କଣ ବିଶ୍ବ କପ୍ ପରେ ଭାରତୀୟ କ୍ରିକେଟ ଟିମର କୋଚ୍ ରହିବେ ନାହିଁ ରବି ଶାସ୍ତ୍ରୀ ?

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ବର୍ତ୍ତମାନ କୋଚ୍‌ ରବି ଶାସ୍ତ୍ରୀଙ୍କୁ ଚୁକ୍ତି ଆସନ୍ତା ବିଶ୍ୱ କପ୍‌ ପରେ ଶେଷ ହୋଇଯିବ । ତାଙ୍କୁ ପୁଣି କୋଚ୍‌ ପଦବିରେ ରଖାଯିବ କି ନାହିଁ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଛି । ତେବେ ବରିଷ୍ଠ ଅଧିକାରୀଙ୍କ ଭିତରେ ହୋଇଥିବା ଆଲୋଚନା ଅନୁଯାୟୀ ଶାସ୍ତ୍ରୀଙ୍କ ଚୁକ୍ତି ସରିବା ପରେ ନୂଆ କୋଚ୍‌ ଖୋଜା ଯିବେ । ବିସିସିଆଇ ପ୍ରଶାସକ କମିଟି (ସିଓଏ)ର ଏକ ଗୁରୁତ୍ପର୍ଣ୍ଣ ବୈଠକ ବସି ଏ ସମ୍ପର୍କରେ ଆଲୋଚନା କରିଛି । ଏହା ସହିତ ଆସନ୍ତା ୨୩ ତାରିଖରୁ ଆରମ୍ଭ ହେଉଥିବା ଆଇପିଏଲ୍‌ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇ ପୂରା ସୂଚୀ ଘୋଷଣା ହୋଇଛି ।
ରବି ଶାସ୍ତ୍ରୀଙ୍କୁ ୨୦୧୭ ମସିହାରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ପରେ ଅନୀଲ କୁମ୍ବଲେଙ୍କ ସ୍ଥାନରେ ଭାରତୀୟ ଦଳର ନୂଆ ମୁଖ୍ୟ କୋଚ୍ ଭାବରେ ନିଯୁକ୍ତ କରାଯାଇଥିଲା। ଶାସ୍ତ୍ରୀଙ୍କ ସହିତ ବୋଲିଂ କୋଚ୍ ଭରତ ଅରୁଣ, ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗର ଏବଂ ଫିଲ୍ଡିଂ କୋଚ୍ ଆର. ଶ୍ରୀଧରଙ୍କର ଚୁକ୍ତି ମଧ୍ୟ ଆଗାମୀ ବିଶ୍ବକପ୍ ପରେ ଶେଷ ହୋଇଯାଉଛି।

rabi shastriସେବେ ଠାରୁ ଆଜି ଯାଏ ଭାରତୀୟ ଟିମ ଏମାନଙ୍କ ଦାୟିତ୍ୱରେ ଭଲ ଭାବେ କାମ କରି ଆସିଛନ୍ତି। ବୈଠକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଥିଲା ଯେ ବିସିସିଆଇ ଆଗାମୀ ଛଅ ମାସ ପାଇଁ ନେସନାଲ ଆଣ୍ଟି ଡୋପିଂ ଏଜେନ୍ସି ସହିତ କାମ କରିବା ପାଇଁ ସହମତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.