Below header

୩୫୦ ବର୍ଷ ପୁରୁଣା ପରମ୍ପରା, ଏଠାରେ ସ୍ମଶାନର ଚିତା ଭସ୍ମରେ ଖେଳାଯାଇଥାଏ ହୋଲି

ଧର୍ମ ନଗରୀ କାଶୀରେ ପର୍ବ-ପର୍ବାଣୀର ପରମ୍ପରା ସ୍ୱତନ୍ତ୍ର ଧରଣ ହୋଇଥାଏ। ଏହା ମଧ୍ୟରୁ ହୋଲି ପର୍ବ ଏକ ନିଆରା ଢଙ୍ଗରେ ପାଳନ କରାଯାଇଥାଏ। ହୋଲି ଦିନ ଏଠାର ଲୋକମାନେ ସ୍ମଶାନରେ ଚିତା ଭସ୍ମରେ ହୋଲି ଖେଳିବାର ପରମ୍ପରା ରହିଛି। ଏକାଦଶୀ ଦିନ ମା ପାର୍ବତୀଙ୍କୁ ବିଦା କରିବା ପରେ ତା ପର ଦିନ ଅର୍ଥାତ ଗତ କାଲି ମହାଦେବଙ୍କ ଭକ୍ତ ମଣିକର୍ଣ୍ଣିକା ଘାଟରେ ଚିତା ଭସ୍ମରେ ହୋଲି ଖେଳିଥାନ୍ତି। ବାସ୍ତବରେ ଏହି ପରମ୍ପରା ପାଖାପାଖି ୩୫୦ ବର୍ଷରୁ ପାଳନ କରାଯାଉଛି।

Kashiପୌରାଣିକ ମାନ୍ୟତା ଅନୁଯାୟୀ ବସନ୍ତ ପଞ୍ଚମୀ ଠାରୁ ବାବା ବିଶ୍ୱନାଥଙ୍କ ବୈବାହିକ କାଯ୍ୟର୍କ୍ରମର ଆୟୋଜନ ଆରମ୍ଭ ହୋଇ ହୋଲି ପଯ୍ୟର୍ନ୍ତ ଚାଲିଥାଏ। ମହାଶିବ ରାତ୍ରି ଦିନ ବିବାହ କାଯ୍ୟର୍ ସମ୍ପନ୍ନ ହୋଇଥାଏ ଏବଂ ଏକାଦଶୀ ଦିନ ମା ପାର୍ବତୀଙ୍କର ବିଦାୟ କାର୍ଯ୍ୟ ପାଳନ କରାଯାଇଥାଏ। ଗତକାଲି ବାବା ବିଶ୍ୱନାଥ ନିଜର ବରଯାତ୍ରୀ ସହିତ ମହାସ୍ମଶାନରେ ଦିଗମ୍ବର ରୂପରେ ହୋଲି ଖେଳିଥିଲେ। ପୌରାଣିକ ଯୁଗରେ ମଣିକର୍ଣ୍ଣିକା ଘାଟରେ ଚିତା ଭସ୍ମରେ ହୋଲି ଖେଳିବାର ଦାୟିତ୍ୱ ସନ୍ନ୍ୟାସୀ ଏବଂ ଗୃହସ୍ତମାନେ ମିଶି ପାଳନ କରୁଥିଲେ। କାଳକ୍ରମେ ଏହି ପ୍ରଥା ଲୁପ୍ତ ହୋଇଯାଇଥିଲାା ପୂନର୍ବାର ଏହି ପ୍ରଥା ପାଖାପାଖି ୨୫ ବର୍ଷ ପୂର୍ବରୁ ମଣିକର୍ଣ୍ଣିକା ରେ ରହୁଥିବା ଲୋକମାନେ ଏବଂ ସ୍ମଶାନେଶ୍ୱର ମହାଦେବ ମନ୍ଦିର ପ୍ରଚଳନ କରୁଥିବା ପରିବାରର ସଦସ୍ୟମାନେ ମିଶି ଆରମ୍ଭ କରିଛନ୍ତି।

varanasi holiଏହି ପରମ୍ପରାଆରମ୍ଭ ହେବା ପରେ ଦେଶ-ବିଦେଶରୁ ଅନେକ ସଂଖ୍ୟାରେ ଲୋକମାନେ ଏଠାକୁ ହୋଲି ପର୍ବ ଦେଖିବା ପାଇଁ ଆସିଥାନ୍ତି। ମଣିକର୍ଣ୍ଣିକା ଘାଟରେ ସ୍ମଶାନେଶ୍ୱର ମହାଦେବ ମନ୍ଦିରର ମହାଆଳତୀ କରାଯାଇଥାଏ। ଏହା ପରେ ଜଳୁଥିବା ଚିତା ମଧ୍ୟରେ କାଶୀର ୫୧ ସଙ୍ଗୀତକାର ନିଜ-ନିଜର ବାଦ୍ୟ ଯନ୍ତ୍ରର ଧ୍ୱନି ସୃଷ୍ଟି କରି ଚିତା ଭସ୍ମରେ ହୋଲି ଖେଳିବା ଆରମ୍ଭ କରିଥାନ୍ତି। ଏଠାରେ ଭୂତ, ପିସାଚ, ସାପ ସହିତ ସମସ୍ତ ଜୀବ-ଜନ୍ତୁଙ୍କ ସହ ହୋଲି ପର୍ବ ପାଳନ କରାଯାଇଥାଏ। ଶିବରାତ୍ରୀ ଠାରୁ ମଣିକର୍ଣ୍ଣିକା ଘାଟରେ ହୋଲି ଖେଳିବାର ଆୟୋଜନ ଆରମ୍ଭ ହୋଇଥାଏ। ଏହା ପରେ ଚିତାର ଭସ୍ମ ଗୁଡ଼ିକୁ ଭଲଭାବେ ଏକାଠି କରାଯାଇ ହୋଲି ଖେଳ ଆରମ୍ଭ ହୋଇଥାଏ।

holi_at_manikarnkaପୌରାଣିକ ତଥ୍ୟ ଅନୁଯାୟୀ ମୃତ୍ୟୁ ପରେ ଯାହାର ଅନ୍ତିମ ଶରୀରକୁ ମଣିକର୍ଣ୍ଣିକା ଘାଟରେ ଦାହ ସଂସ୍କାର କରାଯାଇଥାଏ ବାବା ବିଶ୍ୱନାଥ ତାଙ୍କୁ ମୁକ୍ତି ପ୍ରଦାନ କରିଥାନ୍ତି। ଏହା ବ୍ୟତୀତ ହୋଲି ଦିନ ବାବା ନିଜେ ତାଙ୍କ ସହିତ ହୋଲି ମଧ୍ୟ ଖେଳିଥାନ୍ତି। ମାନ୍ୟତା ରହିଛି କାଶୀ ନଗରୀରେ ଦେହ ତ୍ୟାଗ କରୁଥିବା ବ୍ୟକ୍ତିଙ୍କୁ ଶିବତ୍ୱ ପ୍ରାପ୍ତ ହୋଇଥାଏ। ସୃଷ୍ଟିର ତିନି ଗୁଣ ସତ, ରଜ ଏବଂ ତମ ଏହି ନଗରୀରେ ସମାହିତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.