Below header

ଆଶ୍ଚର୍ଯ୍ୟ ! ଗୋଟିଏ ଗଛରେ ଫଳୁଛି ୪୦ ପ୍ରକାରର ଫଳ

ସାଧାରଣତଃ ଗୋଟିଏ ଗଛରେ ମାତ୍ର ଗୋଟିଏ ପ୍ରକାରର ଫଳ ଫଳୁଥିବା ଆପଣ ଦେଖିଥିବେ । କିନ୍ତୁ କେବେ ଗୋଟିଏ ଗଛରେ ଅନେକ ପ୍ରକାର ଫଳ ଫଳିଥିବା ଦେଖିଛନ୍ତି କି ? ସେ ପୁଣି ଗୋଟିଏ କିମ୍ବା ଦୁଇଟି ନୁହେ ୪୦ ପ୍ରକାରର ଫଳ । ଆମେରିକାର ଏକ ଭିଜୁଆଲ ଆର୍ଟ୍ସର ପ୍ରଫେସର ଏପରି ଏକ ଅଦ୍ଭୁତ ଗଛ ପ୍ରସ୍ତୁତ କରିଛନ୍ତି ଯିଏକି ୪୦ ପ୍ରକାର ଫଳ ଦେଇଥାଏ । କେବଳ ସେତିକି ନୁହେଁ ଏହି ଗଛ ବିକ୍ରି ମଧ୍ୟ କରାଯାଉଛି ଯାହାର ଦର ବର୍ତ୍ତମାନ ପର୍ଯ୍ୟନ୍ତ ୧୯ ଲକ୍ଷ ଟଙ୍କା ରହିଛି ।

ସୂଚନା ଅନୁଯାୟୀ ଏହି ଗଛକୁ ଆମେରିକା ସେରକ୍ୟୁଜ ୟୁନିଭର୍ସିଟିର ଭିଜୁଆଲ ଆର୍ଟ୍ସର ପ୍ରଫେସର ବୋନ ଏକେନ ପ୍ରସ୍ତୁତ କରିଛନ୍ତି । ସେ ଏହି ଗଛର ନାମ ରଖିଛନ୍ତି ଟ୍ରି ଅଫ ୪୦। ଏହି ଗଛରେ ଫଳୁଥିବା ଫଳ ଗୁଡିକ ହେଉଛି ପ୍ଲମ କୋଳି, ସାଲମନ, ଆପ୍ରିକଟ, ଚେରି ଏବଂ ନେକ୍ଟରାଇନ ଇତ୍ୟାଦି ।

Image result for grows 40 kinds of fruits on this tree

ବୋନଙ୍କ କହିବା ଅନୁଯାୟୀ ସେ ଟ୍ରି ଅଫ ପ୍ରୋଜେକ୍ଟ40 ୨୦୦୮ମସିହାରେ ଆରମ୍ଭ କରିଥିଲେ । ଯେତେବେଳେ ସେ ବୋନ ଏକେନ ନ୍ୟୁୟର୍କ ଷ୍ଟେଟ ଏଗ୍ରିକଲଚର ଏକ୍ସପେରିମେଣ୍ଟରେ ଏକ ବଗିଚାକୁ ଦେଖିଥିଲେ । ବୋନ ଦେଖିଥିଲେ ଯେ ଏହି ବଗିଚାରେ ୨୦୦ ପ୍ରକାରର ପ୍ଲମ ଏବଂ ଆପ୍ରିକଟ ଗଛ ରହିଛି । ଏହି ବଗିଚାରେ ଥିବା ଅତ୍ୟନ୍ତ ପ୍ରାଚୀନ ଏବଂ ଦୁର୍ଗମ ବୃକ୍ଷର ପ୍ରଜାତିଗୁଡିକ ପାଣ୍ଠି ଅଭାବରୁ ବନ୍ଦ ହେବାକୁ ଯାଉଥିଲା ।

Image result for grows 40 kinds of fruits on this tree

 

ଏହାସହ ପଢନ୍ତୁ ନାସା ସେୟାର କଲା ସୂର୍ଯ୍ୟଙ୍କର ଜ୍ୱଳନ୍ତ ଚିତ୍ର, ଯେଉଁଥିରେ ଲୁଚି ରହିଛି ଏକ ଚେହେରା

ଏପରି ବୃକ୍ଷ ପ୍ରସ୍ତୁତ କରିବା ପାଇଁ ଗ୍ରାଫ୍ଟିଙ୍ଗ ଟେକନିକ ଦ୍ୱାରା ଶୀତଋତୁରେ ଗଛରେ କୋଳି ଥିବା ଏକ ଡାଳକୁ କାଟି ଅଲଗା କରି ଦିଆଯାଇଥାଏ । ଏହାପରେ ଏହି ଡାଳକୁ ଆଉ ଗଛରେ ଯୋଡି ଦିଆଯାଏ । ଶେଷରେ ଯୋଡ଼ା ହୋଇଥିବା ସ୍ଥାନକୁ ପୋଷାକ ତତ୍ତ୍ୱର ଲେପ ଦେଇ ଏହି ଋତୁରେ ବାନ୍ଧି ଦିଆଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.