Below header

ଭୋପାଳ ଗ୍ୟାସ ଟ୍ରାଜେଡିକୁ ବିତିଲା ୩୫ ବର୍ଷ, ଏବେ ବି ଜନ୍ମ ହେଉଛନ୍ତି ଦିବ୍ୟାଙ୍ଗ ଶିଶୁ

ଆଜିକୁ ଠିକ ୩୫ ବର୍ଷ ତଳେ ହୋଇଥିବା ଭୋପାଲ ଗ୍ୟାସ ଟ୍ରାଜେଡିର ପୀଡିତ ମାନଙ୍କ ଦୁର୍ଦ୍ଦଶା କମିବା ପରିବର୍ତ୍ତେ ଦିନ କୁ ଦିନ ବଢ଼ିବାରେ ଲାଗିଛି । ଘଟଣାକୁ ତିନି ଦଶକ ବିତି ଯାଇଥିଲେ ମଧ୍ୟ ଲୋକଙ୍କ ଅବସ୍ଥାରେ ସେପରି କୌଣସି ଆଖିଦୃଶିଆ ପରିବର୍ତ୍ତନ ଆସି ପାରିନାହିଁ । ରାଜ୍ୟ ତଥା କେନ୍ଦ୍ର ସ୍ତରରେ ସରକାର ବଦଳୁଛନ୍ତି କିନ୍ତୁ ବଦଳି ନାହିଁ ଏମାନଙ୍କ ଦୁର୍ଦ୍ଦଶା । ଏହି ଭୁକ୍ତଭୋଗୀଙ୍କ ଅବସ୍ଥା ଯେମିତି ଥିଲା ସେମିତି ହିଁ ରହି ଯାଇଛି । ଯେମିତି ଅଟକି ଯାଇଛି ଏମାନଙ୍କ ସମୟ । ଏକ ମିଡ଼ିଆ ରିପୋର୍ଟ ଅନୁଯାୟୀ ଗ୍ୟାସ ପୀଡିତମାନଙ୍କୁ ନା ଏବେ ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିଛି ନା ସେମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗା ଯାଇଛି । ଏମିତିକି ଏବେ ପର୍ଯ୍ୟନ୍ତ ଏମାନେ ଶୁଦ୍ଧ ପାନୀୟ ଜଳ ଟିକେ ମଧ୍ୟ ପାଇପାରି ନାହାନ୍ତି । ୧୯୮୪ ମସିହା ଡିସେମ୍ବର ୨-୩ ତାରିଖ ମଧ୍ୟରାତ୍ରରେ ଆମେରିକୀୟ କମ୍ପାନୀ ଡାଓ କେମିକାଲ୍ସ କମ୍ପାନୀରୁ ହଠାତ୍‌ ମିଥାଇଲ ଆଇସୋ ସିଆନାଇଡ଼ ଗ୍ୟାସ ନିର୍ଗତ ହେବା ଦ୍ୱାରା ଗୋଟିଏ ରାତିରେ ହିଁ ପ୍ରାୟ ହଜାରେ ଲୋକଙ୍କର ଜୀବନ ଚାଲି ଯାଇଥିଲା ।

bhopal

ସେଠି ଉପସ୍ଥିତ ଥିବା ଦେଖଣାହାରୀମାନେ ଆଜି ବି ସେହି ତ୍ରିର ଭୟାବହ ଦୃଶ୍ୟକୁ ଭୁଲି ପାରି ନାହାନ୍ତି । ଏବେବି ସେହି କାଳରାତ୍ରିର ଘଟଣା କଥା ମନେ ପଡିଲେ ସେମାନଙ୍କ ରୁମ ଟାଙ୍କୁରୀ ଉଠୁଛି । ଗ୍ୟାସର ପ୍ରାଦୁର୍ଭାବ ଏତେ ଭୟାବହ ଥିଲା ଯେ ପୀଡିତ ପରିବାରଙ୍କ ୨ୟ ଓ ୩ୟ ପିଢ଼ି ଛୁଆମାନେ ମଧ୍ୟ ଭିନ୍ନକ୍ଷମ ହୋଇ ଜନ୍ମ ହେଉଛନ୍ତି । ଉଭୟ ଗଭୀର ଶାରୀରିକ ଓ ମାନସିକ ଭାବେ ବିକାରଗ୍ରସ୍ତ ହୋଇ କଟୁଛି ଏମାନଙ୍କ ଜୀବନ । ଚିଂଗାରୀ ନାମକ ଏକ ଟ୍ରଷ୍ଟ ଏହି ପିଲାଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ କିଛିଟା ହାତ ବଢ଼ାଇଛି | ପିଲାମାନଙ୍କର ଫିଜିଓ ଥେରାପି, ସ୍ପିଚ ଥେରାପି ଭଳି ପଦ୍ଧତିରେ ଚିକିତ୍ସା କରାଯାଉଛି । ଏମାନଙ୍କୁ ଚିକିତ୍ସା କେନ୍ଦ୍ରକୁ ନେବା ଆଣିବା କରିବା ପାଇଁ ସ୍ୱତନ୍ତ୍ର ଯାନବାହନର ସୁବିଧା କରାଯାଇଛି । ଏହା ସହ  ଟ୍ରଷ୍ଟ ତରଫରୁ  ଏହି ଶିଶୁମାନଙ୍କୁ ମାଗଣା ମଧ୍ୟାହ୍ନ ଭୋଜନ ମଧ୍ୟ ଯୋଗାଇ ଦିଆଯାଉଛି ।

