ବାଲୁଗାଁ: ରାସ୍ତା କଡ଼ରୁ ମୁମୂର୍ଷୁ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କଲେ କଲେଜ ଛାତ୍ର, ଅଜଣା ଗାଡି ଦେଇଥିଲା ଧକ୍କା

ବାଲୁଗାଁ(କେନ୍ୟୁଜ୍):   ଖୋର୍ଦ୍ଧା  ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବାଣପୁର – ବାଲୁଗାଁ ମୁଖ୍ୟ ରାସ୍ତା ପାରିନୂଆଗାଁ ଛକ ନିକଟରେ ଜଣେ ଅଜଣା ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ମହିଳା ଜଣକ ଅଚେତ ଅବସ୍ଥାରେ ରାସ୍ତା ଉପରେ ପଡିଥିବାବେଳେ ତାଙ୍କ ମୁହଁରୁ ରକ୍ତସ୍ରାବ ହେଉଥିବାର ଦେଖାଯାଇଥିଲା। ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିବାବେଳେ ଗୋଦାବରୀଶ ମହାବିଦ୍ୟାଳୟ ଛାତ୍ରମାନେ ତାଙ୍କୁ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଛନ୍ତି। ମହିଳା ଜଣକ ଅଚେତ ରହିଥିବାରୁ ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ତେବେ ନିଛାଟିଆ ରାସ୍ତାରେ ଯାଉଥିବା ସମୟରେ କୌଣସି ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିବାର ଅନୁମାନ କରାଯାଉଛି। ତେବେ ଏହି ଘଟଣା ବାବଦରେ ସ୍ଥାନୀୟ ଲୋକେ ବାଣପୁର ପୋଲିସ୍‌କୁ ଅବଗତ କରାଇଛନ୍ତି।

 

Leave A Reply

Your email address will not be published.