ଭାଇଚାରାର ପର୍ବ ଇଦରେ ୨ଲକ୍ଷ ଗରିବଙ୍କୁ ଖାଦ୍ଯ ଯୋଗାଇଲେ ସେଫ୍ ବିକାଶ ଖାନ୍ନା

ସମଗ୍ର ବିଶ୍ବରେ ଲୋକମାନେ ଇଦର ପର୍ବକୁ ଅତ୍ଯନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛନ୍ତି। ଏସବୁ ମଧ୍ଯରେ ସେଫ୍ ବିକାଶ ଖାନ୍ନା ପୁଣି ଥରେ ଅସଲି ହିରୋ ସାଜିଛନ୍ତି। ବିକାଶ ଇଦ୍ ରେ ପାଖାପାଖି ୨ ଲକ୍ଷ ଲେକାଙ୍କ ପାଇଁ ଖାଦ୍ଯ ଆୟୋଜନ କରିବା ସହ ସେହି ଲୋକମାନଙ୍କ ଇଦ୍ ପର୍ବକୁ ଆହୁରି ଖାସ୍ କରିଛନ୍ତି। ସୂଚନା ମୁତାବକ ଲକଡାଉନରେ ଅନେକ ଷ୍ଟାର ଗରିବ ଏବଂ ଆବଶ୍ଯକୀୟ ଲୋକଙ୍କୁ ସାହାଯ୍ଯ କରୁଥିବା ମଧ୍ଯରେ ସେଫ୍ ବିକାଶ ଖାନ୍ନାଙ୍କ ନାଁ ମଧ୍ଯ ରହିଛି। ବିକାଶ ୨ଲକ୍ଷ ଲୋକଙ୍କ ପାଇଁ ଖାଦ୍ଯ ଆୟୋଜନ କରିବା ନେଇ ଚର୍ଚ୍ଚାରେ ରହିଛନ୍ତି। ବିକାଶ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି, ଏହା ଦୁନିଆର ସବୁଠାରୁ ବଡ ଇଦ୍ ଫେଷ୍ଟ, ଯେଉଁଠାରେ ମୁମ୍ବାଇରେ ୨ଲକ୍ଷ ଲୋକଙ୍କୁ ଖାଦ୍ଯ ବଣ୍ଟା ଯାଇଛି। ଏହାବ୍ଯତୀତ ୭୫ଟି ସହରର ସୁଖିଲା ଖାଦ୍ଯ ବାଣ୍ଟିଥିବା ସୂଚନା ଦେଇଛନ୍ତି।

ସୂଚନା ଯୋଗ୍ଯ ବର୍ତ୍ତମାନ ସମୟରେ ବିକାଶ ଆମେରିକାରେ ରହୁଛନ୍ତି କିନ୍ତୁ ସେ ଏତେ ଦୂରରେ ରହି ମଧ୍ଯ ଭାଇଚାରାର ପର୍ବ ଇଦରେ ଗରିବ ଲୋକଙ୍କ ପାଇଁ ଖାଦ୍ଯ ଏବଂ ଆବଶ୍ଯକୀୟ ଜିନିଷ ବାଣ୍ଟି ଏହି ଦିନଟିକୁ ଆହୁରି ଖାସ୍ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.