Below header

‘ଫ୍ରିବ୍ରୋଡିସ୍‌ପ୍ଲାସିଆ ଓସିଫିକାନ୍‌ସ ପୋଗ୍ରେସିଭ’ ରୋଗର କୌଣସି ଚିକିତ୍ସା ନାହିଁ, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ : ଶରୀର ଥିଲେ ରୋଗ ଅଛି । ହେଲେ ବେଳେ ବେଳେ ଏପରି ରୋଗ ଶରୀରକୁ ପ୍ରବେଶ କରେ ଯାହାର ଚିକିତ୍ସା ପ୍ରାୟତଃ ନଥାଏ । ଏପରି ଏକ ଦୁରାରୋଗ୍ୟ ରୋଗର ଶିକାର ହୋଇଛି ଜଣେ ୫ ମାସର ଶିଶୁ । ବ୍ରଟେନର ଏହି ୫ ମାସର ଶିଶୁ ଲେକ୍ସି ଏହି ରୋଗ କାରଣରୁ ‘ପଥରରେ ପାଲଟିବାକୁ ’ ଲାଗୁଛି ଶରୀର । ବିଜ୍ଞାନ ଭାଷାରେ ଏହାକୁ ‘ଫ୍ରିବ୍ରୋଡିସ୍‌ପ୍ଲାସିଆ ଓସିଫିକାନ୍‌ସ ପୋଗ୍ରେସିଭ’ ରୋଗ ବୋଲି କହନ୍ତି ।

ଏହି ରୋଗରେ ପୀଡ଼ିତ ହେଲେ ଶରୀରର ମାଂସପେଶୀ ସବୁ ହାଡ଼ ଭଳି ପାଲଟି ଯାଏ ବା ପଥର ପରି ଟାଣ ହୋଇଯାଏ । ତେଣୁ ଏଥିପାଇଁ ଏହାକୁ ପଥର ପାଲଟିବା ରୋଗ ବୋଲି କୁହନ୍ତି । ଶରୀର ପଥର ପାଲଟି ଯାଏ ବୋଲି କୁହାଯାଏ ।

lexi
photo credit: aajtak.in

ପରିବାର ଲୋକଙ୍କ କହିବା ଅନୁଯାୟୀ ଶିଶୁଟି ଜନ୍ମ ବେଳେ ସ୍ୱାଭାବିକ ଥିଲା । ମାତ୍ର କିଛି ଦିନ ପରେ ତା’ଠାରେ ଏହି ରୋଗର ଲକ୍ଷଣ ଦେଖିବାକୁ ମିଳିଲା । ଧିରେ ଧିରେ ପାଦ ଓ ହାତର ଆଙ୍ଗୁଳି ଗୁଡ଼ିକ ଲାଗିଯିବା ସହ ଆଉ କାର୍ଯ୍ୟକ୍ଷମ କଲା ନାହିଁ । ସତେ ଯେପରି ପଥର ପରି ନିଷ୍କ୍ରିୟ ହୋଇଗଲା ।

lexi
photo credit: aajtak.in

ଏହି ରୋଗରେ ଥରେ ପଡ଼ିଲେ ବଞ୍ଚିବାର ଆଶା ନଥାଏ । ଏହି ରୋଗରେ ପଡ଼ିଥିବା ବ୍ୟକ୍ତି ଅତି ବେଶୀରେ ୨୦ ବର୍ଷ ଯାଏ ବିଛଣାରେ ପଡ଼ି ରହିଥାନ୍ତି । ଅତି ବେଶୀରେ ରୋଗୀ ୪୦ ବର୍ଷ ଯାଏ ବଞ୍ଚିଥାନ୍ତି । ଏହା ଏକ ପ୍ରକାର ଜେନେଟିକ୍‌ ରୋଗ ବୋଲି ଡାକ୍ତର କୁହନ୍ତି । ଲେକ୍ସିର ମା’ ଏଲେକ୍ସ କୁହନ୍ତି ଯେ ଶିଶୁକୁ ନେଇ ଆମେ ଚିନ୍ତିତ ।

କାରଣ ତା’ର ବଞ୍ଚିବାର ଆଶା ନାହିଁ ବୋଲି ଆମେ ଜାଣିଛୁ । ହେଲେ ତା’ର କଅଁଳ ହସ ଓ ମୁହଁକୁ ଦେଖିଲେ ଆମେ ସ୍ଥିର ହୋଇ ରହିପାରୁନୁ । ସେ ବଞ୍ଚିଥିବା ଯାଏ ଆମେ ତା’ର ସେବା କରୁଥିବୁ ବୋଲି ମା’ ଏଲେକ୍ସା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.