Below header

ଯାଆଁଳା ଶିଶୁଙ୍କୁ ଜନ୍ମ ଦେଲେ ଯାଆଁଳା ନର୍ସ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ସମୟ ସମୟରେ ଏଭଳି ଘଟଣା ମାନ ଅକସ୍ମାତ ଘଟେ ଯେ ତାହା ସତରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ । ଏମିତି ହିଁ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଘଟିଛି ସୁଦୂର ଆମେରିକାରେ । ଆମେରିକାର ଏଥେନ୍ସ ଠାରେ ଥିବା ଏକ ହସ୍ପିଟାଲକୁ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ମହିଳା ହସ୍ପିଟାଲ ଆସିଥିଲେ । ଡେଲିଭରି ପରେ ତାଙ୍କର ଯାଆଁଳା ଝିଅ ସନ୍ତାନ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ଡେଲିଭରିରେ ସହାୟତା କରିବା ପାଇଁ ଦୁଇ ଜଣ ନର୍ସ ଆସିଥିଲେ । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଦୁଇ ନର୍ସ ବି ଯାଆଁଳା ଭଉଣୀ ।

ସବୁଠାରୁ ଚକିତ କରିଦେବା ପରି କଥା ହେଉଛି ଏହି ଦୁଇ ନର୍ସ ଙ୍କର ଜନ୍ମ ଏହି ହସ୍ପିଟାଲରେ ପ୍ରାୟ ୨୬ ବର୍ଷ ତଳେ ହିଁ ହୋଇଥିଲା । କିନ୍ତୁ ନିକଟରେ ଏଥେନ୍ସର ରିଜିଓନାଲ ହସ୍ପିଟାଲରେ ଅସ୍ତ୍ରୋପଚାର ମାଧ୍ୟମରେ ଏହି ଯାଆଁଳା ଶିଶୁଙ୍କର ଜନ୍ମ କରାଇଥିଲେ । ଜନ୍ମ କରାଇଥିବା ଏହି ଯାଆଁଳା ନର୍ସ ଭଉଣୀ ଦୁହିଁଙ୍କ ନାଁ ହେଉଛି ଟେରି ଓ ଟେରା । ହସ୍ପିଟାଲରେ ଆଡ଼ମିସନ ନେଇଥିବା ରେବକା ନାମକ ଜଣେ ମହିଳା ନାମକ ମହିଳାଙ୍କ ପ୍ରସବର ଦାୟିତ୍ୱ ଏହି ନର୍ସ ମାନଙ୍କୁ ଦିଆଯାଇଥିଲା । ଏହି ଯାଆଁଳା  ଶିଶୁ କନ୍ୟା ଜନ୍ମ ନେବା ପରେ ନର୍ସ ଦୁହିଁଙ୍କ ଖୁସିର କୌଣସି ଠିକଣା ରହିଲା ନାହିଁ । ଜନ୍ମ ହୋଇଥିବା ଏହି ଦୁଇ ଶିଶୁଙ୍କ ନାମ ଏମା ଓ ଏଡିସନ ରଖାଯାଇଛି ।

ଏହା ସହ ପଢନ୍ତୁ: ନବଜାତ ଶିଶୁକୁ ଧରିଥିଲେ ନର୍ସ, ସାମାନ୍ୟ ଭୁଲ୍ ଯୋଗୁ ଘଟିଗଲା ଏମିତି ଘଟଣା, ଭୋ ଭୋ ହୋଇ କାନ୍ଦିଉଠିଲା ମା’

ହସ୍ପିଟାଲ ତରଫରୁ କହିବା ଅନୁଯାୟୀ ଏହି ଦୁଇ ନର୍ଶ ପ୍ରଥମ କରି ହିଁ କୌଣସି ଡେଲିଭରି କରିଥିଲେ । ତାଙ୍କ ପ୍ରଥମ ଡେଲିଭରିରେ ସେମାନେ ଯାଆଁଳା ସନ୍ତାନ ଦ୍ବୟଙ୍କୁ ଜନ୍ମ ଦେଇଥିଲେ । ନିଜେ ଯାଆଁଳା ହୋଇ ଆଉ ଦୁଇଟି ଯାଆଁଳା ଝିଅଙ୍କୁ ଜନ୍ମ ଦେବା ନିଶ୍ଚିତ ରୂପେ ଏକ ବିସ୍ମୟକାରୀ ଅନୁଭୂତି । ହସ୍ପିଟାଲ ତରଫରୁ ଆହୁରି ମଧ୍ୟ କୁହାଯାଇଛିକି ଏହି ଦୁଇ ନର୍ସଙ୍କ ସିଫ୍ଟକୁ ସାଧାରଣରେ ଏକାଠି କେବେ ମଧ୍ୟ ରଖାଯାଇନଥାଏ । କିନ୍ତୁ ଅକସ୍ମାତ ଏହି ପ୍ରସବ ସମୟରେ ଦୁହିଁଙ୍କ ସିଫ୍ଟ ଏକାଠି ରଖା ଯାଇଥିଲା । ସେମାନେ ଏକାଠି ହିଁ ଏହି ଡେଲିଭରିକୁ କରାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.