ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ଚାକିରି : ୫୦୦ ପଦବୀରେ ଆବେଦନ ଶେଷ ତାରିଖ ୨୫ ଫେବ୍ରୁଆରୀ, ଶୀଘ୍ର କରନ୍ତୁ ଆବେଦନ
ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ୫୦୦ ମାନେଜର ପଦବୀ ପାଇଁ ଆବେଦନ ପ୍ରକିୟା ୨୫ ଫେବ୍ରୁଆରୀରେ ଶେଷ ହେବାକୁ ଯାଉଛି । ପ୍ରାର୍ଥୀ ୮୫୦ ଟଙ୍କା ଆବେଦନ ଶୁଳ୍କ ସହ ଅନଲାଇନରେ ଆବେଦନ କରନ୍ତୁ । ଆବେଦନ ପୂର୍ବରୁ ଜାଣନ୍ତୁ ଯୋଗ୍ୟତା ଓ ମାନଦଣ୍ଡ । ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଜେନେରାଲ ବ୍ୟାଙ୍କିକ୍ ଷ୍ଟ୍ରିମରେ କ୍ରେଡିଟ ଅଫିସର ଓ ସ୍ପେଷାଲିଷ୍ଟ ଷ୍ଟ୍ରିମର ଆଇଟି ଅଫିସରଙ୍କ ପାଇଁ ମୋଟ ୫୦୦ ପଦବୀରେ ନିଯୁକ୍ତି ପାଇଁ ଆବେଦନର ଶେଷ ତାରିଖ ୨୫ ଫେବ୍ରୁଆରୀ ୨୦୨୩ ରହିଛି ।
ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ୫୦୦ ମାନେଜର ପଦବୀ ପାଇଁ ଆବେଦନ ପ୍ରକିୟା ୨୫ ଫେବ୍ରୁଆରୀରେ ଶେଷ ହେବାକୁ ଯାଉଛି । ପ୍ରାର୍ଥୀ ୮୫୦ ଟଙ୍କା ଆବେଦନ ଶୁଳ୍କ ସହ ଅନଲାଇନରେ ଆବେଦନ କରନ୍ତୁ । ଆବେଦନ ପୂର୍ବରୁ ଜାଣନ୍ତୁ ଯୋଗ୍ୟତା ଓ ମାନଦଣ୍ଡ । ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଜେନେରାଲ ବ୍ୟାଙ୍କିକ୍ ଷ୍ଟ୍ରିମରେ କ୍ରେଡିଟ ଅଫିସର ଓ ସ୍ପେଷାଲିଷ୍ଟ ଷ୍ଟ୍ରିମର ଆଇଟି ଅଫିସରଙ୍କ ପାଇଁ ମୋଟ ୫୦୦ ପଦବୀରେ ନିଯୁକ୍ତି ପାଇଁ ଆବେଦନର ଶେଷ ତାରିଖ ୨୫ ଫେବ୍ରୁଆରୀ ୨୦୨୩ ରହିଛି । ତେଣୁ ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ ।
ଯୋଗ୍ୟତା :
• ବ୍ୟାଙ୍କିଙ୍ଗ୍ ଷ୍ଟ୍ରିମରେ କ୍ରେଡିଟ ଅଫିସର – ଏହି ପଦବୀ ପାଇଁ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କୌଣସି ବିଷୟରେ ସ୍ନାତକ ହେବା ଜରୁରୀ ।
• ଷ୍ପେସାଲିଷ୍ଟ ଷ୍ଟ୍ରିମରେ ଆଇଟି ଅଫିସର – ପଦବୀ ପାଇଁ ପ୍ରାର୍ଥୀଙ୍କୁ କମ୍ପ୍ୟୁଟର ସାଇନ୍ସ, ଆଇଟି ବା କମ୍ପ୍ୟୁଟର ଆପ୍ଲିକେସନ କିମ୍ବା ଅନ୍ୟ ସମ୍ପର୍କିତ ବିଷୟରେ ସ୍ନାତକ ହେବା ଜରୁରୀ । କିମ୍ବା କୌଣସି ବିଷୟରେ ସ୍ନାତକ ସହ ସମ୍ପର୍କିତ ବିଷୟରେ ପିଜି କିମ୍ବା ଡିଏଫ୍ ବି ଲେବଲ ଉତ୍ତୀର୍ଣ୍ଣ ହୋଇଥିବା ଦରକାର ।
ବୟସ – ଉଭୟ ପଦବୀ ପାଇଁ ବୟସ ୨୦ ବର୍ଷରୁ କମ୍ ଓ ୨୯ ବର୍ଷରୁ ଅଧିକ ନ ହୋଇଥିବା ଦରକାର ।
ଆବେଦନ ଶୁଳ୍କ : ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ୮୫୦ ଟଙ୍କା ଶୁଳ୍କ ଓ ଏସଟି , ଏସସି ଓ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ୧୭୫ ଟଙ୍କା ଶୁଳ୍କ ଅନଲାଇନ ମାଧ୍ୟମରେ ପଇଠ ହେବା ଦରକାର ।
ଆବେଦନ ପତ୍ର ପ୍ରିଣ୍ଟିଂ କରିବାର ଶେଷ ତାରିଖ – ୧୨.୦୩.୨୦୨୩
ଅନଲାଇନ ଫି ପଇଠ ତାରିଖ – ୧୧.୦୨.୨୦୨୩ ରୁ ୨୫.୦୨.୨୦୨୩
ଅଧିକ ସୂଚନା ଜାଣିବା ପାଇଁ େଓ୍ଵବସାଟ୍ bankofindia.co.in ଦେଖନ୍ତୁ ।