ନବଜାତ ଶିଶୁକୁ ଧରିଥିଲେ ନର୍ସ, ସାମାନ୍ୟ ଭୁଲ୍ ଯୋଗୁ ଘଟିଗଲା ଏମିତି ଘଟଣା, ଭୋ ଭୋ ହୋଇ କାନ୍ଦିଉଠିଲା ମା’

ୟୁପିର ରାୟବରେଲିରେ ସୋମବାର ଏକ ହସ୍ପିଟାଲରେ ଜଣେ ନବଜାତ ଶିଶୁ ସହ ଘଟିଥିବା ଘଟଣା ସାମ୍ନାକୁ ଆସିଛି। ନର୍ସଙ୍କ ଦାୟିତ୍ୱହୀନତାରୁ ଶିଶୁଟିର ମୃତ୍ୟୁ ଘଟିଛି। ପରିବାର ଲୋକ ଅଭିଯୋଗ କରିଛନ୍ତି, ଜନ୍ମ ହେବା ପରେ ନର୍ସ ଶିଶୁଟିକୁ ଯାଞ୍ଚ କରୁଥିଲେ। ହଠାତ ଏହି ସମୟରେ ଶିଶୁଟି ନର୍ସଙ୍କ ହାତରୁ ଖସିପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ତା’ର ମୃତ୍ୟୁ ଘଟିଥିଲା। ଏ ନେଇ ଉତ୍ତେଜିତ ପରିବାର ଲୋକେ ନର୍ସଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି।

baby

ଏହାସହ ପଢ଼ନ୍ତୁ: ବୁଦାମୂଳେ ପତ୍ନୀଙ୍କୁ ଦୁଷ୍କର୍ମ କରୁଥିବା ବ୍ୟକ୍ତିଙ୍କ ଗୁପ୍ତାଙ୍ଗ କାଟି ଅଲଗା କରିଦେଲେ ସ୍ୱାମୀ, ଏବେ ଭୋଗିପାରନ୍ତି…

ସୂଚନା ମୁତାବକ, ୧୯ ଅକ୍ଟୋବରରେ ନୀରଜ ନାମକ ବ୍ୟକ୍ତି ନିଜ ଗର୍ଭବତୀ ସ୍ତ୍ରୀ ରେଣୁଙ୍କୁ ପ୍ରସବ ପାଇଁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ସୋମବାର ରେଣୁ ଏକ ଶିଶୁକୁ ଜନ୍ମ ଦେଇଥିଲେ। ଅଭିଯୋଗ ହୋଇଛି ଯେ ଜଣେ ନର୍ସ ଶିଶୁକୁ ଉଠାଇ ଯାଞ୍ଚ କରୁଥିଲେ, କିନ୍ତୁ ଶିଶୁଟି ତାଙ୍କ ହାତରୁ ଖସି ତଳେ ପଡ଼ିଯାଇଥିଲା। ଶିଶୁର ମୃତ୍ୟୁ ଖବର ଜାଣିବା ପରେ ପରିବାର ଲୋକେ ସ୍ତବ୍ଧ ହୋଇଯାଇଥିଲେ। ଖୁସିର ମାହୋଲ କ୍ଷଣିକରେ ଦୁଃଖରେ ବଦଳିଯାଇଥିଲା। ମାମଲା ସାମ୍ନାକୁ ଆସିବା ପରେ ହସ୍ପିଟାଲ ପ୍ରଶାସନ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.