Below header

ଜନସେବାରେ ପୋଲିସ, ପବ୍ଲିକ, ପ୍ରେସ : ଦାରିଙ୍ଗବାଡ଼ି ପ୍ରେସ୍‌ କ୍ଲବ ପକ୍ଷରୁ କ୍ଲୋଜ ସର୍କିଟ କ୍ୟାମେରା ଲୋକାର୍ପଣ

ଦାରିଙ୍ଗବାଡ଼ି (କେ ନ୍ୟୁଜ୍‌) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଚାରିଛକରେ ଲାଗିଲା କ୍ଲୋଜ୍‌ ସର୍କିଟ୍‌ କ୍ୟାମେରା ବା ସିସିଟିଭି । ଦାରିଙ୍ଗବାଡ଼ି ପ୍ରେସକ୍ଲବ ପକ୍ଷରୁ ଏକ ମହତ୍‌ କାମ କରାଯାଇଛି । ସୋମବାର ଦିନ ଏହି କ୍ୟାମେରାର ଲୋକାର୍ପଣ କରାଯାଇଛି । ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ୨୪ ଘଣ୍ଟିଆ ନଜର ରଖିବା ପାଇଁ ଏହି ସିସିଟିଭି କ୍ୟାମେରା ଲଗା ଯାଇଛି । ପ୍ରେସକ୍ଲବର ସମସ୍ତ ସଦସ୍ୟ, ପୋଲିସ ଓ ଜନସାଧାରଣଙ୍କ ସହଯୋଗରେ ବାଲିଗୁଡ଼ା ଏସଡିପିଓ ମାନସ କୁମାର ବାରିକଙ୍କ ଦ୍ୱାରା ଏହି ସିସିଟିଭିର ଲୋକାର୍ପଣ କରାଯାଇଥିଲା । ବିଡିଓ ଭକ୍ତବନ୍ଧୁ ଜନାର୍ଦ୍ଧନ ଦଳେଇ, ବିଇଓ ବ୍ରହ୍ମାନନ୍ଦ ରାଉତ, ଥାନା ଅଧିକାରୀ କୌଶିକ ମାଝୀ,ବାଲିଗୁଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।

CCTV DARINGBADI-2

ଦାରିଙ୍ଗବାଡ଼ି ଓଡ଼ିଶାର କାଶ୍ମୀର ଭାବେ ରହିଛି । ଏଠାକୁ ପ୍ରତିଦିନ ଶହ ଶହ ଦେଶ ବିଦେଷରୁ ପର୍ଯ୍ୟଟକ ଆସି ଏଠାକାର ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି । ଏହାଫଳରେ ଦାରିଙ୍ଗବାଡ଼ିର ଗୁରୁତ୍ୱ ବଢ଼ିବା ସହିତ ଅନେକ ସମୟରେ ଅପରାଧ ମଧ୍ୟ ଘଟୁଛି । ଏଥିନେଇ ଅନେକବାର ଆମପୋଲିସ ବୈଠକ ହେଉକି ଜନସାଧରଙ୍କ ବୈଠକରେ ସିସିଟିଭି କ୍ୟାମେରା ବଜାରର ଜନଗହଳି ସ୍ଥାନରେ ଲଗାଇବା ନେଇ ଆଲୋଚନା ହୋଇଥିଲା । ତେବେ ଏହି କାମ ପ୍ରେସ୍‌କ୍ଲବ୍‌ ଦ୍ୱାରା କରାଯାଇଥିବାରୁ ସମସ୍ତେ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.