Below header

କାହିଁକି ପୁରୁଷମାନେ ପଛକୁ ବୁଲି ମହିଳାଙ୍କୁ କିଛି ସମୟ ପାଇଁ ଚାହିଁଥାନ୍ତି ?

ସବୁ ମହିଳା ମାନଙ୍କର ନିଜର ଏକ ଆକର୍ଷଣ ରହିଛି । ମହିଳାମାନେ ନିଜ ହିସାବରେ ପୁରୁଷ ମାନଙ୍କୁ ଆକର୍ଷିତ କରିନିଅନ୍ତି । ବେଳେ ବେଳେ ବିନା କୌଣସି କାରଣରେ ମଧ୍ଯ ମହିଳାମାନଙ୍କର ଯାଦୁ ପୁରୁଷମାନଙ୍କ ଉପରେ ଚାଲିଯାଇଥାଏ । ପୁରୁଷମାନଙ୍କୁ ମହିଳାମାନଙ୍କର କିଛି ନା କିଛି ଆକର୍ଷିତ କରିଥାଏ । କଣ ଆପଣ କେବେ ଚିନ୍ତା କରିଛନ୍ତି ପ୍ରାୟତଃ ପୁରୁଷମାନେ କାହିଁକି ପଛକୁ ବୁଲିକି ମହିଳାମାନଙ୍କୁ ୨ ସେକେଣ୍ଡ ପାଇଁ ଅନେଇଥାନ୍ତି? ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆପଣଙ୍କର ବହୁତ ଇଚ୍ଛା ଥିବ ନିଶ୍ଚିତ । ତ ଚାଲନ୍ତୁ ଜାଣିବା ଏମିତି କେଉଁ ଜିନିଷ ପାଇଁ ପୁରୁଷମାନେ ମହିଳାମାନଙ୍କଠାରେ ବେଶି ଆକର୍ଷିତ ହୋଇଥାନ୍ତି?

ଆତ୍ମବିଶ୍ବାସ

ମହିଳା ମାନଙ୍କର ଆତ୍ମବିଶ୍ବାସ ପୁରୁଷ ମାନଙ୍କୁ ବେଶ ପ୍ରଭାବିତ କରିଥାଏ । ଯେଉଁ ଆତ୍ମବିଶ୍ବାସ ଦ୍ବାରା ମହିଳାମାନଙ୍କର କଥା କହିବା ଶୈଳୀ ଏବଂ ବ୍ଯକ୍ତିତ୍ବ ଜଣାପଡିଥାଏ । ଆତ୍ମବିଶ୍ବାସ ଥିବା ମହିଳାଙ୍କ ଉପରେ ପୁରୁଷମାନଙ୍କର ବେଶି ଧ୍ଯାନ କେନ୍ଦ୍ରୀଭୂତ ହୋଇଥାଏ ।

ଶାନ୍ତ ସ୍ବଭାବ

ପୁରୁଷମାନଙ୍କୁ ଡ୍ରାମା କରୁଥିବା ମହିଳା ବିଲକୁଲ ପସନ୍ଦ ଆସିନଥାନ୍ତି । ସେମାନଙ୍କୁ ଏମିତି ମହିଳା ପସନ୍ଦ ଆସନ୍ତି ଯିଏ ସ୍ବଭାବରେ ଶାନ୍ତ ହୋଇଥାନ୍ତି ।

ବୁଦ୍ଧିମାନ

ବିନା ବୁଦ୍ଧି ଥିବା ମହିଳାମାନଙ୍କୁ ପୁରୁଷମାନେ ଆଦୌ ପସନ୍ଦ କରନ୍ତି ନାହିଁ । ଯେଉଁ ମହିଳା ନିଜର ମନ କଥା ବହୁତ ଚତୁରତା ଏବଂ ବୁଦ୍ଧିମାନ ସହିତ ଲୋକମାନଙ୍କ ସାମ୍ନାରେ ରଖିଥାନ୍ତି ସେହିଭଳି ମହିଳାମାନଙ୍କୁ ପୁରୁଷମାନେ ବହୁତ ପସନ୍ଦ କରିଥାନ୍ତି ।

ଲମ୍ବା ଗୋଡ

girl3ପୁରୁଷମାନଙ୍କୁ ଲମ୍ବା ଗୋଡଥିବା ମହିଳା ବେଶ ପସନ୍ଦ ଆସିଥାନ୍ତି । ଶାରୀରିକ ଗଠନରେ ଥିବା ଏହି ଗୁଣ ପୁରୁଷ ମାନଙ୍କୁ ବହୁତ ଭଲ ଲାଗିଥାଏ ।

ନୀଳ ଆଖି

ବହୁତ କମ୍ ମହିଳାଙ୍କର ନୀଳ ଆଖି ଥାଏ । ଯଦି କୌଣସି ମହିଳାଙ୍କର ଆଖି ନୀଳ ହୋଇଥାଏ ତେବେ ପୁରୁଷମାନେ ତାଙ୍କପ୍ରତି ବହୁତ ଆକର୍ଷିତ ହୋଇଥାନ୍ତି ।

