ସାପକୁ ଚ୍ୟାଲେଞ୍ଜ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା, ଭାଇରାଲ ହେଉଛି ଭିଡିଓ

ଏଭଳି ଘଟଣା ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାରୁ ସାମ୍ନାକୁ ଆସିଛି । ଏଠାରେ ରହୁଥିବା ଜଣେ ୨୨ ବର୍ଷର ଯୁବକ ମଦ ପିଇବା ପରେ ସାପ ସହିତ ଖେଳୁଥିଲା । ନିଶାରେ ଚୁର ହୋଇଥିବା ଯୁବକଜଣକ କଣ କରୁଛି କଣ ନାଇ କିଛି ବୁଝି ପାରୁ ନଥିଲା ବୋଧେ । ଯାହାର ପରିଣାମ ଖୁବ ଭୟଙ୍କର ହୋଇଛି ।

ସୋସିଆଲ ମିଡିଆରେ ସାପକୁ ନେଇ ପ୍ରତ୍ୟେକ ଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଛି । ସାପ ହେଉ କି ଅନ୍ୟ କୌଣସି ଜୀବଯନ୍ତୁ ହେଉ ମୋବାଇଲ ୟୁଜରମାନେ ଜୀବଯନ୍ତୁ ସମ୍ବନ୍ଧୀୟ ଭିଡିଓ ଦେଖିବା ପାଇଁ ଖୁବ ପସନ୍ଦ କରନ୍ତି । ଏହି ଭିଡିଓଗୁଡ଼ିକ ଖୁବ ମଜାଦାର ହୋଇଥାଏ । ତେବେ ନିକଟରେ ଏକ ଭିଡିଓ ଜୋରସୋରରେ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ସାପକୁ ଧରି ଖେଳୁଛି । ଏହାରି ଭିତରେ ହିିଁଁ କିଛି ଏପରି ଘଟିଛି , ଯାହା ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ କରିବ । ବ୍ୟକ୍ତିଙ୍କ ନିଜ ଭୁଲ ପାଇଁ ସେ ମୃତ୍ୟୁର ସାମ୍ନା କରିଛନ୍ତି । ତେବେ ଭାଇରାଲ ହୋଇଥିବା ଭିଡିଓଟି ସିରାଜ ନୁରାନି ନାମକ ଏକ ଏକ୍ସ ୟୁଜର ଆକାଉଣ୍ଟରୁ ସେୟାର କରାଯାଇଛି ।

ଏଭଳି ଘଟଣା ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାରୁ ସାମ୍ନାକୁ ଆସିଛି । ଏଠାରେ ରହୁଥିବା ଜଣେ ୨୨ ବର୍ଷର ଯୁବକ ମଦ ପିଇବା ପରେ ସାପ ସହିତ ଖେଳୁଥିଲା । ନିଶାରେ ଚୁର ହୋଇଥିବା ଯୁବକଜଣକ କଣ କରୁଛି କଣ ନାଇ କିଛି ବୁଝି ପାରୁ ନଥିଲା ବୋଧେ । ଯାହାର ପରିଣାମ ଖୁବ ଭୟଙ୍କର ହୋଇଛି । ଭାଇରାଲ ଭିଡିଓରେ ସେ ନିଜକୁ ଭଗବାନ ଶଙ୍କରଙ୍କ ଅବତାର ବୋଲି କହୁଥିବାର ନଜର ଆସିଛି । ସାପର ଫଣାକୁ ଯୁବକଜଣକ ନିଜ ଜିଭରେ ରଖିଥିଲା ଯାହା ପରେ ସାପ ତାକୁ କାମୁଡ଼ି ଥିଲା । ଶେଷରେ ଯୁବକଟି କିଛି ସମୟ ମଧ୍ୟରେ ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି । ସାପ ସହିତ ଖେଳୁଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ରୋହିତ ଜୈସୱାଲ ନାମକ ଜଣେ ଯୁବକ ମଦ ନିଶାରେ ଶନିବାର ରାତିରେ ସାପକୁ ଧରିଥିଲା । ଭିଡିଓରେ ରୋହିତ ନିଜକୁ ମହାକାଳ ବୋଲି କହି ସାପକୁ କାମୁଡ଼ିବା ପାଇଁ ଚ୍ୟାଲେଞ୍ଜ କରୁଥିବାର ନଜର ଆସିଛି । ଭିଡିଓରେ ସାପକୁ ହାତରେ ଆଘାତ କରୁଥିବା ମଧ୍ୟ ଦେଖାଯାଇଛି । ଏହି ସମୟରେ ସାପଟି ତାକୁ କାମୁଡ଼ି ଦେଇଥିଲା । ଏହା ପରେ ମୃତ୍ୟୁର କାରଣ ପାଲଟିଥିଲା ସାପ ।

ନିଶାରେ ଯୁବକ ଜଣଙ୍କ ସାପକୁ ଏକ ଦୌଡ଼ି ଭଳି ହାତରେ ଧରିଥିଲା ଏବଂ ତାକୁ ଚ୍ୟାଲେଞ୍ଜ କରୁଥିଲା । ଭାଇରାଲ ଭିଡିଓରେ ସାପକୁ ଗାଳି ଦେଉଥିବା ମଧ୍ୟ ଦେଖାଯାଇଛି । ସାପକୁ ଆଘାତ ଦେବା ପରେ ସାପ ଯୁବକଙ୍କୁ କାମୁଡ଼ିଥିଲା । ଯେଉଁଥିପାଇଁ ଯୁବକଙ୍କର ମୃତ୍ୟୁ ହୋଇଛି ।

ସମ୍ପୃକ୍ତ ଘଟଣା ସମ୍ପର୍କରେ ପୋଲିସ ମଧ୍ୟ ସୂଚନା ପାଇଥିଲା । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରବିବାର ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣା ପଡ଼ିଛି । ସୂଚନା ଅନୁସାରେ ମୃତ ଯୁବକ ହେଉଛନ୍ତି ଅହିରୌଲି ଗାଁର ଏବଂ ତାର ୬ ଭାଇ ଭଉଣୀ ଅଛନ୍ତି ଏବଂ ସେ ସମସ୍ତଙ୍କ ଠାରୁ ସାନ ଥିଲା । ଯୁବକଙ୍କ ମୃତ୍ୟୁ ପରେ ପରିବାରରେ ଦୁଃଖର କଳା ବାଦଲ ଫାଟି ଯାଇଛି । ତେବେ ସାପ ଏକ ବିଷାକ୍ତ ଜୀବ ହୋଇଥିବାବେଳେ ସାପକୁ ଧରି ଏମିତି ଆଘାତ ଦେବା ନିଶ୍ଚିତ ଭାବେ ବିପଦକୁ ଡାକି ଆଣିବା ସହ ସମାନ । ତେଣୁ ଯଦି କେହି ଏପରି ଭିଡିଓ କରୁଛନ୍ତି ତେବେ ସତର୍କ ରହିବା ଜରୁରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.