Below header

ରାଞ୍ଚିରେ ଦେଖା ଦେଲେ ଧୋନି, ଡ୍ରେସିଂରୁମ୍‌ରେ ଜମିଲା ସିରିଜ୍‌ ବିଜୟ ଉତ୍ସବ

ରାଞ୍ଚି : ଦୀର୍ଘ ବର୍ଷ ପରେ ଭାରତୀୟ ଦଳ ରାଞ୍ଚିରେ ଖେଳୁଥିଲା, ହେଲେ ଦଳରେ ନଥିଲେ ମାଟିର ପୁଅ ମହେନ୍ଦ୍ର ସିଂହ ଧୋନି । ଏମିତିକି ଗଣମାଧ୍ୟମ ମଧ୍ୟ ଏକଥାକୁ ପ୍ରକାଶ କରିଥିଲା । ସେପଟେ ଧୋନି ଖେଳୁନଥିବାରୁ ଷ୍ଟାଡିୟମ୍‌ରେ ଦର୍ଶକ ସଂଖ୍ୟା ମଧ୍ୟ କମ୍‌ ଥିଲା । କାରଣ ସମସ୍ତଙ୍କ ଆଖି ଖୋଜୁଥିଲା ମାହି ଓରଫ ମହେନ୍ଦ୍ର ସିଂହ ଧୋନିଙ୍କୁ । ତେବେ ସମସ୍ତଙ୍କୁ ଚକିତ କରି ଧୋନି ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ ଠିକ୍‌ ଭାରତର ଚମତ୍କାର ସିରିଜ୍‌ ବିଜୟ ବେଳକୁ । ଆଜି ଡ୍ରେସିଂରୁମ୍‌କୁ ଯାଇ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ସମେତ ଦଳର ଖେଳାଳିମାନଙ୍କୁ ଭେଟିଥିଲେ । ସମସ୍ତଙ୍କୁ ଚମତ୍କାର ବିଜୟ ପାଇଁ ଅଭିନନ୍ଦନ ଜଣାଇଥିଲେ ।ଧୋନିଙ୍କୁ ପାଇଁ ସମସ୍ତେ ଭାରି ଖୁସି ହୋଇଥିଲେ । ଧୋନି ବିଶେଷ ଭାବେ ଏହି ମ୍ୟାଚ୍‌ରେ ତାଙ୍କର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିବା ଝାଡ଼ଖଣ୍ଡ ଖେଳାଳି ଶାହାବାଜ ନଦିମଙ୍କ ସହ କଥାବାର୍ତ୍ତା କରିବାର ଦେଖାଯାଇଥିଲା ।

 

DHONI-2

ଧୋନି ୨୦୧୪ରୁ ଟେଷ୍ଟ କ୍ରିକେଟ୍‌ରୁ ଅବସର ନେଇ ସାରିଛନ୍ତି । ଗତ ଇଂଲଣ୍ଡ ବିଶ୍ୱକପ୍‌ରେ ଭାରତୀୟ ଦଳ ସେମିଫାଇନାଲ୍‌ରେ ହାରିବା ପରଠାରୁ ସେ ଦିନିକିଆ କିମ୍ବା ଟି-୨୦ ଦଳରେ ମଧ୍ୟ ନାହାନ୍ତି । ସେ ବିଧିବଦ୍ଧ ଭାବେ କ୍ରିକେଟ୍‌ରୁ ଅବସର ନେଇଥିବା କିମ୍ବା ଖେଳ ଜାରି ରଖିବା କଥା କହି ନାହାନ୍ତି । ତେଣୁ ତାଙ୍କୁ ନେଇ ଏବେବି କଳ୍ପନା ଜଳ୍ପନା ଲାଗି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.