କେଶ

girl2ପୁରୁଷମାନଙ୍କର ପ୍ରଥମ ନଜର ମହିଳାଙ୍କର କେଶ ଉପରେ ପଡିଥାଏ । ପୁରୁଷ ମାନଙ୍କ ମୁତାବକ ମହିଳା ମାନଙ୍କର କେଶ ହେଉଛି ସେମାନଙ୍କର ସୌନ୍ଦର୍ଯ୍ଯ । କେଶ ମହିଳାମାନଙ୍କୁ ଅଧିକ ସୁନ୍ଦର କରିଥାଏ । କୌଣସି ପୁରୁଷଙ୍କୁ ଆକର୍ଷିତ କରିବା ପାଇଁ ମହିଳାମାନଙ୍କର କେଶ ବହୁତ ମୁଖ୍ଯ ଭୂମିକା ଗ୍ରହଣ କରିଥାଏ ।

ମ୍ଯାଚ୍ଯୁର ଦେଖାଯିବା

ଏହି କଥାରେ ଆପଣଙ୍କର ଭରଷା ନଥାଇ ପାରେ କିନ୍ତୁ ପୁରୁଷମାନଙ୍କୁ ସେହି ମହିଳା ବେଶି ଭଲ ଲାଗିଥାନ୍ତି ଯେଉଁମାନେ ନିଜ ବୟସ ଠାରୁ ବେଶି ମ୍ଯାଚ୍ଯୁର ଦେଖାଯାଇଥାନ୍ତି । ସେହି ମହିଳାମାନଙ୍କୁ ପୁରୁଷ ମାନେ ବେଶି ପସନ୍ଦ କରିଥାନ୍ତି ।

ଶାରୀରିକ ଗଠନ

ମହିଳାମାନଙ୍କ ଶରୀରିକ ଗଠନ ମଧ୍ଯ ପୁରୁଷମାନଙ୍କୁ ବେଶ ଆକର୍ଷିତ କରିଥାଏ । ଯେଉଁ ମହିଳା ନିଜ ଶରୀର ଗଠନ ପାଇଁ ଧ୍ଯାନ ଦେଇଥାନ୍ତି ପୁରୁଷମାନଙ୍କୁ ସେହି ମହିଳାମାନେ ପସନ୍ଦ ଆସିଥାନ୍ତି ।

ସେନ୍ସ ଅଫ୍ ହ୍ଯୁମର

ସେନ୍ସ ଅଫ୍ ହ୍ଯୁମର ଥିବା ମହିଳାମାନଙ୍କୁ ପୁରୁଷମାନେ ବେଶି ପସନ୍ଦ ଆସିଥାନ୍ତି । ମହିଳା ମାନଙ୍କ କ୍ଷେତ୍ରରେ ମଧ୍ଯ ତାହା ସମାନ ହୋଇଥାଏ ।

ରହସ୍ଯମୟୀ

ପୁରୁଷମାନଙ୍କୁ ସେହି ମହିଳା ମାନଙ୍କ ସ୍ବଭାବ ବିଷୟରେ ଜାଣିବାର ବହୁତ ଇଚ୍ଛା ଥାଏ, ଯେଉଁ ମହିଳାମାନେ ରହସ୍ଯମୟୀ ହୋଇଥାନ୍ତି । କାହା ସହିତ ବିଶେଷ କଥା ହୋଇନଥାନ୍ତି । ଏହି ମହିଳାମାନେ ପୁରୁଷ ମାନଙ୍କୁ ବିଶେଷ ଆକର୍ଷିତ କରିଥାନ୍ତି ।

ପୋଷାକ

girl4ଟ୍ରେଣ୍ଡ ଅନୁସାରେ ସର୍ବଦା ଅପଡେଟ୍ ରହୁଥିବା ମହିଳା ମାନେ ବେଶ ଆକର୍ଷିତ ହୋଇଥାନ୍ତି । କେହି ମହିଳା କେତେ ଆକର୍ଷଣ. ତାହା ସେମାନଙ୍କର ଡ୍ରେସିଙ୍ଗ ସେନ୍ସ ଉପରେ ନିର୍ଭର କରିଥାଏ । ଠିକ୍ ମୌକାରେ ମହିଳାମାନେ ଠିକ୍ ପୋଷାକ ପରିଧାନ କରି କୌଣସି ବି ପୁରୁଷଙ୍କୁ ଆକର୍ଷିତ କରିପାରିବେ ।

ମହିଳା ମାନଙ୍କ ବିଷୟରେ ଏମିତି ବହୁତ କିଛି କଥା ଅଛି ଯାହା ପୁରୁଷମାନଙ୍କୁ ଆକର୍ଷିତ କରିଥାଏ । ଏହି କଥା ଦ୍ବାରା ଆପଣ କୌଣସି ବି ପୁରୁଷଙ୍କୁ ଆକର୍ଷିତ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.