ଆଜିଠୁ ସ୍କୁଲ ଗଲେ ଶିକ୍ଷକ, ଅକ୍ଟୋବର ୯ରେ ପୁଣି ବିଶାଳ ସମାବେଶ

ଭୁବନେଶ୍ବର(କେନ୍ଯୁଜ୍) : ପ୍ରାୟେ ମାସେ ପରେ ଆଜିଠୁ ପୁଣି ପାଠ ପଢାଇଲେ ଶିକ୍ଷକ ଓ ଅଧ୍ୟାପକ। ତେବେ କଳାବ୍ୟାଜ୍‌ ପିନ୍ଧି ସେମାନେ ସ୍କୁଲରେ ଯୋଗଦେଇଛନ୍ତି। ଆଗକୁ ପରୀକ୍ଷା ଆସୁଥିବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ମାସେରୁ ଅଧିକ ସମୟ ଧରି ଶିକ୍ଷକ, କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଚାଲିଥିବା ଆନ୍ଦୋଳନ ସାମାନ୍ୟ କୋହଳ ହୋଇଛି। ହେଲେ ଭୁବନେଶ୍ୱରରେ ଆନ୍ଦୋଳନ ଜାରି ରହିଛି।

teacherପ୍ରତିଦିନ ୨ଟି ଜିଲ୍ଲାର ଶିକ୍ଷକ ଆସି ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଆନ୍ଦୋଳନ କରିବେ। ଗାନ୍ଧୀ ଜୟନ୍ତୀ ଦିନ ସବୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦିଆଯିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି। ଅକ୍ଟୋବର ୯ରେ ପୁଣି ଥରେ ବିଶାଳ ସମାବେଶ ହେବ। ବାରମ୍ବାର ସରକାର ଓ ମିଳିତ ମଞ୍ଚ ପକ୍ଷରୁ ବୈଠକ ବସିଥିଲେ ମଧ୍ୟ କୌଣସି ସମାଧାନ ବାହାରି ପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.