ପବିତ୍ର ପର୍ବତ ! ଏଠି ପାଦ ରଖିଲେ ଦେବାକୁ ପଡ଼େ ୫୦୦ ଟଙ୍କା ଜରିମାନା

ଛତିଶଗଡ଼ର ନକ୍ସଲ ପ୍ରଭାବିତ ଦାନ୍ତେୱାଡା ଜିଲ୍ଲାରେ ଏମିତି ଏକ ପାହାଡ଼ ଅଛି, ଯେଉଁଠି ଗ୍ରାମବାସୀ କାହାକୁ ବି ପାଦ ରଖିବାକୁ ଦିଅନ୍ତି ନାହିଁ। ‘ବୋମା’ ନାମକ ଏହି ପାହାଡ଼ରେ ଚଢ଼ିବା ତ ଦୂରର କଥା, ପାଦ ରଖିବାରେ ବି ପ୍ରତିବନ୍ଧକ ଲାଗିଛି। ଯେଉଁ ବ୍ୟକ୍ତି ଏହି ନିୟମ ଭାଙ୍ଗେ, ତାଙ୍କ ଉପରେ ନେଲଗୁଣ୍ଡା ଗାଁର ଲୋକେ 500 ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଇଥାନ୍ତି।

2

ବସ୍ତରରେ ‘ବୋମା’ର ଅର୍ଥ ‘ବକ୍ଷ’ ହୋଇଥାଏ। ଆଉ ବୋମା ପାହାଡ଼ର ଏହି ଅଞ୍ଚଳକୁ ଗ୍ରାମବସୀ ଧରିତ୍ରୀ ମା’ର ବକ୍ଷ ମାନିଥାନ୍ତି। ସୁବେର ଦାନ୍ତେୱାଡା ଜିଲ୍ଲା ମୁଖ୍ୟାଳୟଠାରୁ 26 କିମି ଦୂର ଇନ୍ଦ୍ରାବତୀ ନଦୀ କୂଳରେ ଏହି ବୋମା ପାହାଡ଼ ରହିଛି। ପାହାଡ଼ର ଶିଖର ପୂରା ବକ୍ଷ ଭଳି। ଏହି ଅଞ୍ଚଳର ଗ୍ରାମବାସୀମାନେ ଛୋଟ ତୁମନାରର ମହାଗୌରୀ ଏବଂ ନେଲଗୁଣ୍ଡା ଜଙ୍ଗଲରେ ସ୍ଥାପିତ ଗଙ୍ଗନାଦଇର ଦୁର୍ଲ୍ଲଭ ମୂର୍ତ୍ତିଗୁଡିକୁ ଶହ ଶହ ବର୍ଷ ଧରି ପୂଜା କରିଆସୁଛନ୍ତି।

4

ଛୋଟ ତୁମନାରର ମହାଗୌରୀ ମନ୍ଦିର ପୂଜକ ପରମାନନ୍ଦ କୁହନ୍ତି, ‘ଏହି ଅଞ୍ଚଳର ଆଦିବାସୀମାନେ ପ୍ରକୃତି ଉପାସକ ମଧ୍ୟ ଅଟନ୍ତି। ସେମାନେ ବକ୍ଷ ରୂପୀ ବୋମା ପାହାଡ଼କୁ ପବିତ୍ର ମାନିଥାନ୍ତି। ଏଥିପାଇଁ ଏଠାକାର ଲୋକେ ଜାଳେଣି ପାଇଁ ବି ପାହାଡ଼ ଉପରେ ପାଦ ରଖି ନ ଥାନ୍ତି’। ସେହିପରି ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ପର୍ବତର ଶିଖରକୁ ଆମେ ପୃଥିବୀର ବକ୍ଷ ମାନୁଥିବାରୁ ତାହାକୁ ପବିତ୍ର ବୋଲି ବିଶ୍ୱାସ କରୁ।

3

ପବିତ୍ର ସ୍ଥଳ ମାନିବା କାରଣରୁ ସାଧାରଣତଃ ପାହାଡ଼ ଶିଖରରେ ଦେବୀ ମା’ଙ୍କ ମନ୍ଦିର ସ୍ଥାପନ କରାଯାଇଥାଏ। ବୋମା ପାହାଡ଼ ଉପରକୁ ଯିବାରେ ପାରମ୍ପରିକ ପ୍ରତିବନ୍ଧକ ରହିଥିବାରୁ ଏହି ପାହାଡ଼ିଆ ଅଞ୍ଚଳ ବନୌଷଧି ଏବଂ ବନ୍ୟପ୍ରାଣୀମାନଙ୍କ ପ୍ରାକୃତିକ ଆବାସସ୍ଥଳୀ ହୋଇଯାଇଛି। ତେବେ ପୂର୍ବରୁ ଜାଳେଣି ଏବଂ ବନ୍ୟପ୍ରାଣୀ ଶିକାର ପାଇଁ ଯାଉଥିବା କିଛି ଗ୍ରାମବାସୀଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇସାରିଛି।

You might also like