୨୧ ଦିନର ଝିଅ ପେଟରୁ ବାହାରିଲା ୮ଟି ଅବିକଶିତ ଭ୍ରୁଣ, ଡାକ୍ତର ବି ଆଶ୍ଚର୍ଯ୍ୟ

ରାଞ୍ଚି : ଝାଡଖଣ୍ଡ ରାମଗଡ ଜିଲ୍ଲାର ଜଣେ ଦମ୍ପତିଙ୍କ ୨୧ ଦିନର ଝିଅ ପେଟରେ ଆଠଟି ଅବିକଶିତ ଭୃଣ। ହଁ ଆଜ୍ଞା ୨୧ ଦିନର ଶିଶୁକନ୍ୟାର ପେଟରୁ ବାହାର କରାଗଲା ୮ଟି ଅବିକଶିତ ଭ୍ରୁଣ। ଏହି ଭ୍ରୁଣକୁ ଦେଖିବା ପରେ ଡାକ୍ତରମାନେ ମଧ୍ୟ ଚକିତ ହୋଇଯାଇଛନ୍ତି । ମାମଲାଟି ରାଞ୍ଚିର ରାନୀ ଚିଲଡ୍ରେନ ହସ୍ପିଟାଲରୁ ଆସିଛି । ଏଭଳି ମାମଲା ଦୁର୍ଲ୍ଲଭ ସ୍ଥିତିରେ ଘଟିଥାଏ ବୋଲି ଡାକ୍ତର କହିଛନ୍ତି । ଭାରତରେ ବର୍ତ୍ତମାନ ସୁଦ୍ଧା ଏପରି ୧୦ଟି ମାମଲା ସାମ୍ନାକୁ ଆସିଛି । ଏବେ ଶିଶୁଟି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଥିବା କୁହାଯାଉଛି ।

fetusସୂଚନା ମୁତାବକ ଜଣେ ମହିଳା ଗତ ଅକ୍ଟୋବର ମାସ ୧୦ ତାରିଖରେ ଏକ ଘରୋଇ ହସ୍ପିଟାଲରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଶିଶୁ ପେଟରେ ଏକ ଟ୍ୟୁମର ରହିଥିବା ସିଟି ସ୍କାନ କରିବା ପରେ ଜଣାପଡ଼ିଥିଲା । ତେଣୁ ଡାକ୍ତର ଶିଶୁକୁ ରାଞ୍ଚି ପଠାଇ ଦେଇଥିଲେ । ଏହି ମାମଲା ‘ଫିଟସ ଇନ ଫିଟୁ’ର ବୋଲି ହସ୍ପିଟାଲର ଡାକ୍ତର କହିଛନ୍ତି । ବିରଳ ସ୍ଥିତିରେ ୧୦ ଲକ୍ଷ ଶିଶୁଙ୍କ ମଧ୍ୟରୁ ଜଣଙ୍କ କ୍ଷେତ୍ରରେ ଏହି ସ୍ଥିତି ଦେଖିବାକୁ ମିଳିଥାଏ ବୋଲି କୁହାଯାଉଛି । ଯେତେବେଳେ ଗର୍ଭରେ ୧ରୁ ଅଧିକ ଶିଶୁ ବଢ଼ୁଥାନ୍ତି, ସେ ସମୟରେ ଭ୍ରୁଣର ବିକାଶ ସମୟରେ ସେଲସ ଶିଶୁର ଭିତରକୁ ଚାଲିଯାଇଥାନ୍ତି । ସେହି ଭ୍ରୁଣ ଶିଶୁର ଶରୀର ମଧ୍ୟରେ ବିକଶିତ ହେବାକୁ ଲାଗିଥାଏ ବୋଲି ଡାକ୍ତର କହିଛନ୍ତି ।

ଏମିତି ବି ଅନେକ ସମୟରେ ଆମ ସମାଜରେ କିଛି ଅଜବ ପ୍ରକାରର ମାମଲା ଦେଖିବାକୁ ମିଳିଥାଏ । କେତେବେଳେ ଜଣେ ୬୦ ବର୍ଷୀୟା ମହିଳା ଛୁଆ ଜନ୍ମ କରୁଛି ତ ଆଉ କେତେବେଳେ ଜଣେ ପୁରୁଷ ମଧ୍ୟ ଗର୍ଭଧାରଣ କରୁଥିବାର ଖବର ଦେଖିବାକୁ ମିଳୁଛି । ତେବେ ଏସବୁ ବିରଳ ମାମଲା ଭିତରେ ଏବେ ଝାଡଖଣ୍ଡର ଏହି ବିରଳ ଘଟଣା ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.