Below header

ଗଜପତି: ଆର. ଉଦୟଗିରି ତହସିଲଦାରଙ୍କୁ ଆକ୍ରମଣ ଘଟଣା ପୁଣି ତିନି ଅଭିଯୁକ୍ତ ଗିରଫ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ଆର. ଉଦୟଗିରି ତହସିଲଦାର ଏବଂ ପୋଲିସ କର୍ମଚାରୀଙ୍କ ଉପରେ ଛେଳିଗଡ଼ ଖ୍ରୀଷ୍ଟିଆନ ସାହିରେ ଆକ୍ରମଣ ଘଟଣାରେ , ଅନ୍ୟ ତିନି ଅଭିଯୁକ୍ତ ଙ୍କୁ ଗିରଫ କରିଛି ପୋଲିସ l ଏହା ସହ ଘଟଣାର ସମସ୍ତ ୯ ଜଣ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛନ୍ତି,ପୂର୍ବରୁ ବିଭିନ୍ନ ସ୍ଥାନରୁ ୬ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଥିଲା l

 

ତଦନ୍ତ ରେ ବାଧା ଉପୁଜିବା ସନ୍ଦେହ ରେ ଅଭିଯୁକ୍ତ ର ନାମ ପ୍ରକାଶ କରିବା ପାଇଁ SDPO ଦିଲ୍ଲୀପ ନାୟକ ମନା କରିଛନ୍ତି l ସୂଚନା ଯୋଗ୍ୟ ଯେ ଗତ ମେ ମାସ ୭ ତାରିଖ ରେ ଛେଳିଗଡ଼ ଗ୍ରାମରେ ଏକ ବିବାହ ଭୋଜି ଆୟୋଜନ କୁ ବାରଣ କଲାବେଳେ ତହସିଲଦାର ସ୍ମୃତିରଞ୍ଜନ ଶତପଥୀ ଏବଂ ଥାନା କର୍ମଚାରୀ ଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା l ଏନେଇ ପୋଲିସ 9 ଜଣ ମୁଖ୍ୟ ଅଭିଯୁକ୍ତ ଙ୍କ ସହ 90ରୁ ଉର୍ଦ୍ଧ ବ୍ୟକ୍ତି ଙ୍କ ନାମରେ ମାମଲା ରୁଜୁ କରିଥିଲା l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.