Below header

ରାଜ୍ୟରେ ଆଜି ୯୮୭୦ ଜଣ ଆକ୍ରାନ୍ତ କରୋନାରେ ସୁସ୍ଥ, ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୧୬୭୩ ଜଣ ଆକ୍ରାନ୍ତ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ଆଜି ୯୮୭୦ ଜଣ ଆକ୍ରାନ୍ତ କରୋନାରେ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥଙ୍କ ମଧ୍ୟରୁ  ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୧୬୭୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଟ୍ବିଟ ଯୋଗେ  ସୂଚନା ଦିଆଯାଇଛି । ଆଜିର ସୁସ୍ଥଙ୍କୁ  ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୫୬ ହଜାର ୫୦୧ରେ ପହଞ୍ଚିଥିବା ସୂଚନା ମିଳିଛି।

ଆଜିର  ସୁସ୍ଥଙ୍କ ମଧ୍ୟରେ  ସୁନ୍ଦରଗଡ଼ ଜିଲ୍ଲାରୁ ୭୮୯, ନୂଆପଡ଼ାରୁ ୬୫୦, କଟକରୁ ୬୪୬, ଅନୁଗୁଳରୁ ୫୯୨, ବଲାଙ୍ଗୀରରୁ ୪୨୫, ଝାରସୁଗୁଡ଼ାରୁ ୩୫୭, ସମ୍ବଲପୁରରୁ ୩୫୬, ନବରଂଗପୁରରୁ ୩୫୪, ଗଂଜାମରୁ ୩୨୫, ବାଲେଶ୍ୱରରୁ ୩୧୩, ବରଗଡ଼ରୁ ୨୬୪, ଜଗତସିଂହପୁରରୁ ୨୩୩, ମୟୂରଭଂଜରୁ ୨୨୩, କଳାହାଣ୍ଡିରୁ ୨୧୫, ବୌଦ୍ଧରୁ ୨୧୪, ସୁବର୍ଣ୍ଣପୁରରୁ ୨୦୫ ଓ କେନ୍ଦୁଝରରୁ ୨୦୩ କରୋନାରୁ ସୁସ୍ଥ ହୋଇଛନ୍ତି ।

ସେହିପରି କୋରାପୁଟରୁ ୧୯୨, କେନ୍ଦ୍ରାପଡ଼ାରୁ ୧୮୫, ଯାଜପୁରରୁ ୧୮୪, ନୟାଗଡ଼ରୁ ୧୮୪, ରାୟଗଡ଼ାରୁ ୧୬୯, ଦେବଗଡ଼ରୁ ୧୧୮, ପୁରୀରୁ ୧୧୫, ଢେଙ୍କାନାଳରୁ ୧୦୨, ଗଜପତିରୁ ୧୦୦, କନ୍ଧମାଳରୁ ୮୬, ମାଲକାନଗିରିରୁ ୬୬, ଭଦ୍ରକରୁ ୫୨ ଓ ରାଜ୍ୟପୁଲରୁ ୨୮୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.