କେନ୍ଦୁଝର: ପ୍ରକାଶ ପାଇଲା ଲହଣ୍ଡା ଗୁଣିଗାରୁଡ଼ି ସନ୍ଦେହରେ ହତ୍ୟାକାଣ୍ଡର ରାୟ, ୬ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦୁଝର(କେନ୍ୟୁଜ୍):   ବହୁ ଚର୍ଚ୍ଚିତ ଲହଣ୍ଡା ଗୁଣି ଗାରୁଡ଼ି ସନ୍ଦେହରେ ହତ୍ୟାକାଣ୍ଡର ପ୍ରକାଶ ପାଇଲା ରାୟ। ୬ ଜଣଙ୍କୁ ଆଜୀବନ , ଜଣଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଓ ଦୁଇ ଜଣ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି। ଘଟଣାରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ବାଳ ସୁଧାର ଗୃହକୁ ପଠାଯାଇଛି । ସେହିପରି ସମ୍ପୃକ୍ତ ମହିଳା ତିନିବର୍ଷ କାରାଦଣ୍ଡ ଭୋଗି ସାରିଥିବାରୁ ସେ ମଧ୍ୟ ଖଲାସ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଯୋଡ଼ା ଥାନା ଅନ୍ତର୍ଗତ ଲହଣ୍ଡା ମୁଣ୍ଡାସାହିରେ ୨୦୧୫ ଜୁଲାଇ ୧୩ରେ ଗୁଣି ଗାରୁଡ଼ି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥଲା। ଚମ୍ପୁଆ ଅତିରିକ୍ତ ଦୌରାଜଜ୍‌ ଦୋଳଗୋବିନ୍ଦ ବାରିକ ଏହି ମାମଲାର ବିଚାର କରି ୨୪ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ୬ଜଣ ଆସାମୀକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଜଣେ ମହିଳା ଆସାମୀକୁ ୩ ବର୍ଷ ଜେଲ୍‌ଦଣ୍ଡ ଓ ଦୁଇ ଜଣଙ୍କୁ ସାକ୍ଷୀ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।୨୦୧୫ ଜୁଲାଇ ୧୩ରେ ଲହଣ୍ଡା ଗାଁର ଗୁରା ମୁଣ୍ଡାଙ୍କ ପରିବାରର ୬ଜଣ ସଦସ୍ୟକୁ ରାତିରେ ଶୋଇଥିବା ଅବସ୍ଥାରେ ଗୁଣି ଗାରୁଡ଼ି ସନ୍ଦେହରେ ସେହି ଗାଁର କିଛି ଲୋକ ଘରେ ପଶି ହତ୍ୟା କରିଥିଲେ। ପରିବାରର ଦୁଇ ନାବାଳକ ଖଟତଳେ ଲୁଚିଯିବାରୁ ବଞ୍ଚି ଯାଇଥିଲେ । ମାମଲାରେ ଯୋଡ଼ା ପୋଲିସ ଜଣେ ମହିଳା ଓ ଜଣେ ନାବାଳକଙ୍କ ସହିତ ମୋଟ ୧୦ ଜଣଙ୍କୁ ଗିରଫ କରିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.