Below header

ଉର୍ବଶୀ ରୌତେଲା କରୁଥିଲେ ମେକଅପ୍‌, ଦୂରରୁ ଲୁଚି ରହି ଆଉ ଜଣେ ସେଲିବ୍ରିଟୀ ବନାଇଲେ ଭିଡିଓ

କପିଲ ଶର୍ମା ଶୋରେ ଆପଣ ତ ଅର୍ଚ୍ଚନା ପୂରନ ସିଂହଙ୍କୁ ନିଶ୍ଚୟ ଜାଣିଥିବେ। ବହୁତ କମେଡି ଶୋରେ ତାଙ୍କୁ ଆପଣ ଖୁବ୍‌ ହସୁଥିବାର ଦେଖିଥିବେ। ତେବେ ସେ ଏବେ ଏକ ଭିଡିଓ ସେୟାର କରିଛନ୍ତି ଯାହାକୁ ଲୋକମାନେ ଖୁବ୍‌ ପସନ୍ଦ କରୁଛନ୍ତି। ଏବେ ପଯ୍ୟର୍ନ୍ତ ଏହି ଭିଡିଓକୁ ୭୦ ହଜାରରୁ ଅଧିକ ଥର ଲୋକ ଦେଖିସାରିଲେଣି। ଅର୍ଚ୍ଚନା ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କର ଏକ ଭିଡିଓ ସୁଟ୍‌ କରିଛନ୍ତି ତାହାପୁଣି ତାଙ୍କ ଦୂରରୁ ଛିଡା ହୋଇ। ଭିଡିଓରେ ଅର୍ଚ୍ଚନା ଉର୍ବଶୀଙ୍କୁ କହୁଛନ୍ତି, ‘ତୁମେ ବହୁତ ସୁନ୍ଦର ଲାଗୁଛ, ତୁମକୁ ଆଉ ମେକଅପର ଆବଶ୍ୟକତା ନାହିଁ। ’ ଏଥଚିରେ ଉର୍ବଶୀ ହସି ଦେଉଛନ୍ତି।

urbashiଉର୍ବଶୀ ରୌତେଲା ‘ ଦ କପିଲ ଶର୍ମା ଶୋ’ରେ ନିଜର ଆଗାମୀ ଫିଲ୍ମ ‘ପାଗଲପନ୍ତି’ର ପ୍ରମୋସନ ପାଇଁ ଆସିଥିଲେ। ଏହି ସମୟରେ ତାଙ୍କ ସହିତ ବଲିଉଡ୍‌ ଅଭିନେତା ଅନିଲ କପୁର ମଧ୍ୟ ସାଥିରେ ଥିଲେ। ନଭେମ୍ବର ୨୨ ତାରିଖରେ ରିଲିଜ୍‌ ହୋବକୁ ଥିବା ଏହି ଫିଲ୍ମରେ ଅନିଲ କପୁର, ଉର୍ବଶୀ ରୌତେଲା, ଜନ୍‌ ଅବ୍ରାହମ୍‌, ଇଲିୟାନା ଡିକ୍ରୁଜ୍‌, କ୍ରୁତ୍ତି ଖରବନ୍ଦା, ଅରସଦ୍‌ ଓ୍ଵାରସି, ପୁଲକିତ ସମ୍ରାଟ ଏବଂ ସୌରଭ ଶୁକ୍ଳା ମଧ୍ୟ ଅଛନ୍ତି।

ସେହିପରି ଉର୍ବଶୀ ରୌତେଲା ବଲିଉଡକୁ ଆସିବା ପୂର୍ବରୁ ଅନେକ ବ୍ୟୁଟି ପ୍ରୋଜେକ୍ଟରେ କାମ କରିସାରିଛନ୍ତି। ସେ ୧୫ ବର୍ଷ ବୟସରେ ମଡେଲିଂ ଆରମ୍ଭ କରିଦେଇଥିଲେ। ଉବର୍ଶୀ ଲାକମି ଫ୍ୟାସନ୍‌ ଓ୍ଵିକ ଏବଂ ଆମାଜନ୍‌ ଫ୍ୟାସନ ଓ୍ଵିକରେ ଶୋ ଷ୍ଟନର ରହିଛନ୍ତି।

ଏହାସହ ପଢନ୍ତୁ : ମେକଅପ୍‌ ପାଇଁ ସୋସିଆଲ ମିଡିଆରେ ଟ୍ରୋଲ୍‌ ହେଲେ ରାନୁ ମଣ୍ଡଳ ତ ଜବରଦସ୍ତ ସପୋର୍ଟ କଲେ୍‌ ଫ୍ୟାନ୍ସ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.