Below header

ଜାଣନ୍ତି କି ଟ୍ରେନରେ ବାଜିଥାଏ ୧୧ ପ୍ରକାର ହର୍ଣ୍ଣ ? ଆଉ ପ୍ରତ୍ଯେକ ସଙ୍କେତ ପଛରେ ଥାଏ ଭିନ୍ନ ଭିନ୍ନ କାରଣ

ଟ୍ରେନରେ ଯାତ୍ରା ଆପଣ ସମସ୍ତେ ତ କରିଥିବେ । ଜଙ୍ଗଲ, ନଦୀ, ଗାଁ ଏବଂ ପାହାଡର ଛାତି ଚିରି ଯାଉଥିବା ଟ୍ରେନରେ ଯାତ୍ରା କରିବାର ମଜା ନିଆରା । ଦୂରରୁ ଶୁଭୁଥିବା ଟ୍ରେନର ହର୍ଣ୍ଣ ଏହି ମଜାକୁ କରିଥାଏ ଦ୍ବିଗୁଣିତ । ହେଲେ କେବେ ଧ୍ୟାନ ଦେଇ ଶୁଣିଛନ୍ତି ଟ୍ରେନରେ କେତେ ପ୍ରକାର ହର୍ଣ୍ଣ ବାଜିଥାଏ । ଯଦି ଜାଣି ନାହାଁନ୍ତି ତେବେ ଆମେ ଆପଣଙ୍କୁ ଜଣାଇବୁ କେତେ ପ୍ରକାର ହର୍ଣ୍ଣ ମାରିଥାଏ ଟ୍ରେନ୍ । ଏବଂ ଏହି ୧୧ ପ୍ରକାର ହର୍ଣ୍ଣର ଅର୍ଥ କଣ ।  କେବଳ ଷ୍ଟେସନରେ ପହଂଚିବା ଏବଂ ଛାଡିବା ବ୍ୟତୀତ ଅନ୍ୟ ସମୟରେ ମଧ୍ୟ ଟ୍ରେନ୍ ହର୍ଣ୍ଣ ମାରିଥାଏ ।

ଏବେ ନଜର ପକାନ୍ତୁ କଣ ଏହି ୧୧ ପ୍ରକାର ହର୍ଣ୍ଣ ।

ଗୋଟିଏ ଛୋଟ ହର୍ଣ୍ଣ : ଗୋଟିଏ ଛୋଟ ହର୍ଣ୍ଣ ମାରିବାର ଅର୍ଥ ହେଉଛି ମୋଟରମ୍ୟାନ୍ ଟ୍ରେନକୁ ୟାର୍ଡକୁ ନେଇକି ଯିବ । ଯେଉଁଠାରେ ଟ୍ରେନକୁ ସଫା କରାଯିବା ସହ ଆଗାମୀ ଯାତ୍ରା ପାଇଁ ପ୍ରସ୍ତୁତ କରିବା ।

indian trainଦୁଇଟି ଛୋଟ ହର୍ଣ୍ଣ : ଯେତେବେଳେ ମୋଟରମ୍ୟାନ୍ ଦୁଇଟି ଛୋଟ ହର୍ଣ୍ଣ ଦିଏ ତେବେ ଏହାର ଅର୍ଥ ହେଉଛି ସେ ଟ୍ରେନ୍ ଆରମ୍ଭ କରିବା ପାଇଁ ରେଳ ସିଗନାଲକୁ ପଚାରିବାକୁ ଗାର୍ଡକୁ ସିଗନାଲ୍ ଦେଉଛି ।

ତିନିଟି ଛୋଟ ହର୍ଣ୍ଣ : ଏହି ହର୍ଣ୍ଣ ଖୁବ୍ କମ୍ ଥର ଦେଇଥାଏ ମୋଟରମ୍ୟାନ୍ । କାରଣ ତିନିଟି ଛୋଟ ହର୍ଣ୍ଣ ଦେବାର ଅର୍ଥ ହେଉଛି ସେ ନିୟନ୍ତ୍ରଣ ହରାଇ ସାରିଛି ଏବଂ ଗାର୍ଡକୁ ତୁରନ୍ତ ଭାକ୍ୟୁମ୍ ବ୍ରେକ୍ ଦେବାକୁ ପଡିବ ।

