Below header

ପ୍ରବଳ ବର୍ଷା ଯୋଗୁଁ ୧୩୦ ବର୍ଷରେ ପ୍ରଥମଥର ପାଇଁ କବରରୁ ବାହାରି ଆସିଲା ୨୪୦୦ ବର୍ଷ ପୁରୁଣା ମମି, ଆଉ ତାପରେ..

ଜୟପୁରରେ ପ୍ରବଳ ବର୍ଷା ହେତୁ ସହର ବହୁ ଅସୁବିଧାର ସମ୍ମୁଖୀନ ହୋଇଛି । ପ୍ରବଳ ବର୍ଷା ପରେ ବିନାଶର ଚିତ୍ର ସାମ୍ନାକୁ ଆସିଛି । ପ୍ରବଳ ବର୍ଷା ହେତୁ ପ୍ରଥମ ଥର ପାଇଁ ଜୟପୁରର ଆଲବର୍ଟ ହଲ୍ ମ୍ୟୁଜିୟମରେ ୪ ଫୁଟ ପର‌୍ୟ୍ୟନ୍ତ ପାଣି ଭର୍ତ୍ତି କରାଯାଇଥିଲା । ଯାହାଦ୍ୱାରା ସଂଗ୍ରହାଳୟର ତଳ ମହଲାର ଗ୍ୟାଲେରୀରେ ଥିବା ୨୪୦୦ ବର୍ଷ ପୁରୁଣା ମମି ବୁଡୁ ବୁଡୁ ରହିଯାଇଛି କାରଣ ବର୍ଷା ଜଳ ୪ ଫୁଟ ଉଚ୍ଚର ମମି ବାକ୍ସ ପର‌୍ୟ୍ୟନ୍ତ ପହଞ୍ଚି ଯାଇଥିଲା ।

ଆଲବର୍ଟ ହଲ୍ ଅଧୀକ୍ଷକ ଡକ୍ଟର ରାକେଶ ଚୋଲାକଙ୍କ ଅନୁଯାୟୀ ବର୍ଷା ଜଳ ମମି ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ମାତ୍ର ୪ ରୁ ୫ ଇଞ୍ଚ ଦୂରତା ବାକି ଥିଲା ସେହି ସମୟରେ ଗ୍ଲାସ ଭାଙ୍ଗି ମମିକୁ ସୁରକ୍ଷିତ ଭାବେ ହଟାଇ ଦିଆଯାଇଥିଲା । ଯଦି ୫ ମିନିଟ ଅଧିକ ବିଳମ୍ବ ହୋଇଥାନ୍ତା ତେବେ ଏହି ଐତିହାସିକ ମମି ବୁଡ଼ି ଯାଇଥାନ୍ତା ଏବଂ କ୍ଷତିପୂରଣ ଦେବା କଷ୍ଟକର ହୋଇପଡିଥାନ୍ତା ।

ଏହି ମମି ୧୩୦ ବର୍ଷ ପୂର୍ବେ ଇଜିପ୍ଟର କାଇରୋରୁ ଅଣାଯାଇଥିଲା । ଯାହା ପରେ ଏହାକୁ ଆଲବର୍ଟ ହଲରେ ରଖାଯାଇଥିଲା ବର୍ତ୍ତମାନ ପ୍ରଥମ ଥର ପାଇଁ ମମିକୁ ବାକ୍ସରୁ ବାହାର କରିବାକୁ ପଡିଲା । ସୂଚନା ଅନୁଯାୟୀ ଏହି ମମି ୨୩୦୦ ବର୍ଷ ପୂର୍ବେ ମିଶରର ପ୍ରାଚୀନ ସହର ପାନୋପଲିସର ଅଖମିନ୍ ଅଞ୍ଚଳରୁ ମିଳିଥିଲା । ଏହା ଖ୍ରୀଷ୍ଟପୂର୍ବ ୩୨୨ ରୁ ୩୦ ପର୍ଯ୍ୟନ୍ତ ଟୁଲୋମାଇକ୍ ଯୁଗର ଅଟେ । ୧୩୦ ବର୍ଷ ପୂର୍ବେ ଭାରତକୁ ଆଣିଥିବା ଏହି ମମି ‘ଟୁଟୁ’ ନାମକ ଜଣେ ମହିଳାଙ୍କର ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.