Below header

ମ୍ୟୁକୋରମାଇକୋସିସ୍‌ ବା ବ୍ଲାକ ଫଙ୍ଗସ ମହାମାରୀ ଆକ୍ଟରେ ଅନ୍ତର୍ଭୁକ୍ତ ହେଲା, କିନ୍ତୁ ରାଜ୍ୟରେ ମହାମାରୀ ରୂପ ନେଇ ନାହିଁ

କେନ୍ୟୁଜ୍(ବ୍ୟୁରୋ):  ମ୍ୟୁକୋରମାଇକୋସିସ୍‌ ବା ବ୍ଲାକ ଫଙ୍ଗସ ମହାମାରୀ ଆକ୍ଟରେ ଅନ୍ତର୍ଭୁକ୍ତ ହେଲା। ଆଜି ରାଜ୍ୟ ସରକାର ଏପିଡେମିକ ଡିଜିକ୍‌ ଆକ୍ଟ ୧୮୯୭ ଆଧାରରେ ନୋଟିଫିଏବଲ ଡିଜିଜ୍‌ ବୋଲି ଘୋଷଣା କରିଛନ୍ତି । କିନ୍ତୁ ରାଜ୍ୟରେ ମ୍ୟୁକୋରମାଇକୋସିସ୍‌ ମହାମାରୀ ରୂପ ନେଇ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ କୁହାଯାଇଛି।

କୌଣସି ରୋଗକୁ ନୋଟିଫିଏବଲ ଡିଜିଜ ଘୋଷଣା କରିବା ପରେ, ଏ ରୋଗରେ କେହି ଆକ୍ରାନ୍ତ ହେଲେ ତାର ସୂଚନା ସରକାରଙ୍କୁ ଦେବାକୁ ପଡିବ। ଦେଶର ଅନେକ ସ୍ଥାନରେ କୋଭିଡ୍‌ ପରବର୍ତ୍ତୀ ଚିକିତ୍ସା ପରେ ବ୍ଲାକ ଫଙ୍ଗସ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ନଜରକୁ ଆସିଛି। ରାଜସ୍ଥାନ ଓ ତେଲେଙ୍ଗାନା ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କରି ସାରିଛନ୍ତି । କିନ୍ତୁ ଓଡ଼ିଶାରେ ଏହା ମହାମୀର ରୂପ ନେଇ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.