Below header

PNB ରେ SO ପଦବୀ ଖାଲି, ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ସ୍ପେଶାଲିଷ୍ଟ ଅଫିସର ପଦରେ ବମ୍ପର ଭର୍ତ୍ତି । ଗ୍ରାଜୁଏସନ କରିଥିଲେ ଏସଓ ପଦବୀ ପାଇଁ କରନ୍ତୁ ଆବେଦନ । ଆବେଦନ କରିବାର ଶେଷ ତାରିଖ ୧୧ ଜୁନ୍‌ ରହିଛି ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ସ୍ପେଶାଲିଷ୍ଟ ଅଫିସର ପଦରେ ବମ୍ପର ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ପ୍ରାର୍ଥୀଙ୍କ ପାଖରେ ଆବେଦନ କରିବାର ଯୋଗ୍ୟତା ଥିଲେ, ତୁରନ୍ତ କରନ୍ତୁ ଆବେଦନ । ଆବେଦନ କରିବା ପାଇଁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଅଫିସିଆଲ ୱେବସାଇଟ  pnbindia.in କୁ ଯାଇ ଆବେଦନ କରିପାରିବେ । ଅନଲାଇନ ବ୍ୟତୀତ ଅନ୍ୟ କୌଣସି ମାଧ୍ୟମରେ ଆବେଦନ ସ୍ୱୀକାର କରାଯିବ ନାହିଁ ।

ଜରୁରୀ ତାରିଖ : ସ୍ପେଶାଲିଷ୍ଟ ଅଫିସର ପଦବୀରେ ଆବେଦନ କରିବାର ତାରିଖ ୨୪ ମଇ, ୨୦୨୩ ରୁ ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ୧୧ ଜୁନ୍‌ ୨୦୨୩ ରହିଛି । ତେଣୁ ବିଳମ୍ବ ନ କରି ତୁରନ୍ତ କରନ୍ତୁ ଆବେଦନ ।

ଅନଲାଇନ ପରୀକ୍ଷା ତାରିଖ ଜୁନ୍‌ ୨, ୨୦୨୩ ରହିଛି।

ପଦବୀ ବିବରଣୀ : ୨୪୦

ଅଫିସର(କ୍ରେଡିଟ): ୨୦୦

ଅଫିସର (ଇଣ୍ଡଷ୍ଟ୍ରୀ) : ୮

ଅଫିସର(ସିଭିଲ ଇଂଜିନିୟର): ୫

ଅଫିସର (ଇଲେକ୍ଟ୍ରିକାଲ ଇଂଜିନିୟର) : ୪

ଅଫିସର (ଇକୋନୋମିକ୍ସ) :୬

ଅଫିସର (ଆର୍କିଟେକ୍ଚର) : ୧

ମ୍ୟାନେଜର (ଇକୋନୋମିକ୍ସ): ୪

ମ୍ୟାନେଜର (ଡାଟା ସାଇଣ୍ଟିଟ) : ୩

ସିନିଅର ମ୍ୟାନେଜର(ଡାଟା ସାଇଣ୍ଟିଷ୍ଟ): ୨

ମ୍ୟାନେଜର(ସାଇବର ସିକ୍ୟୁରିଟି): ୪

ସିନିଅର ମ୍ୟାନେଜର(ସାଇବର ସିକ୍ୟୁରିଟି) : ୩

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ କଲେଜରୁ ଗ୍ରାଜୁଏସନ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ସର୍ବାଧିକ ବୟସ ୩୦ ବର୍ଷ ହେବା ଜରୁରୀ ।

ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ବିଷୟରେ ଜାଣିବା ପାଇଁ ନୋଟିଫିକେସନ ଚେକ୍‌ କରିପାରିବେ ।

ଚୟନ ପ୍ରକ୍ରିୟା : ଇଚ୍ଛୁକ ପ୍ରାର୍ଥୀଙ୍କ ଚୟନ ଅନଲାଇନ ଟେଷ୍ଟ ଏବଂ ଇଣ୍ଟରଭ୍ୟୁ ଆଧାରରେ ହେବ ।

୧୦୦ ମାର୍କର ପରୀକ୍ଷା ଏବଂ ୫୦ ମାର୍କର ଇଣ୍ଟରଭ୍ୟୁ ଦେବାକୁ ପଡିବ ।

ଆବେଦନ ଶୁଳ୍କ : ଅନୁସୂଚିତ ଜାତି/ଜନଜାତି/PWD ୫୦ ଟଙ୍କା ଦେବାକୁ ହେବ । ସେହିପରି ଅନ୍ୟମାନେ ୧୦୦୦ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://www.pnbindia.in/downloadprocess.aspx?fid=uFyK+ivvTvEdfSkpGeffiw==

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.