Below header

ନାଗପୁର ଜଙ୍ଗଲରେ ଦେଖିବାକୁ ମିଳିଲା ଅଦ୍ଭୁତ କଳାନାଗ, ଗଛରେ ଏକା ସାଙ୍ଗରେ ଗୁଡେଇ ହୋଇ ଖେଳୁଥିଲେ ସାପ

ସବୁବେଳେ ଜଙ୍ଗଲ ମଧ୍ୟରେ କିଛି ନା କିଛି ଅଜବ ଜିନିଷ ଦେଖିବାକୁ ମିଳିଥାଏ । ଖାସ କରି ଜୀବଜନ୍ତୁଙ୍କର ଯେଉଁ ଭଳି ଫଟୋ ଦେଖିବାକୁ ମିଳେ ତାହା ଅତି ରୋମାଞ୍ଚକର ହୋଇଥାଏ । ଠିକ ଏହିପରି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଯାହାକି ହେଉଛି ମହାରାଷ୍ଟ୍ରର ମେଲଘାଟ ଜଙ୍ଗଲରେ ଦେଖାଦେଇଥିବା ୩ଟି କଳା ରଙ୍ଗର ନାଗ। ଏହି ଫଟୋ ଦେଖିଲେ ଲାଗୁଛି ଏହା ରହସ୍ୟମୟ । ନାଗ ନାଗୁଣୀ ପ୍ରାୟତ ଏକା ସାଙ୍ଗରେ ଦେଖାଯାଆନ୍ତି । କିନ୍ତୁ ଏହି ଜଙ୍ଗଲରେ ଏକା ସାଙ୍ଗରେ ତିନୋଟି କଳା ନାଗ ଦେଖିବାକୁ ମିଳିଛି । ଏମାନେ ଯେଉଁ ଢଙ୍ଗରେ ଫଣା ଟେକି ରହିଛନ୍ତି ତାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ ।

ବିଶେଷଜ୍ଞମାନେ କହିଛନ୍ତି ଯେ, ଏଭଳି ଦୃଶ୍ୟ ବିରଳ। ଏଥିସହିତ ସ୍ଥାନୀୟ ଲୋକ କୁହନ୍ତି ଯେ ଜଙ୍ଗଲରେ ଏପରି ନାଗ, ଅଜଗର, ଅହିରାଜ ଏବଂ ଅନ୍ୟାନ୍ୟ ପ୍ରାଣୀ ପ୍ରାୟତଃ ଦେଖାଯାଆନ୍ତି। ଯଦିଓ କେବେ ବି ଏକାଠି କଳାନାଗ ଦେଖିବାକୁ ମିଳିନଥିଲା, କିନ୍ତୁ ଏଥର ଏହା ବିରଳ। ଲୋକମାନେ ଏପରି କଳା କୋବ୍ରା ଦେଖିବା ପାଇଁ ଭୟ କରନ୍ତି |ତେବେ ଏକା ସାଙ୍ଗରେ କଳା ନାଗକୁ ହଠାତ ଯିଏ ବି ଦେଖିବ ସେ ଡରିବ ନିଶ୍ଚିତ । କିନ୍ତୁ ଏପରି ବିରଳ ଦୃଶ୍ୟ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.