Below header

କୋଭିଡ୍‌ରେ ଆକ୍ରାନ୍ତଙ୍କ ଟିକାକରଣ ପାଇଁ ନୂଆ ଗାଇଡ୍‌ ଲାଇନ, ସୁସ୍ଥ ହେବାର ୩ ମାସ ପରେ ଟିକା ନେଇ ପାରିବେ

କେନ୍ୟୁଜ୍(ବ୍ୟୁରୋ):  ଟିକାକରଣ ପାଇଁ ନୂଆ ଗାଇଡ୍‌ ଲାଇନ। ଜଣେ ଯଦି କୋଭିଡ୍‌ରେ ଆକ୍ରାନ୍ତ ହୋଇଥିବେ ତେବେ ସେ ସୁସ୍ଥ ହେବାର ୩ ମାସ ପରେ ଟିକା ନେଇ ପାରିବେ। ଏବେ ପ୍ଲାଜମା ଚିକିତ୍ସାକୁ ବନ୍ଦ କରି ଦିଆଯାଇଛି। ପୂର୍ବରୁ ଯଦି କେହି ପ୍ଲାଜମା ନେଇ ଚିକିତ୍ସତ ହୋଇଥିବେ ତେବେ ସେ ସୁସ୍ଥ ହେବାର ତିନି ମାସ ପରେ ଟିକା ନେଇ ପାରିିବେ। ସେହିପରି ଜଣେ ପ୍ରଥମ ଡୋଜ୍‌ ନେବା ପରେ କୋଭିଡ୍‌ରେ ସଂକ୍ରମିତ ହୋଇଥିବେ ତେବେ ସେ ମଧ୍ୟ ସୁସ୍ଥ ହେବାର ତିନି ମାସ ପରେ ହିଁ ଦ୍ୱିତୀୟ ଡୋଜ୍‌ ନେଇ ପାରିବେ।

ଯଦି କେହି ଅନ୍ୟ କୌଣସି ଗୁରୁତର ରୋଗରେ ପୀଡିତ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିବେ ତେବେ ତାଙ୍କୁ ସୁସ୍ଥ ହେବା ପରେ ଟିକା ନେବା ପାଇଁ ୪ରୁ ୮ ସପ୍ତାହ ଅପେକ୍ଷା କରିବାକୁ ପଡିବ। ଯଦି କେହି ଟିକା ନେଇଥିବେ ଏବଂ ରକ୍ତଦାନ କରିବାକୁ ଚାହୁଁଥିବେ ତେବେ ସେ ୧୪ ଦିନ ପରେ ରକ୍ତଦାନ କରି ପାରିବେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.