ଏକ୍ସରସାଇଜ୍ କରି ବଡି ବନାଇଛି ତ ଆଉ କିଏ ଷ୍ଟେରୋଇଡ୍‌ସର ସାହାରା ନେଇଛି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ମଣିଷ ବିଷୟରେ କହିବାକୁ ଯାଉଛୁ, ଯିଏ ତେଲ ଏବଂ ମଦରେ ନିଜର ମସଲ୍ସ ବନାଇଛନ୍ତି। ଏହାକୁ ଦେଖିଲେ ଆପଣ ବି ଚକିତ ହୋଇଯିବେ।

ବ୍ରାଜିଲରେ ରହୁଥିବା କନ୍‌ଷ୍ଟ୍ରକ୍ସନ ଓ୍ଵାର୍କର ଓ୍ଵାଲିଡର ସିଗାଟୋଙ୍କୁ ଲୋକେ ‘ରିୟଲ ହଲ୍କ ବା ହିମ୍ୟାନ୍‌’ ନାଁରେ ଜାଣିଥାଆନ୍ତି। ମାତ୍ର ୫ ବର୍ଷ ଭିତରେ ସେ ନିଜ ବଡିକୁ ୧୨ ଇଞ୍ଚରୁ ୨୩ ଇଞ୍ଚ କରିଦେଇଛନ୍ତି। କିନ୍ତୁ ଏବେ ଓ୍ଵାଲିଡର ନିଜ ବଡିକୁ ଇଞ୍ଜେକ୍ସନ ସାହାଯ୍ୟରେ ୨୭ ଇଞ୍ଚ କରିବାକୁ ଚାହୁଁଛନ୍ତି।

body5

body2

ଏହାସହ ପଢ଼ନ୍ତୁ: ମଡେଲଙ୍କ ଶରୀରରୁ ବାହାରୁଥିବା ଏହି ଅପରିଷ୍କାର ପଦାର୍ଥରୁ ତିଆରି ହୁଏ ମଦ, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ପ୍ରକୃତ କଥା ହେଲା, ଓ୍ଵାଲିଡରଙ୍କୁ ପିଲାବେଳୁ ଡ୍ରଗ୍ସ ନିଶା ଥିଲା। ସେହି ସମୟରେ ତାଙ୍କ ଓଜନ କମିଯାଇଥିଲା। ସେ ଡ୍ରଗ୍ସ ଛାଡ଼ି ଜିମ୍ ଜଏନ୍ କରିଥିଲେ। ତାଙ୍କୁ ଖୁବ୍ କମ୍ ସମୟ ମଧ୍ୟରେ ଭଲ ବଡି ବନାଇବାର ଥିଲା। ପୂର୍ବରୁ କେହି ଜଣେ ତାଙ୍କୁ ସିନ୍ଥୋଲ ବିଷୟରେ କହିଥିଲେ। ଏହାପରେ ଓ୍ଵାଲିଡର ସିନ୍ଥୋଲ ଇଞ୍ଜେକ୍ସନ ନେବା ଆରମ୍ଭ କଲେ।

ଇଞ୍ଜେକ୍ସନ ନେବା ଦ୍ୱାରା ତାଙ୍କ ମସଲ୍ସ ଖୁବ୍ ବଡ଼ ହୋଇଯାଇଛି। ଓ୍ଵାଲିଡରଙ୍କ ଆଖପାଖର ଲୋକେ ତାଙ୍କୁ ମନଷ୍ଟର ମଧ୍ୟ କହିଥାଆନ୍ତି। ସିନ୍ଥୋଲ ଇଞ୍ଜେକ୍ସନ ବହୁତ ବିପଦଜନକ ହୋଇଥାଏ। ଏହାର ଓଭର ଡୋଜ୍ ଦ୍ୱାରା ମୃତ୍ୟୁ ହେବାର ସମ୍ଭାବନା ଥାଏ। ଡାକ୍ତର ମନା କରିବା ସତ୍ତ୍ୱେ ସେ ଏହି ଇଞ୍ଜେକ୍ସନ ନେବାରେ ଲାଗିଛନ୍ତି।

Leave A Reply

Your email address will not be published.