ଟ୍ରକକୁ ପିଟିଲା ଅନ୍ୟ ଏକ ଟ୍ରକ, ହେଲ୍ପର ମୃତ; ଡ୍ରାଇଭର ଗୁରୁତର

ଟ୍ରକକୁ ପିଟିଲା ଟ୍ରକ ହେଲ୍ପର ମୃତ ଡ୍ରାଇଭର ଗୁରୁତର । ଭାରସାମ୍ୟ ହରାଇ ୪୦ ଫୁଟ ତଳକୁ ଖସି ପଡିଲା ଟ୍ରକ । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ର ବସ୍ତା ବାଇପାସ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ।

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ପିଟିଲା ଟ୍ରକ ହେଲ୍ପର ମୃତ ଡ୍ରାଇଭର ଗୁରୁତର । ଭାରସାମ୍ୟ ହରାଇ ୪୦ ଫୁଟ ତଳକୁ ଖସି ପଡିଲା ଟ୍ରକ । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ର ବସ୍ତା ବାଇପାସ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ।

ଆଜି ସକାଳେ ବାଲେଶ୍ବରରୁ ଜଳେଶ୍ବର ଅଭିମୁଖେ ଦୁଇଟି ଟ୍ରକ ଆଗ ପଛ ହୋଇ ଯାଉଥିବା ସମୟରେ ବସ୍ତା ବାଇପାସ ନିକଟରେ ଟ୍ରକକୁ ଧକ୍କା ଦେଇଥିଲା ଟ୍ରକ। ପଛ ଟ୍ରକରେ ଥିବା ହେଲପରଙ୍କ ଗାଡି ଭିତରେ ଚାପି ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଡ୍ରାଇଭର ଗୁରୁତର ହୋଇଛନ୍ତି । ଧକ୍କା ହେବା ଫଳରେ ଆଗରେ ଯାଉଥିବା ଟ୍ରକଟି ଭାରସାମ୍ଯ ହରାଇ ୪୦ଫୁଟ ତଳକୁ ନୟନଜୋଡି କୁ ଖସି ପଡିଥିଲା। ଟ୍ରକ ର ଡ୍ରାଇଭର ଗୁରୁତର ହୋଇଛନ୍ତି । ଖବର ପାଇ ବସ୍ତା ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ସମସ୍ତ ମୃତାହତ ଙ୍କୁ ଉଦ୍ଧାର କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.