ଏହି ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସି ବହୁ ଜଣଙ୍କ ଫୁସଫୁସ ସମ୍ପୂର୍ଣ୍ଣ ରୂପେ ଅକାମୀ ହୋଇଯାଇଛି । କ୍ଷତି ପୂରଣ ବାବଦରେ ମିଳିଥିବା ମାତ୍ର ୨୫ ହଜାର ଟଙ୍କା ଚିକିତ୍ସା ପାଇଁ ସେମିତି କିଛି ବଡ ଧରଣର ସାହାଯ୍ୟ ନୁହେଁ । ଅନ୍ୟ ପକ୍ଷରେ ଭୋପାଲ ଗ୍ୟାସ ସହଯୋଗ ସମିତିର ସଂଯୋଜକ ସାଧନା କ୍ରନିକ ସରକାରଙ୍କୁ ଏଥିପାଇଁ ପ୍ରତ୍ୟକ୍ଷ ବା ପରୋକ୍ଷରେ ଦାୟୀ କରିଛନ୍ତି । ତାଙ୍କ ଅନୁଯାୟୀ ଏବେ ପର୍ଯ୍ୟନ୍ତ ବି ପ୍ରଭାବିତ ସ୍ଥାନର ଜଳକୁ ସମ୍ପୂର୍ଣ୍ଣ ରୂପେ ପ୍ରଦୂଷଣ ମୁକ୍ତ କରାଯାଇ ପାରିନାହିଁ ।

ଏହା ସହ ପଢନ୍ତୁ: ଜାଣନ୍ତୁ ଆୟରଲ୍ୟାଣ୍ଡରେ ଅବସ୍ଥିତ ୧୦୦ ବର୍ଷ ପୁରୁଣା ଏହି ଶିବଲିଙ୍ଗ ବିଷୟରେ କିଛି ରୋଚକ ତଥ୍ୟ

ଏଠାକାର ଲୋକେ ଅଧିକ ମାତ୍ରାରେ ବିଷାକ୍ତ ପାଣିର ଶିକାର ହେଉଛନ୍ତି । ତେଣୁ କରି ହିଁ ଏହି ଅଞ୍ଚଳର କିଡ୍ନୀ, ଫୁସଫୁସ, ହୃଦରୋଗ, ଭୟାବହ ଚର୍ମ ରୋଗ, ଆଖି ସଂକ୍ରମଣ ଆଦି ରୋଗରେ ପୀଡିତ ରୋଗୀଙ୍କ ସଂଖ୍ୟା ଦିନ କୁ ଦିନ ବଢ଼ିବାରେ ଲାଗିଛି । ଏବେ ଗ୍ୟାସ ପୀଡିତ ଅଞ୍ଚଳର ସେହି କରାଳ ଦୃଶ୍ୟ ଦେଖିଲେ ଲୋମ ଟାଙ୍କୁରୀ ଉଠୁଛି । ଆସ୍ଥମା ରୋଗୀଙ୍କ ସଂଖ୍ୟା ମଧ୍ୟ ଦିନ କୁ ଦିନ ବଢ଼ିବାରେ ଲାଗିଛି । ପୀଡିତ ମାନଙ୍କ ଚିକିତ୍ସା ପାଇଁ ବହୁ ହସ୍ପିଟାଲ ମାନ ଏହି ଅଞ୍ଚଳରେ ଖୋଲା ଯାଇଥିଲେ ମଧ୍ୟ ସେଗୁଡ଼ିକରେ ଏବେ ପର୍ଯ୍ୟନ୍ତ ଉନ୍ନତ ମାନର ଚିକିତ୍ସା ବ୍ୟବସ୍ଥା ଆସିପାରି ନାହିଁ । ଏବେ ଅପେକ୍ଷା ଏହି ପୀଡ଼ିତଙ୍କୁ ପ୍ରକୃତ ନ୍ୟାୟ ମିଳିବାର ହିଁ ଅପେକ୍ଷା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.