ଲକ ଡାଉନରେ ବିଜିନେସ ଷ୍ଟାର୍ଟ କଲେ ଭାଇଜାନ, ବଜାରରେ ଲଞ୍ଚ କଲେ ହ୍ୟାଣ୍ଡ ସାନିଟାଇଜର

ଲକ ଡାଉନ ସମୟରେ ଭାଇଜାନ ସଲମାନ ଖାନ ନିଜ ଫ୍ୟାନ୍ସ ମାନଙ୍କୁ ଗୋଟେ ପରେ ଗୋଟେ ସରପ୍ରାଇଜ ଦେଇ ଚାଲିଛନ୍ତି । କିଛି ଦିନ ତଳେ ଭାଇଜାନ ନିଜ ଫାର୍ମ ହାଉସରେ ଦୁଇ ଦୁଇଟି ସନାଗ ରିଲିଜ କରି ନିଜ ସିଂଙ୍ଗିଗ ଟ୍ୟାଲେଣ୍ଟ ଦେଖାଇଥିଲେ । ଖାଲି ସେତିକି ନୁହେଁ ଏହି ସମୟରେ ନିଜ କମ୍ପାନୀ ପ୍ରସ୍ତୁତ ଗୃମିଙ୍ଗ ପ୍ରଡକ୍ଟ ରିଲିଜ କରିବାକୁ ଯୋଜନା କରିଥିଲେ ସଲ୍ମାନ । ପ୍ରଥମେ ଡିଓଡ୍ରାଣ୍ଟ ବଜାରରେ ଲଞ୍ଚ କରିବାକୁ ଚାଉଁଥିଲେ ସଲୁ ମିଆଁ । କିନ୍ତୁ କରୋନା ଭାଇରସର ପ୍ରଭାବକୁ ଆଖି ଆଗରେ ରଖି ହ୍ୟାଣ୍ଡ ସାନିଟାଇଜର ଲଞ୍ଚ କରିଛନ୍ତି ଭାଇଜାନ । ଏବାବଦରେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏବାବଦରେ ସେୟାର କରି ଲେଖିଛନ୍ତି, ମୁଁ ନିଜ ଗ୍ରୁମିଙ୍ଗ ବା ପ୍ରଶନାଲ କେୟାର ବ୍ରାଣ୍ଡ ଏଫ FRSH ନିର୍ମିତ ପ୍ରଡ଼କ୍ଟ ଗୁଡିକୁ ବଜାରରେ ଲଞ୍ଚ କରିଛି । ଏହା ଆପଣଙ୍କ, ମୋର ସମସ୍ତଙ୍କ ବ୍ରାଣ୍ଡ ।

ବଜାରର ଡିମାଣ୍ଡକୁ ଆଖି ଆଗରେ ରଖି ହିଁ ମୁଁ ଏହି ପ୍ରଡ଼କ୍ଟ ଲଞ୍ଚ କରିଛି । କହିରଖିବା ଉଚିତ ହେବକି, ଭାଇଜାନଙ୍କ ଅଭିନୀତ ଏକ ସିନେମା “ରାଧେ” ଇଦ ଅବସରରେ ରିଲିଜ ହେବାର ଥିଲା । ଏହାର ଜୋରଦାର ଟକ୍କର ଅକ୍ଷୟଙ୍କ ଅଭିନୀତ “ଲକ୍ଷ୍ମୀ ବମ” ହେବ ବୋଲି ଆଶା କରିଥିଲେ ଉଭୟଙ୍କ ଫ୍ୟାନ୍ସ | କିନ୍ତୁ ଜାରି ହୋଇଥିବା ଲକ ଡାଉନ କାରଣରୁ ଏହା ସମ୍ଭବ ହୋଇ ପାରିନଥିଲା । କହିରଖିବା ଉଚିତ ହେବକି, ବ୍ୟାପିଥିବା କରୋନା ମହାମାରୀ କାରଣରୁ ସମସ୍ତ ଫିଲ୍ମର ରିଲିଜକୁ ଏବେକା ପରିସ୍ଥିତିରେ ସ୍ଥଗିତ ରଖାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.