Below header

ସ୍ୱାମୀଙ୍କ ମୃତ୍ୟୁ ପରେ ଗର୍ଭଧାରଣ କଲେ ମହିଳା, ୯ ମାସ ଧରି ସଞ୍ଚୟ କରି ରଖିଥିଲେ ଶୁକ୍ରାଣୁ

ଏକ ସନ୍ତାନ ଜନ୍ମ ପାଇଁ ଉଭୟ ମା’ ଓ ବାପା ଆବଶ୍ୟକ। ଜଣଙ୍କ ବିନା ଆଉ ଜଣେ ସନ୍ତାନ ସୁଖ ପାଇବା ଅସମ୍ଭବ। କିନ୍ତୁ ଆମେରିକାରେ ଜଣେ ମହିଳା ସ୍ୱାମୀଙ୍କ ମୃତ୍ୟୁ ପରେ ମା’ ହୋଇଛନ୍ତି। ଆଉ ଏହି ଛୁଆଟି ତାଙ୍କ ପରଲୋକାଗତ ସ୍ୱାମୀଙ୍କର ବୋଲି ବି ସେ କହିଛନ୍ତି। ଯାହା ଏବେ ସେଠାରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ମହିଳାଙ୍କ ସୂଚନା ମୁତାବକ ସେ ସ୍ୱାମୀଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ସ୍ପର୍ମ ବା ଶୁକ୍ରାଣୁକୁ ଷ୍ଟୋର କରି ରଖିଥିଲେ। ଏବେ ତାଙ୍କ ମୃତ୍ୟୁ ପରେ ସେ IVF ସାହାଯ୍ୟରେ ଗର୍ଭଧାରଣ କରିଛନ୍ତି। ମା’ ହୋଇଥିବା ଏହି ମହିଳାଙ୍କ ନାଁ ହେଉଛି ଲରେନ୍‌ ମ୍ୟାକ୍‌ଗ୍ରେଗର ଓ ତାଙ୍କ ମୃତ ସ୍ୱାମୀଙ୍କ ନାଁ ହେଉଛି କ୍ରିସ୍‌।

ଲରେନ୍‌ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ବ୍ରେନ୍‌ ଟ୍ୟୁମର ଯୋଗୁ ହୋଇଛି। ଖୁବ୍‌ କମ୍‌ ଦିନ ଭିତରେ ଟ୍ୟୁମର ଯୋଗୁ ତାଙ୍କ ସଂସାର ଉଜୁଡ଼ିଯାଇଛି। ସ୍ୱାମୀଙ୍କ ଚିକିତ୍ସା ଚାଲିଥିବା ବେଳେ ସେମାନେ ଛୁଆ ଚାହୁଁଥିଲେ। କିନ୍ତୁ ବ୍ରେନ୍‌ ଟ୍ୟୁମର ଥିବାରୁ ଛୁଆ ପାଇଁ ସମସ୍ୟା ହୋଇଥିଲା। ଏଣୁ ସ୍ୱାମୀଙ୍କ ଚିକିତ୍ସା ଚାଲିଥିବା ବେଳେ ହିଁ ତାଙ୍କ ସ୍ପର୍ମକୁ ଷ୍ଟୋର କରି ରଖିଥିଲେ ଲରେନ୍‌। ସେ ଏହି ସ୍ପର୍ମ ସାହାଯ୍ୟରେ ମା’ ହେବାକୁ ଯୋଜନା କରିଥିଲେ, କିନ୍ତୁ ମଝିରେ କରୋନା ପଶିଗଲା। କିନ୍ତୁ ଏବେ କରୋନା ଯିବା ପରେ ସେ ସ୍ୱାମୀ କ୍ରିସ୍‌ଙ୍କ ସ୍ମୃତି ଭାବେ ତାଙ୍କ ସନ୍ତାନକୁ ଜନ୍ମ ଦେଇଛନ୍ତି।

ଲରେନ୍‌ ଓ କ୍ରିସ୍‌ ପିଲା ବେଳର ସାଙ୍ଗ। କ୍ରିସ୍‌ଙ୍କର ପୂର୍ବ ପତ୍ନୀଙ୍କ ଠାରୁ ଏକ ପୁଅ ବି ଅଛି। କ୍ରିସ୍‌ଙ୍କ ମା’ଙ୍କ ମୃତ୍ୟୁ ପରେ ସେ ଓ ଲରେନ୍‌ ପୁଣିଥରେ ନିକଟତର ହୋଇଥିଲେ। ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ୨୦୧୩ରେ କ୍ରିସ୍‌ଙ୍କୁ ବ୍ରେନ୍‌ ଟ୍ୟୁମର ରୋଗ ସମ୍ପର୍କରେ ଜଣାପଡ଼ିଥିଲା। ଏହା ପରେ ୨୦୧୭ରେ ସେମାନେ ଛୁଆ ପ୍ଲାନ୍‌ କରିଥିଲେ। କିନ୍ତୁ କ୍ରିସ୍‌ଙ୍କ କେମୋ ଥେରାପି ଆରମ୍ଭ ହୋଇଯାଇଥିବାରୁ ଗର୍ଭଧାରଣ ସମ୍ଭବ ହୋଇନଥିଲା। ପରେ ଡାକ୍ତରଙ୍କ ପରାମର୍ଶରେ ସେମାନେ କ୍ରିସ୍‌ଙ୍କ ସ୍ପର୍ମକୁ ଷ୍ଟୋରକୁ କରି ରଖିଥିଲେ।

ଗତ ବର୍ଷ କ୍ରିସ୍‌ଙ୍କ ମୃତ୍ୟୁ ପରେ ଲରେନ୍‌ ସ୍ପର୍ମ ସାହାଯ୍ୟରେ ମା’ ହେବାକୁ ମନସ୍ଥ କରିଥିଲେ। ଫଳସ୍ୱରୂପ ସେ ଏବେ ଛୁଆକୁ ଜନ୍ମ ଦେଇଛନ୍ତି। ଏହି ଛୁଆ ପାଇ ସେ ବହୁତ ଖୁସି ବୋଲି କହିଛନ୍ତି ଲରେନ୍‌। ଏବେ ଛୁଆଟି ତାଙ୍କର ଓ କ୍ରିସ୍‌ଙ୍କର ପ୍ରେମର ପ୍ରତୀକ ବୋଲି କହିଛନ୍ତି ଲରେନ୍‌।

Also Read: ଦିଲ୍ଲୀରେ ଅଘଟଣ : ଉଡ଼ାଣ ଭରିବା ପୂର୍ବରୁ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇଗଲା ବିମାନ, ଯାତ୍ରୀ ସୁରକ୍ଷିତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.