Below header

ଏନ୍‌କାଉଣ୍ଟରରେ ମୋଷ୍ଟ ଓ୍ଵାନଟେଡ୍‌ ଆତଙ୍କବାଦୀ ଜାକିର ମୁସା ନିହତ

ଶ୍ରୀନଗର: ଦକ୍ଷିଣ କଶ୍ମୀର ପୁଲ୍‌ଓ୍ଵାମା ଜିଲ୍ଲାରେ ଉପତ୍ୟକାର ମୋଷ୍ଟ୍‍ ଓ୍ଵାନଟେଡ୍‌ ଆତଙ୍କବାଦୀ ଜାକିର ରଶିଦ ଭଟ ଓରଫ ଜାକିର ମୁସା ଗୁରୁବାର ଦିନ ନିହତ ହୋଇଛି। ଦାଦସର ଗାଁରେ ଜାକିର ମୁସା ଏବଂ ତା’ର ସହଯୋଗୀମାନେ ଉପସ୍ଥିତ ଥିବାର ସୂଚନା ପାଇ ସେନା, ପୁଲିସ ଓ ସିଆର୍‌ପିଏଫ୍‌ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଅଭିଯାନ ଆରମ୍ଭ କରିଥିଲେ। ଅଭିଯାନ ସମୟରେ ଆତଙ୍କବାଦୀମାନେ ଲୁଚି ରହିଥିବା ଘର ପାଖାପାଖି ହେବାମାତ୍ରେ ସେମାନେ ଗୁଳି ଚଳାଇବାରୁ ସେନା ପକ୍ଷରୁ ପାଲଟା ଗୁଳି ଚଳନା କରାଯାଇଥିଲା। ଗୁଳି ବିନିମୟ ସମୟରେ ଜାକିର ମୁସା ସେହି ଘର ଭିତରେ ହିଁ ନିହତ ହୋଇଥିବା ଜଣାପଡିଛି। ଏନ୍‌କାଉଣ୍ଟର ସ୍ଥଳକୁ ଅନେକ ଯୁବକ ମାଡ଼ି ଆସିବାରୁ ଅଭିଯାନକାରୀ ଦଳ ସେମାନଙ୍କ ଉପରକୁ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। କଶ୍ମୀରର ଉପଖଣ୍ଡୀୟ ପ୍ରଶାସନ ଦକ୍ଷିଣ କଶ୍ମୀର ଓ ଶ୍ରୀନଗରରେ ଇଣ୍ଟର୍‌ନେଟ୍‌ ସେବା ବନ୍ଦ କରାଯାଇଛି ଏବଂ ଆଜି ସମସ୍ତ ସ୍କୁଲ୍‌ ଓ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.