Below header

ଚାଇଲ୍ଡ ପର୍ଣ୍ଣ କେଶ:ରାଜ୍ୟର ବିଭିନ୍ନ ସ୍ଥାନରେ ସିବିଆଇର ଚଢ଼ାଉ, ଓଡ଼ିଶାର ଦୁଇ ଜଣଙ୍କ ନାଁରେ ଏତଲା ଦାୟର

ଭୁବନେଶ୍ୱର(କେ ନ୍ୟୁଜ): ଦେଶବ୍ୟାପୀ ସିବିଆଇର ଚଢଉ। ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୭୬ଟି ସ୍ଥାନରେ ଏକକାଳୀନ ଚଢଉ କରିିଛି ସିବିଆଇ। ଅନଲାଇନରେ ଶିଶୁଙ୍କୁ ଯୌନ ଶୋଷଣ ଓ ଉତ୍ପୀଡ଼ନ ଅଭିଯୋଗରେ ହୋଇଛି ଚଢଉ । ନଭେମ୍ବର ୧୪ ତାରିଖରେ ୨୩ଟି ପୃଥକ ପୃଥକ ମାମଲାରେ ୮୩ଜଣ ଅଭିିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଆଇଟି ଆକ୍ଟ ୬୭-ବି ଏବଂ ଆଇପିସି ଧାରା ୧୨୦-ବିରେ ମାମଲା ରୁଜୁ ହୋଇଛି। ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ମହାରାଷ୍ଟ୍ରରେ ମଧ୍ୟ ଚାଲିଛି ଚଢଉ । ତେବେ ଓଡ଼ିଶାରୁ କିଏ କିଏ ଚାଇଲ୍‌ଡ ପର୍ନରେ ସମ୍ପୃକ୍ତ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ମନୋରଞ୍ଜନ ଦାଶ ଓ ଅନିଲ ମାଝୀଙ୍କ ନାଁରେ ସିବିଆଇ ତରଫରୁ ଏଫଆଇଆର ଦାୟର ହୋଇଛି। ଭଦ୍ରକ ଜିଲ୍ଲା ଅଗରପଡ଼ାର ବିନାୟକପୁରରେ ମନୋରଞ୍ଜନ ଦାଶଙ୍କ ଘର। ସେହିପରି ଯାଜପୁର ରୋଡ୍‌ ମସୁଦ୍‌ପୁରରେ ରହୁଛନ୍ତି ଅନିଲ ମାଝି।

ସୂଚନା ମୁତାବକ ଚାଇଲ୍‌ଡ ସେକ୍‌ସୁଆଲ ଏକ୍‌ସପ୍ଲୋଏଟେସନ ମେଟେରିଆଲ CSEMର ସଂରକ୍ଷଣ, ପ୍ରସାରଣ ଓ ଦେଖିବା ନେଇ ଦେଶ ଓ ବିଦେଶରେ ବ୍ୟକ୍ତିବିଶେଷଙ୍କୁ ନେଇ ଏକ ସିଣ୍ଡିକେଟ୍‌ କାମ କରୁଛି । ଯେଉଁମାନେ ବିଭିନ୍ନ ସୋସିଆଲ ମିଡିଆରେ CSEMର ଲିଙ୍କ, ଭିଡିଓ ଓ ଫଟୋ ସେୟାର କରୁଛନ୍ତି ଏବଂ ବିଭିନ୍ନ ପୋଷ୍ଟ ମଧ୍ୟ କରୁଛନ୍ତି। ବିଶେଷ କରି ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ ଓନ୍‌ଲି ଚାଇଲ୍‌ଡ ସେକ୍ସ ଭିଡିଓ ଜରିଆରେ ଏସବୁ କରାଯାଉଥିବା ଜଣାପଡିଛି । ୨୦୧୯ ତୁଳନାରେ ୨୦୨୦ରେ ଶିଶୁଙ୍କ ବିରୋଧରେ ସାଇବର ଅପରାଧରେ ୪୦୦% ମାମଲା ବୃଦ୍ଧିପାଇଛି। ଏନେଇ ଏକ ଏନସିଆରବିରେ ରିପୋର୍ଟ ପ୍ରକାଶ ପାଇଛି । ୨୦୨୦ରେ ଶିଶୁଙ୍କ ବିରୋଧରେ ୮୪୨ଟି ସାଇବର କ୍ରାଇମ ମାମଲା ରିପୋର୍ଟ ଦାୟର ହୋଇଥିଲା। ସେଥିରୁ ୭୩୮ ଅର୍ଥାତ ୮୭ ପ୍ରତିଶତ ମାମଲା ନାବାଳକ-ନାବାଳିକାଙ୍କ ଯୌନ ଶୋଷଣ ଓ ଉତ୍ପୀଡନ ନେଇ ରହିଛି ।

୨୦୧୯ରେ ଶିଶୁଙ୍କ ବିରୋଧରେ ସାଇବର ଅପରାଧ ମାମଲା ସଂଖ୍ୟା ଥିଲା ୧୬୪ । ୨୦୧୮ରେ ୧୧୭ ଓ ୨୦୧୭ରେ ଏ ସଂଖ୍ୟା ଥିଲା ୭୯ । ୨୦୨୦ରେ ଏ ସଂଖ୍ୟା ୮୪୨ରେ ପହଞ୍ଚିଛି । ଏନସିଆରବି ୨୦୨୦ ତଥ୍ୟ ଅନୁସାରେ, ଉତ୍ତର ପ୍ରଦେଶରେ ସର୍ବାଧିକ ୧୭୦ଜଣ ଶିଶୁଙ୍କୁ ଶୋଷଣ ନେଇ ମାମଲା ରେକର୍ଡ ହୋଇଥିଲା। କର୍ଣ୍ଣାଟକରେ ଏହି ସଂଖ୍ୟା ୧୪୪ ରହିଥିବା ବେଳେ ମହାରାଷ୍ଟ୍ରରେ ୧୩୭, କେରଳରେ ୧୦୭ ଓ ଓଡିଶାରେ ୭୧ଟି ମାମଲା ରହିଛି। ବିଶେଷଜ୍ଞଙ୍କ ମତ, ପିଲାମାନେ ଅନଲାଇନ୍‌ରେ ଶିକ୍ଷା ଗ୍ରହଣ ସହ ଯୋଗାଯୋଗ ଲାଗି ଏବେ ଅଧିକ ସମୟ ଇଣ୍ଟରନେଟ୍‌ ବ୍ୟବହାର କରୁଛନ୍ତି। ଫଳରେ ସେମାନେ ସହଜରେ ବିପଦରେ ପଡୁଛନ୍ତି। ଯୌନ ଉତ୍ପୀଡନର ଶିକାର ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.