Below header

BEML ଖାଲିପଡିଛି ଅନେକ ପଦବୀ, ମାସକୁ ଦରମା ୩ ଲକ୍ଷ ଟଙ୍କା

ଭାରତ ଆର୍ଥ ମୁଭର୍ସ ଲିମିଟେଡରେ ଏଗଜିକ୍ୟୁଟିଭ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏହା ଅଧିନରେ ଆସିଷ୍ଟାଣ୍ଟ ଅଫିସର, ମ୍ୟାନେଜମେଣ୍ଟ ଟ୍ରେନି, ଅଫିସର, ଆସିଷ୍ଟାଣ୍ଟ ମ୍ୟାନେଜର, ମ୍ୟାନେଜର, ଜେନେରାଲ ମ୍ୟାନେଜର, ଚିଫ ଜେନେରାଲ ମ୍ୟାନେଜର, ଏଗଜିକ୍ୟୁଟିଭ ଡାଇରେକ୍ଟ ଇତ୍ୟାଦି ପଦ ରହିଛି ।

BEML (ଭାରତ ଆର୍ଥ ମୁଭର୍ସ ଲିମିଟେଡ) ରେ ଏଗଜିକ୍ୟୁଟିଭ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଯେଉଁ ପ୍ରାର୍ଥୀ ଆବେଦନ କରିବାକୁ ଚାହାନ୍ତି, ସେମାନେ ତୁରନ୍ତ ଆବେଦନ କରିପାରିବେ । ଏଠାରେ ୧୦୧ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଏହା ଅଧିନରେ ଆସିଷ୍ଟାଣ୍ଟ ଅଫିସର, ମ୍ୟାନେଜମେଣ୍ଟ ଟ୍ରେନି, ଅଫିସର, ଆସିଷ୍ଟାଣ୍ଟ ମ୍ୟାନେଜର, ମ୍ୟାନେଜର, ଜେନେରାଲ ମ୍ୟାନେଜର, ଚିଫ ଜେନେରାଲ ମ୍ୟାନେଜର, ଏଗଜିକ୍ୟୁଟିଭ ଡାଇରେକ୍ଟ ଇତ୍ୟାଦି ପଦ ରହିଛି । ଏହାର ଗ୍ରେଡ ମଧ୍ୟ ଅଲଗା ଅଲଗା ରହିଛି ।

ପଦବୀ ବିବରଣୀ : ୧୦୧

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୬ ନଭେମ୍ବରରୁ ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ୨୦ ନଭେମ୍ବର ୨୦୨୩ ରହିଛି ।

ଆବେଦନ କରିବା ପାଇଁ ବିଇଏମଏଲର ଅଫିସିଆଲ ୱେବସାଇଟ bemlindia.in. କୁ ଯାଇ ମ୍ୟାନେଜମେଣ୍ଟ ଟ୍ରେନିଂ ପଦବୀ ଛାଡି ଅନ୍ୟ ଆପ୍ଲିକେସନ ଫର୍ମ ପ୍ରିଣ୍ଟ ଏବଂ ଡକ୍ୟୁମେଣ୍ଟ Manager (HR), Recruitment Cell, BEML Soudha, No. 23/1, Fourth Main, S.R. Nagar ଠିକଣାରେ ପଠାଇବାକୁ ହେବ ।

ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ଭିନ୍ନ ଭିନ୍ନ ରହିଛି । ଅଧିକ ଜାଣିବା ପାଇଁ ଅଫିସିଆଲ ସାଇଟକୁ ଯାଇ ଚେକ୍‌ କରିପାରିବେ ।

ଦରମା : ଚୟନିତ ପ୍ରାର୍ଥୀଙ୍କ ପଦବୀ ଅନୁସାରେ ଅଲଗା ଅଲଗା ଦରମା ମିଳିବ । ତେବେ ଦରମା ମାସକୁ ୩୦,୦୦୦ ଟଙ୍କାରୁ ଆରମ୍ଭ କରି ୩,୦୦,୦୦୦ ପର୍ଯ୍ୟନ୍ତ ମିଳିବ ।

ଆବେଦନ ଶୁଳ୍କ : ଇଚ୍ଛୁକ ସାଧାରଣ, EWS, ଓବିସି ପ୍ରାର୍ଥୀ ୫୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀ କୌଣସି ଶୁଳ୍କ ଦେବାକୁ ହେବ ନାହିଁ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.