୫୧୨ କିଲୋ ପିଆଜ ବିକି ଚାଷୀଙ୍କୁ ମିଳିଲା ମାତ୍ର ୨ ଟଙ୍କାର ଚେକ୍‌

୭୦ କିମି ବାଟ ଯାତ୍ରା କରି ମଣ୍ଡିକୁ ପିଆଜ ବିକିବାକୁ ଯାଇ ଚାଷୀକୁ ମିଳିଲା ମାତ୍ର ୨ ଟଙ୍କା । ୫୧୨ କେଜି ପିଆଜ ବିକି ଚାଷୀ ପାଇଛନ୍ତି ମାତ୍ର ୨ ଟଙ୍କାର ଚେକ୍‌ ।

ଚାଷୀମାନଙ୍କ ଦୁର୍ଦ୍ଦଶା ବିଷୟରେ ଆପଣମାନେ ନିଶ୍ଚିତ ଜାଣିଥିବେ । କିଭଳି ନିଜେ ଅମଳ କରିଥିବା ଜିନିଷକୁ କମ୍‌ ଦାମରେ ବିକି ନାହିଁ ନଥିବା ହଇରାଣ ହୁଅନ୍ତି ଚାଷୀ । ତେବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ବିଷୟରେ ଆପଣ ଜାଣିବା ପରେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବେ । ମହାରାଷ୍ଟ୍ର ସୋଲାପୁର ବୋରଗାଓର ବାରଶୀ ଗାଁରେ କୃଷକ ରାଜେନ୍ଦ୍ର ତୁକାରାମ ଚୌହାନ ୧୭ ଫେବୃଆରୀ ଦିନ ୫୧୨ କେଜି ବିକ୍ରି କରିବା ପାଇଁ ଏପିଏମସି ମଣ୍ଡିକୁ ପଠାଇଥିଲେ । ୭୦ କିମି ଦୂର ପିଆଜ ବିକ୍ରି କରି ଯିବାକୁ ପରେ କେଜି ପ୍ରତି ୧ ଟଙ୍କା ଏବଂ ଗାଡ଼ିଭଡ଼ା, ମଜୁରିଆ ଟଙ୍କା କଟାଯାଇ ତାଙ୍କୁ ମାତ୍ର ୨ଟଙ୍କା ମିଳିଥିଲା । ଏହାସହ ତାଙ୍କୁ ଯେଉଁ ଚେକ ମିଳିଥିଲା ସେଥିରେ ୨୦୨୩ ମାର୍ଚ୍ଚ ୮ ତାରିଖ ପଡିଛି ।

ବେପାରୀ ଜଣକ ପିଆଜ କିଲୋ ପ୍ରତି ୧ ଟଙ୍କା ଦାମରେ ବିକ୍ରି କରିବା ପରେ ୫୦୯.୫୦ ଟଙ୍କା ଗାଡିଭଡା ଏବଂ ଅନ୍ୟାନ୍ୟ ଜିନିଷ କଟିବା ପରେ ଆଉ ଚାଷୀଙ୍କୁ ମାତ୍ର ୨ ଟଙ୍କା ମିଳିଥିଲା । ୫୦୦ କେଜି ପିଆଜ ଉତ୍ପାଦନ କରିବା ପାଇଁ ପାଖାପାଖି ୪୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ ଚାଷୀ । ସୋଲାପୁର ଜିଲ୍ଲାରେ, ବରଶୀ ତାଲୁକା ଗ୍ରାମରେ ବୋରଗାଓରେ କୃଷକ ରାଜେନ୍ଦ୍ର ତୁକାରାମ ଚୌହାନ ନିଜର ୨ ଏକର କ୍ଷେତରେ ପିଆଜ ଲଗାଇଥିଲେ । ରାଜେନ୍ଦ୍ର ଚୌହାନ ପିଆଜ ଫସଲ ଧନରେ ନିଜେ କରିଥିବା ଋଣକୁ ସୁଝିବା ପାଇଁ ୧୦ ଅଖା ପିଆଜ ବିକ୍ରି କରିଥିଲେ । ୨୦୨୩, ଫେବୃଆରୀ ୧୭ ତାରିଖ ଦିନ ସୋଲାପୁରରେ ସୂର୍ଯ୍ୟ ଟ୍ରେଡର୍ସ ପିଆଜ ପାଇଁ ୧୦ ଅଖାର ୫୧୨ କିଲୋ ଥିଲା । ହେଲେ ପିଆଜ ଦର କମିବା ହେତୁ କୃଷକଙ୍କୁ କିଲୋ ପ୍ରତି ୧ଟଙ୍କା ମିଳିଥିଲା ।

କୃଷି ଆୟ ବଜାର ସମିତିର ବେପାରୀ ସୂର୍ଯ୍ୟ ଟ୍ରେଡର୍ସ ଚାଷୀ ରାଜେନ୍ଦ୍ର ଚୌହାନ ପକ୍ଷରୁ ୨ଟଙ୍କାର ଚେକ୍ ଦିଆଯାଇଛି । ସ୍ୱାଭିମାନୀ ଶେଟକର ସଂଗଠନର ଅଧ୍ୟକ୍ଷ ରାଜୁ ସେଠୀ ବହୁ ଆଲୋଚନା ପରେ ପ୍ରଶ୍ନ କରିଥିଲେ ଯେ, ବେପାରୀଙ୍କୁ ଦୁଇ ଟଙ୍କା ଚେକ ଦେବାକୁ ଲଜ୍ୟା ଲାଗିଲାନି । ଏହାପରେ ପିଆଜ ବେପାରୀ କୃଷକଙ୍କ ଅଭିଯୋଗକୁ ଖଣ୍ଡନ କରି ବେପାରୀଙ୍କ ଦାବି ମୁତାବକ ରାଜେନ୍ଦ୍ର ଚୌହାନ ୩୧ ଡ଼ିସେମ୍ବରରୁ ତାଙ୍କୁ ପିଆଜ ବିକ୍ରି କରିବା ଆରମ୍ଭ କରିଥିଲେ । ପାଞ୍ଚଥର ପିଆଜ ବିକ୍ରି ପରେ ଦୁଇ ଲକ୍ଷ ତିରିଶ ହଜାର ଦେୟ କରିସାରିଛନ୍ତି । ସେମାନେ କହିଛନ୍ତି ଯେ, ୧୭ ଫେବୃଆରୀ ଦିନ ବଞ୍ଚିଥିବା କିଛି ପିଆଜ ଖରାପ ହୋଇଯାଇଥିଲା ସେଥିପଇଁ ତାଙ୍କୁ ପିଆଜର ମୂଲ୍ୟ ବିଷୟରେ ଜଣା ପଡ଼ିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.