ଇ-କମର୍ସ କମ୍ପାନୀ ଠାରୁ କିଣିବା ପଡିବ ମହଙ୍ଗା: କିଣା ମୂଲ୍ୟର ୫୦ ପ୍ରତିଶତ ଅଧିକ ଦେବାକୁ ପଡିପାରେ ଜିଏସଟି

ଏବେ ଇ -କମର୍ସ କମ୍ପାନୀରୁ କିଣିବା ଆପଣମାନଙ୍କୁ ମହଙ୍ଗା ପଡିପାରେ । ଏବେ ଚାଇନିଜ କମ୍ପାନୀ ଠାରୁ କିଣିବା ପାଇଁ ଆପଣଙ୍କୁ ଅଧିକ ଟାକ୍ସ ଦେବାକୁ ପଡିବ, ଯାହା ସିଧାସଳଖ ଭାବେ ଗ୍ରାହକଙ୍କ ଉପରେ ପଡିବ। ଅଲ୍ଲୀବାବା, କ୍ଲବ ଫ୍ୟାକ୍ଟରୀ , ଅଲି ଏକ୍ସପ୍ରେସ ଏବଂ ସିନି ଭଳି ଚାଇନିଜ ଇ – କମର୍ସ କମ୍ପାନୀରୁ କିଣିବା ଦ୍ୱାରା ଗ୍ରାହକଙ୍କୁ ଖୁବ ଶୀଘ୍ର ୫୦ ପ୍ରତିଶତ ଅଧିକ ଜିଏସଟି ଏବଂ ସୀମା ଶୁଳ୍କ ଦେବାକୁ ପଡିପାରେ । ଇ- କମର୍ସ ୱେବସାଇଟ ଜରିଆରେ ଉତ୍ପାଦର ଅବୈଧ ପ୍ରବେଶ ରୋକିବା ପାଇଁ କର ବିଭାଗ ଚାଇନିଜ ଇ-କମର୍ସ କମ୍ପାନୀରୁ କିଣୁଥିବା ପଦାର୍ଥରେ ଆଇଜିଏସଟି ଏବଂ ସୀମା ଶୁଳ୍କ ଲଗାଇବା ପାଇଁ ସମ୍ଭାବନାର ସନ୍ଧାନ କରୁଛି ।
ବିଶେଷ କଥା;
– ଅବୈଧ ଆୟତ ରୋକିବା ପାଇଁ ଅତିରିକ୍ତ ଟାକ୍ସ ଲଗେଇବେ ସରକାର ।
-୫,୦୦୦ ଟଙ୍କା ରୁ କାମ ଉପହାର ମଗେଇବାରେ ସୀମା ଶୁଳ୍କ ଲାଗିବନାହିଁ ।
– ସରକାରଙ୍କ ଏହି ପଦକ୍ଷେପରେ ପ୍ରଭାବିତ ହୋଇପାରେ ଇ-କମର୍ସ କମ୍ପାନୀର କାରବାର ।

ନିୟମର ଲାଭ ଉଠାଉଛନ୍ତି ବିଦେଶ କମ୍ପାନୀ :
ଭାରତୀୟ ଆଇନରେ ଉଲେଖ ଅଛି ଯେ, କୌଣସି ଦେଶରେ ୫୦୦୦ ହଜାରରୁ କମ ମୂଲ୍ୟର ଉପହାର ମଗାଇବା ଦ୍ୱାରା ସୀମା ଶୁଳ୍କ ଦେବାକୁ ପଡ଼ିନଥାଏ । ରିପୋର୍ଟ ମୁତାବକ, ଚୀନ ଏବଂ ଅନ୍ୟ କୌଣସି ଦେଶର ଇ- କମର୍ସ କମ୍ପାନୀ ଏହି ନିୟମର ଲାଭ ଉଠାଇବା ସହିତ ବିନା ଶୁଳ୍କ ନଦେଇ ନିଜର ଜିନିଷ ଭାରତ ପଠାଉଛି । ଏହି ସବୁ ଚାଇନିଜ କମ୍ପାନୀ ଉପରେ କର ବିଭାଗ ନଜର ରଖିଛି । ସରକାରଙ୍କ ଏହି ପଦକ୍ଷେପକୁ ନେଇ କମ୍ପାନୀ ଉପରେ ପ୍ରଭାବ ପଡିପାରେ ।
ସବୁ ଜିନିଷ ଉପରେ ଗୋଟେ ଟାକ୍ସ ଲାଗିବ କି ଜିନିଷର ଶ୍ରେଣୀବିଭାଗ କରି ଏହି ଟାକ୍ସ ଲଗାଯିବ ତାହା ସରକାର ଏପର‌୍ୟ୍ୟନ୍ତ ଧାର‌୍ୟ୍ୟ କରିନାହାନ୍ତି । ଯଦି ସବୁ ଜିନିଷ ଉପରେ ସମାନ ଟ୍ୟାକ୍ସ ଲଗାଯିବ ତେବେ ଗ୍ରାହକଙ୍କ ପାଇଁ ଏହା ଚିନ୍ତାର ବିଷୟ ହେବ ।

Leave A Reply

Your email address will not be published.