Below header

ବିଧାନସଭାରେ ଉପସ୍ଥାପନ ହେଲା ୨୦୨୩-୨୪ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌, ନଜର ପକାନ୍ତୁ କଣ ଆସିଲା ନୂଆ ଯୋଜନା

ଏଥର ବଜେଟ ଆକାର ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ରହିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ବଜେଟ୍‌ ଆକାର ଥିଲା ୨ ଲକ୍ଷ କୋଟି ଟଙ୍କା । ଆସନ୍ତା ବର୍ଷ ନିର୍ବାଚନ ଥିବାରୁ ଏହା ନବୀନ ସରକାରଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌

କେନ୍ୟୁଜ୍(ବ୍ୟୁରୋ): ବିଧାନସଭାରେ ଉପସ୍ଥାପନ ହେଲା ୨୦୨୩-୨୪ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍‌ ଉପସ୍ଥାପନ କରିଛନ୍ତି ବଜେଟ । ଏଥର ବଜେଟ ଆକାର ୨ ଲକ୍ଷ ୩୦ ହଜାର କୋଟି ଟଙ୍କା ରହିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ବଜେଟ୍‌ ଆକାର ଥିଲା ୨ ଲକ୍ଷ କୋଟି ଟଙ୍କା । ଆସନ୍ତା ବର୍ଷ ନିର୍ବାଚନ ଥିବାରୁ ଏହା ନବୀନ ସରକାରଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ । ତେଣୁ ଅନେକ ନୂଆ ଯୋଜନା ଘୋଷଣା ହୋଇଛି।

ନିଜସ୍ୱ କୃଷି ବୀମା, ଖାଦ୍ୟ ସୁରକ୍ଷା, ଗୃହ ଯୋଗାଣ କ୍ଷେତ୍ରରେ କିଛି ନୂଆ ଘୋଷଣା ହୋଇପାରେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଭଳି ଯୋଜନାରେ ସଫଳ ମିଳୁଥିବାରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ବ୍ୟୟ ବରାଦ ଦେଖିବାକୁ ମିଳିପାରେ । ସ୍ୱାସ୍ଥ୍ୟ ସହ ଶିକ୍ଷା, କୃଷି, ଭିତ୍ତିଭୂମି ବିକାଶ ଆଦି କ୍ଷେତ୍ରକୁ ମିଳିପାରେ ଗୁରୁତ୍ୱ । ଚଳିତ ବଜେଟରେ ବ୍ୟୟ ଅଟ୍ଟକଳ ପାଖାପାଖି ୧୫ ପ୍ରତିଶତ ବୃଦ୍ଧି ସମ୍ଭାବନା ରହିଛି ।

 

  • ଆମ ହସ୍ପିଟାଲ ନୂଆ ଯୋଜନା ୧୪୭ ହସ୍ପିଟାଲର ଉନ୍ନତିକରଣ ହେବ। ଏଥିପାଇଁ  ୭୫୦ କୋଟି ବଜେଟ ବ୍ୟୟବରାଦ ହୋଇଛି।
  • ମିଶନ ଶକ୍ତି ପାଇଁ ସ୍କୁଟର ଯୋଜନା ରହିଛି।
  • ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଆରମ୍ଭ ହେବ। ୧୪  ଲକ୍ଷ ୫୦  ହଜାର ପରିବାରକୁ ସାମିଲ କରାଯିବ।
  • ବ୍ରହ୍ମପୁରରୁ ଜୟପୁର ଚାରି ଲେନ ହେବ। ବିଜୁ ଏକ୍ସପ୍ରେସ ଟୁ ହେବ।
  • ଜିଲ୍ଲା ନିବେଶ ପ୍ରୋତ୍ସାହନ ଏଜେନ୍ସି ନାମକ ଯୋଜନା ଆରମ୍ଭ ହେବ
  • ଓଡିଶା ଚିଫ ପ୍ରୋଗ୍ରାମ ଯୋଜନା ଆରମ୍ଭ ହେବ।
  • ପୁରୀରେ ସମୁଦ୍ର ଭିତରେ କେବୁଲ ଲ୍ୟାଣ୍ଡିଂ ସିଷ୍ଟମ ଆରମ୍ଭ ହେବ
  • ମୁଖ୍ୟମନ୍ତ୍ରୀ ବନ ସୁରକ୍ଷା କେନ୍ଦ୍ର ଆରମ୍ଭ ହେବ। 5ଶହ କୋଟିର ବଜେଟ
  • ପଶ୍ଚିମ ଓଡିଶା ବିକାଶ ପରିଷଦକୁ 325 କୋଟି ବ୍ୟୟ ବରାଦ
  • ଆସନ୍ତା ବର୍ଷରୁ ସବୁ ତହସିଲରେ ଭ୍ରଚୁଆଲ କୋର୍ଟ
  • ୨୩-୨୪ରେ ୫ ହଜାର ଡାକ୍ତର ଏବଂ ୯ ହଜାର ପାରା ମେଡ଼ିକାଲ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯିବ
  • ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଆରମ୍ଭ ହେବ
  • ୬୦୨୫ ଜଣ ଏଲଟିଆର ଶିକ୍ଷକ, ଏବଂ ୭୫୪୦  ନିୟମିତ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି
  • ନବମ ଓ ଦଶମ ଛାତ୍ରଛାତ୍ରୀଙ୍କୁ ମିଳିବ ୟୁନିଫର୍ମ
  • ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା। ୨୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ମିଳିବ ସୁବିଧା

ଗତକାଲି ଗୃହରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଥିଲା । ଯେଉଁଥିରେ ଦର୍ଶାଯାଇଥିଲା ଆସନ୍ତା ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ୮ରୁ ୮.୫ ପ୍ରତିଶତ ମଧ୍ୟରେ ରହିବ । କୋଭିଡ୍‌ ପୂର୍ବ ସମୟରେ ଥିବା ଅଭିବୃଦ୍ଧିଠାରୁ ଅଧିକ ଅଭିବୃଦ୍ଧି ଚଳିତ ଆର୍ଥିକ ବର୍ଷରେ ରହିବ । ରାଜ୍ୟର ଅଭିବୃଦ୍ଧି ସହ ବଢୁଛି ମୁଣ୍ଡ ପିଛା ଆୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.