ଚାରିଟି ଛୋଟ ହର୍ଣ୍ଣ : ଚାରିଟି ଛୋଟ ହର୍ଣ୍ଣ ଦେବାର ଅର୍ଥ ହେଉଛି ଟ୍ରେନରେ କିିଛି ଯାନ୍ତ୍ରିକ ତୃଟି ରହିଛି । ଯାହା ଫଳରେ ତାହା ଆଉ ଆଗକୁ ଯାଇ ପାରିବ ନାହିଁ ।

ଗୋଟିଏ ଲମ୍ବା ଗୋଟିଏ ଛୋଟ ହର୍ଣ୍ଣ : ଏହି ହର୍ଣ୍ଣ ମାରିବାର ଅର୍ଥ ହେଉଛି ମୋଟରମ୍ୟାନ୍ ଇଞ୍ଜିନ୍ ଆରମ୍ଭ କରିବା ପୂର୍ବରୁ ବ୍ରେକ୍ ପାଇପ୍ ସିଷ୍ଟମକୁ ସେଟ୍ କରିବାକୁ ଗାର୍ଡକୁ ସଙ୍କେତ ଦେଉଛି ।

train hornଦୁଇଟି ଲମ୍ବା ଏବଂ ଦୁଇଟି ଛୋଟ ହର୍ଣ୍ଣ : ଏହାର ଅର୍ଥ ମୋଟରମ୍ୟାନ୍ ଇଞ୍ଜିନର ନିୟନ୍ତ୍ରଣ ନେବା ପାଇଁ ଗାର୍ଡକୁ ସଙ୍କେତ ଦେଉଛି ।

ଲଗାତାର ହର୍ଣ୍ଣ : ଟ୍ରେନ୍ ଅନେକ ଷ୍ଟେସନରେ ନଅଟକି ନନ୍ ଷ୍ଟପ୍ ଯିବା ବେଳେ ଯାତ୍ରୀଙ୍କୁ ସତର୍କ କରିବା ପାଇଁ ଲଗାତାର ହର୍ଣ୍ଣ ମାରାଯାଇଥାଏ ।

ଦୁଇଟି ବିରାମ ସହ ଦୁଇଟି ହର୍ଣ୍ଣ : ଟ୍ରେନ୍ ରେଲୱେ କ୍ରସିଙ୍ଗ୍ ଦେଇ ଯିବା ବେଳେ ଏହି ହର୍ଣ୍ଣ ପଥଚାରୀଙ୍କୁ ସତର୍କ କରିବା ପାଇଁ ଦିଆଯାଇଥାଏ ।

ଦୁଇଟି ଲମ୍ବା ଏବଂ ଛୋଟ ହର୍ଣ୍ଣ : ଟ୍ରେନ୍ ଟ୍ରାକ୍ ପରିବର୍ତ୍ତନ କରିବା ବେଳେ ମୋଟରମ୍ୟାନ୍ ଏହି ଡର୍ଣ୍ଣ ମାରିଥାଏ ।

ଦୁଇଟି ଛୋଟ ଏବଂ ଗୋଟିଏ ଲମ୍ବା ହର୍ଣ୍ଣ : ଏହାର ଅର୍ଥ କୌଣସି ଯାତ୍ରୀ ଟ୍ରେନର ଚେନକୁ ଟାଣିଛନ୍ତି କିମ୍ବା ଗାର୍ଡ ଭାକ୍ୟୁମ୍ ବ୍ରେକ ଟାଣିଛନ୍ତି ।

ଛଅ ଥର ଛୋଟ ହର୍ଣ୍ଣ : କୌଣସି ସମସ୍ୟାରେ ପଡିଗଲେ ଏହି ବିପଦଜ୍ଜନକ ହର୍ଣ୍ଣ ମାରିଥାଏ ମୋଟରମ୍ୟାନ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.