ଗଭୀର ସମୂଦ୍ର ମଝିରେ ଲମ୍ଫ ମାରି ତିମି ମାଛ ଉପରେ ବସି ଯାତ୍ରା କଲେ ବ୍ୟକ୍ତି, ଦେଖନ୍ତୁ ଭିଡିଓ

ପ୍ରାୟ ସମୟରେ ଲୋକମାନେ ନିଜର ସଉକ ପାଇଁ ବିଭିନ୍ନ ପ୍ରକାର ଷ୍ଟଣ୍ଟ କରନ୍ତି। କିଏ ଉଚ୍ଚରୁ ଡେଉଁଛନ୍ତି ତ ଆଉ କିଏ ଜଙ୍ଗଲୀ ପଶୁଙ୍କ ସହିତ ଖେଳୁଥିବା ଦେଖିବାକୁ ମିଳେ। ତେବେ ଏମାନଙ୍କ ଭିଡିଓ ଯେତେବେଳେ ସାମ୍ନାକୁ ଆସେ ତାହା ଖୁବ୍‌ ଭାଇରାଲ ହୋଇଥାଏ। ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ୍‌ ଭାଇରାଲ୍‌ ହେଉଛି ଯାହା ଲୋକଙ୍କୁ ଚମକାଇ ଦେଇଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ଗଭୀର ସମୁଦ୍ର ମଝିରେ ସାର୍କ ଭଳି ବିଶାଳକାୟ ମାଛ ଉପରେ ବସି ଯାତ୍ରା କରୁଥିବା ଦେଖିବାକୁ ମିଳୁଛି।

ଏହି ଭିଡିଓଟି ସାଉଦି ଆରବର ବୋଲି ଜଣାପଡିଛି। ଭିଡିଓରେ ବ୍ୟକ୍ତି ଖତରନାକ ଷ୍ଟଣ୍ଟ କରୁଛନ୍ତି। ଏହାସହିତ ପୂରା ଘଟଣାର ଭିଡିଓ ମଧ୍ୟ କରୁଛନ୍ତି ବ୍ୟକ୍ତି। ତିମି ମାଛକୁ ସମୁଦ୍ରର ସବୁଠାରୁ ବିଶାଳକାୟ ମାଛ କୁହାଯାଏ। କିନ୍ତୁ ଏହି ବ୍ୟକ୍ତି ବଡ ସାହାସର ସହିତ ସାର୍କର ପିଠିରେ ବସିଯାଉଛି।

ଭିଡିଓରେ ଆପଣ ଦେଖିପାରୁଥିବେ ଜଣେ ବ୍ୟକ୍ତି ଡଙ୍ଗାରେ ଯାଉଛନ୍ତି ଆଉ ହଠାତ୍‌ ଏକ ତିମି ମାଛ ଉପରକୁ ଲମ୍ଫ ମାରୁଛନ୍ତି। ବ୍ୟକ୍ତି ଜଣଙ୍କ ସିଧା ଯାଇ ମାଛର ପିଠି ଉପରେ ବସିଯାଉଛନ୍ତି। ଏହି ସମୟରେ ଏହି ପୂରା ଘଟଣା ଭିଡିଓରେ କ୍ୟାପଚର ହୋଇଯାଉଛି। ଏହା ସୋସିଆଲ ମିଡିଆରେ ଏବେ ଖୁବ୍‌ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.