Below header

ବିସ୍ମୟ ! ସ୍ପାଇଡର ମ୍ୟାନ ଭଳି କାନ୍ଥ ଉପରେ ଚଢ଼ିଯାଉଛି ଏହି ୭ ବର୍ଷର ବାଳକ, ସୋସିଆଲ ମିଡିଆରେ ଭାଇରଲ ହେଉଛି Video

ଏ ପର୍ଯ୍ୟନ୍ତ ଆପଣ ଫିଲ୍ମରେ ସ୍ପାଇଡ଼ର ମ୍ୟାନକୁ କାନ୍ଥରେ ଚଢୁଥିବା ଏବଂ ଓହ୍ଲାଉଥିବାର ଦେଖିଥିବେ। କିନ୍ତୁ ଏବେ ଏବେ ସୋସିଆଲ ମିଡ଼ିଆରେ କାନପୁରିଆ ସ୍ପାଇଡ଼ର ମ୍ୟାନର ଭିଡ଼ିଓ ଖୁବ ଭାଇରଲ ହେବାରେ ଲାଗିଛି। ଭିଡ଼ିଓରେ ଦେଖିବାକୁ ମିଳୁଛି କି, ୭ ବର୍ଷର ଜଣେ ବାଳକ ସ୍ପାଇଡ଼ର ମ୍ୟାନ ଭଳି ଘର କାନ୍ଥ ଉପରେ ଚଢ଼ିଯାଉଛି ଏବଂ ଓହ୍ଲାଇ ପଡ଼ୁଛି। ପିଲାଟି ଏମିତି କାନ୍ଥ ଉପରେ ଚଢିଯାଉଥିବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

ବାଳକର ନାଁ ୟସାର୍ଥ ସିଂ, ସେ ତୃତୀୟ ଶ୍ରେଣୀର ଛାତ୍ର। କାନପୁର ଗୋବିନ୍ଦ ନଗରର ଦାଦା ନଗର କଲୋନୀରେ ରହୁଥିବା ୟବିପୁଲ ସିଂ ଜଣେ ଶିକ୍ଷକ। ପରିବାର କହିଲେ ସ୍ତ୍ରୀ ଏବଂ ଦୁଇ ପୁଅ। ଛୋଟ ପୁଅ ୟସାର୍ଥ ୧୦ରୁ ୧୨ ଫୁଟ ଉଚ୍ଚ କାନ୍ଥ ଉପରେ ଚଟାପଟ ଚଢିଯାଉଥିବା ୟବିପୁଲ କହିଛନ୍ତି।

ଆଗେ ୟସାର୍ଥ ଲୁଚିକରି କାନ୍ଥରେ ଚଢୁଥିଲେ ଏବଂ ଓଲଟା ଲଟକି ପଡ଼ୁଥିଲେ। ଏହା ଦେଖି ଦିନେ ତାଙ୍କ ବଡ଼ ଭାଇ ମା’ଙ୍କୁ ସବୁ କଥା କହିଥିଲେ। ବାପା ଯେତେ ପାଟି କଲେ ବି ତାଙ୍କ ଉପରେ କୌଣସି ପ୍ରଭାବ ପଡ଼ି ନ ଥିଲା। ତାହାରି ଭିତରେ ୟସାର୍ଥ ଏକ ଭିଡ଼ିଓ ଫେସବୁକରେ ପୋଷ୍ଟ କରିଦେଇଥିଲେ, ଯାହାକୁ ୫,୪୦,୦୦୦ ଲୋକ ଦେଖିଥିଲେ।

ଏ ନେଇ ୟସାର୍ଥ କହିଛନ୍ତି, ‘ପ୍ରଥମ ଥର ମୁଁ ଯେତେବେଳେ କାନ୍ଥ ଉପରେ ଚଢ଼ିବାକୁ ଚେଷ୍ଟା କରିଥିଲି, ସେତେବେଳେ ଗଳି ପଡ଼ିଥିଲି। କିନ୍ତୁ ମୁଁ ନିରାଶ ନ ହୋଇ ପ୍ରତିଦିନ ଟ୍ରାଏ କରୁଥିଲି। ଦିନେ ଏମିତି ହେଲା କି, ମୁଁ କାନ୍ଥରେ ଚଢ଼ି ଚଢି ଛାତ ପର୍ଯ୍ୟନ୍ତ ପଳେଇଲି। ଏହି ସମୟରେ ବଡ ଭାଇଙ୍କୁ ଡାକି ଦେଖାଇଥିଲି। ଏବେ ଆମ କଲୋନୀର ଲୋକେ ମୋତେ କାନପୁରିଆ ସ୍ପାଇଡ଼ର ମ୍ୟାନ ଡାକୁଛନ୍ତି’। ୟସାର୍ଥ ବଡ଼ ହୋଇ ଆଇପିଏସ ଅଧିକାରୀ ହେବାକୁ ଲକ୍ଷ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.