Below header

ଯାଜପୁର ଟାଉନ : ଦୁଷ୍କର୍ମକାରୀଙ୍କୁ ୭ ବର୍ଷ କାରାଦଣ୍ଡାଦେଶ

ଯାଜପୁର ଟାଉନ (କେନ୍ୟୁଜ୍) : ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କୁ ୭ ବର୍ଷ କାରାଦଣ୍ଡାଦେଶ । ଅଭିଯୁକ୍ତ ହେଲେ ପ୍ରଫୁଲ ମହାରଣା । ଗତ ୨୦୦୬ ମସିହା ଜାନୁଆରି ୨୫ ତାରିଖରେ ଯାଜପୁର ରୋଡ ଥାନା ଅର୍ନ୍ତଗତ ସୋଲେଇ ଗାଁରେ ଜଣେ ଜନଜାତି ବିବାହିତ ମହିଳାଙ୍କୁ ଅଭିଯୁକ୍ତ ପ୍ରଥମେ ଅପହରଣ କରିବା ଓ ପରେ ବିଛାକାଟିଆ ଅଞ୍ଚଳରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

culpritଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି ଯାଜପୁର ଜିଲା ଦୌରାଜଜ ବିରଞ୍ଚି ନାରାୟଣ ମିଶ୍ର । ମୋଟ ୧୨ ଜଣ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଆଜି ଯାଜପୁର ଜିଲା ଦୌରାଜଜ ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ଓକିଲ ସମରେନ୍ଦ୍ର ଦାସ ମାମଲା ପରିଚାଳନା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.